୭ ବିନ୍ଦୁ

ଗତ ରବିବାର ୧୦ ମେ’ ସନ୍ଧ୍ୟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ସବୁ ଶ୍ରେଣୀ ପାଇଁ ଥିବା ଭଳି ମନେହେଲା। ସ୍ବୀକାର କରିବାକୁ ହେବ ଯେ, ବିଗତ ଦଶନ୍ଧିବ୍ୟାପୀ ଭାରତର ଅର୍ଥନୀତି ଦୁର୍ବଳରୁ ଦୁର୍ବଳତର ହେବାରେ ଲାଗିଛି। ସେଥିପାଇଁ ଅନ୍ତର୍ଜାତୀୟ ପରିସ୍ଥିତିକୁ ଯେତିକି ଦୋଷ ଦିଆଯାଇପାରିବ ତାହାଠାରୁ ଅଧିକ ଦୋଷ ଭାରତର ଆଭ୍ୟନ୍ତରୀଣ ନୀତିକୁ ମଧ୍ୟ ଦିଆଯିବା ଉଚିତ ହେବ। ଗତ ଦେଢ଼ବର୍ଷବ୍ୟାପୀ ଆମେରିକୀୟ ଡଲାର ତୁଳନାରେ ଭାରତ ଟଙ୍କାର ମୂଲ୍ୟ ଯେଉଁଭଳି ