ଜିଆର୍‌ପି କନ୍‌ଷ୍ଟେବଲ ହତ୍ୟା ଘଟଣା: ହତ୍ୟା ପଛରେ ବଡ଼ ଷଡ଼ଯନ୍ତ୍ର…

ଭୁବନେଶ୍ୱର/ବାଲିଅନ୍ତା,୧୦।୫(ତ୍ରିନାଥ ମହାନ୍ତି/ନୀଳମାଧବ ସାହୁ): ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ବାଲିଅନ୍ତା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ବ୍ରିଜ୍‌ ନିକଟରେ ଜିଆର୍‌ପି କନ୍‌ଷ୍ଟେବଲ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ଲୋକେ ପିଟିପିଟି ମାରିଦେବା ଘଟଣା ଦିନକୁ ଦିନ ଭିନ୍ନ ମୋଡ଼ ନେଉଛି। ପୋଲିସ ସମ୍ମୁଖରେ ସାଧାରଣ ଲୋକେ ଆଇନକୁ ହାତକୁ ନେଇ ଏପରି ନୃଶଂସ କାଣ୍ଡ ଘଟାଇ ଥିବାରୁ ଓଡ଼ିଶା ପୋଲିସ ବିବାଦରେ ଫସିଛି। ଏହି ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବାରୁ ମୁଖ୍ୟମନ୍ତ୍ରୀ ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଶନିବାର ବାଲିଅନ୍ତା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଆଉ ୬ଜଣଙ୍କୁ ଗିରଫ କରିଛି। ଫଳରେ ଗିରଫ ସଂଖ୍ୟା ୧୧ରେ ପହଞ୍ଚତ୍ଛି। ସେପଟେ ଏହି ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସୌମ୍ୟରଞ୍ଜନଙ୍କ ପରିବାର। ଏହା କୌଣସି ଅଚାନକ ଘଟଣା ନୁହେଁ, ଏହାଏକ ସୁଚିନ୍ତିତ ଯୋଜନାବଦ୍ଧ ହତ୍ୟା ଓ ଏଥିରେ ପୋଲିସ ସମ୍ପୃକ୍ତ ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ବାପା ଦୁଃଶାସନ କହିଛନ୍ତି, ଚାକିରିକୁ ନେଇ ପୁଅ ଚାପରେ ଥିଲେ। ସୌମ୍ୟଙ୍କୁ ପୋଲିସ ଆଗରେ ୩୦ରୁ ଅଧିକ ଲୋକ ପିଟିପିଟି ମାରିଦେଲେ। ହେଲେ ପୋଲିସ ୭୨ ଘଣ୍ଟାରେ ମାତ୍ର ୧୧ଜଣଙ୍କୁ ଗିରଫ କରିଛି। ପୋଲିସ ପାଇଁ ମୋ ପୁଅର ଜୀବନ ଗଲା। ଗୁରୁତର ଅବସ୍ଥାରେ ଗୋରୁ ମଇଁଷି ଭଳି ପୁଅକୁ ଡାଲାଅଟୋରେ ପକାଇ ନେଲେ। ବଞ୍ଚାଅ ବଞ୍ଚାଅ ଚିତ୍କାର କରୁଥିଲା ବେଳେ କେହି ରକ୍ଷା କଲେନି। ଯେଉଁ ଝିଅମାନଙ୍କ ପାଇଁ ଏପରି କାଣ୍ଡ ହେଲା ସେମାନେ ମିଛ କହୁଛନ୍ତି, ସେମାନଙ୍କ ମିଛଧରା ପରୀକ୍ଷା କରାଯିବା ସହ ଗିରଫ କରାଯାଉ। କଠୋର ଦଣ୍ଡବିଧାନ ହେଉ ବୋଲି ଦାବି କରିଛନ୍ତି ସୌମ୍ୟଙ୍କ ବାପା। ଆହୁରି ମଧ୍ୟ ଯେଉଁ ପୋଲିସ ସେଠାରେ ଛିଡ଼ା ହୋଇଥିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ନିବେଦନ କରିଛନ୍ତି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ସୌମ୍ୟଙ୍କ ମାମୁ ଅଜୟ ଦାସ। ସେ କହିଛନ୍ତି, ଉଚ୍ଚସ୍ତରୀୟ ତଦନ୍ତରେ ବାଲିଅନ୍ତା ପୋଲିସକୁ ନିୟୋଜିତ କରା ନ ଯାଉ। ଯେଉଁ ୨ ଝିଅଙ୍କ ପାଇଁ ଏପରି ଘଟିଲା, ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ।

ସୌମ୍ୟଙ୍କୁ ହତ୍ୟା ସମୟରେ ପୋଲିସ କିପରି ନୀରବଦ୍ରଷ୍ଟା ସାଜିଥିଲା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପୂରା ଘଟଣାକୁ ଗୋଟିଗୋଟି କରି ଗଣମାଧ୍ୟମ ଆଗରେ ବଖାଣିଛନ୍ତି ପ୍ରତ୍ୟକ୍ଷଦର୍ଶୀ ତଥା ମୃତ ସୌମ୍ୟଙ୍କ ସାଙ୍ଗ ଓମ୍‌ପ୍ରକାଶ। ସେ କହିଛନ୍ତି, ସୌମ୍ୟଙ୍କୁ ବାତ ମାରିଲା କି କ’ଣ ମୁଁ ଜାଣିନି। କିନ୍ତୁ ସେ ମୋତେ ଗାଳିଗୁଲଜ କରି ହଠାତ୍‌ ମୋ ବେକକୁ ଧରି ପକାଇଥିଲେ। ଫଳରେ ମୁଁ ଅଣନିଃଶ୍ୱାସୀ ହୋଇଯାଇଥିଲି। ମୁଁ ଗାଡ଼ି ହ୍ୟାଣ୍ଡେଲ ଛାଡ଼ିଦେଇ ତାଙ୍କ ହାତକୁ ଭିଡ଼ି ଦେଇଥିଲି। ଫଳରେ ଗାଡ଼ିଟି ନିୟନ୍ତ୍ରଣ ହରାଇ ସେହି ବାଟ ଦେଇ ଯାଉଥିବା ଦୁଇ ଝିଅଙ୍କ ସ୍କୁଟିରେ ପିଟି ହୋଇଯାଇଥିଲା। ଫଳରେ ଆମେ ସମସ୍ତେ ପଡ଼ିଯିବା ପରେ ସେ ଉଠି ସିଧା ସେହି ଦୁଇ ଝିଅଙ୍କ ଉପରକୁ ଡେଇଁ ପଡ଼ି ଗାଳିଗୁଲଜ କରି ମାଡ଼ ମାରିଥିଲେ। ମୁଁ ତାଙ୍କୁ ଭିଡ଼ି ଆଣିଥିଲି। କିନ୍ତୁ ସେ ମୋତେ ବି ଗାଳି କରିଥିଲେ। ତା’ସହିତ ସେ ମୋତେ ପିଟିଥିଲେ। ସେ ମୋତେ ପିଟିବା ଭିତରେ ତାଙ୍କ ହାତ ମୋ ଆଖିରେ ବାଜିଥିଲା। ମୁଁ ମୋ ଆଖିକୁ ମଳିବା ଭିତରେ ସେ ପୁଣି ସେହି ଝିଅଙ୍କୁ ଆକ୍ରମଣ କରିଥିଲେ। ସେତିକିବେଳେ ସେଠାରେ ପହଞ୍ଚତ୍ଥିବା ୪/୫ ଜଣ ଲୋକ ତାଙ୍କୁ ଆକ୍ରମଣ କରିବାରୁ ସେ ବିଲକୁ ଦୌଡ଼ିଥିଲେ। ରାସ୍ତାରୁ ପ୍ରାୟ ୪୦୦/୫୦୦ ମିଟର ଦୂର ଯିବା ପରେ ମୁହଁମାଡ଼ି ପଡ଼ିଯାଇଥିଲେ। ସେତେବେଳକୁ ୧୮/୧୯ ଲୋକ ମୋତେ ଘେରିଯାଇଥିଲେ। କିନ୍ତୁ ସେଠାରେ ପୂର୍ବରୁ ଥିବା ୫/୬ ଲୋକ ମୋର କିଛି ଦୋଷ ନାହିଁ ବୋଲି କରିବାରୁ ସେମାନେ ମୋତେ ଛାଡ଼ି ସମସ୍ତେ ବିଲକୁ ଦୌଡ଼ିଥିଲେ। ମୁଁ ରାସ୍ତା ଉପରେ ଛିଡ଼ା ହୋଇଥିଲି। ସେ ଝିଅମାନଙ୍କୁ କିଏ ଆସିକି ନେଲେ, ମୋର ନଜର ନ ଥିଲା। ୧୦/୧୫ ମିନିଟ ପରେ ମୋତେ କେତେଜଣ ସେଠାକୁ ନେଇଯାଇଥିଲେ। ମୁଁ ପହଞ୍ଚତ୍ଲା ବେଳକୁ ସୌମ୍ୟଙ୍କ ହାତଗୋଡ଼ ସେମାନେ ବାନ୍ଧୁଥିଲେ। ସେଠାରେ ଉପସ୍ଥିତ ଲୋକେ ମୋତେ ଗାଳିଗୁଲଜ କରିବା ସହିତ ବାଡେଇବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ଘଟଣାକୁ ଦେଖିଥିବା ଲୋକେ ମୋତେ ରକ୍ଷା କରିଥିଲେ। ଖବର ପାଇ ପିସିଆର ଭ୍ୟାନ୍‌ରେ ଦୁଇଜଣ ପୁରୁଷ ଓ ଜଣେ ମହିଳା ୟୁନିଫର୍ମରେ ଆସିଥିଲେ। ସେମାନେ ଆସି ମୋତେ ପଚରାଉଚରା କରି ସବୁ ଲେଖିଲେ। କିନ୍ତୁ ପୋଲିସ ଉପସ୍ଥିତିରେ ଲୋକେ ତାଙ୍କୁ ପିଟି ଚାଲିଥିଲେ। ଏହା ଭିତରେ ସାଦା ପୋଷାକରେ ଆସିଥିବା ପୋଲିସ ବାବୁ ସୌମ୍ୟଙ୍କ ଉପରେ ଛିଡା ହୋଇଥିବାବେଳେ ତାଙ୍କ କଥାରେ ଲୋକେ ହାତଗୋଡ଼ ବାନ୍ଧି ଡାଲାଅଟୋରେ ପକାଇ ମେଡ଼ିକାଲ ନେଇଥିଲେ। ତା’ପରେ ମୋତେ ଥାନାକୁ ନେଇଯାଇଥିଲେ। ତେବେ ବଳାକତ୍ାର ଉଦ୍ୟମ ଅଭିଯୋଗ ସମ୍ପୂର୍ଣ୍ଣ ମିଛ ବୋଲି ଓମ୍‌ ପ୍ରକାଶ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?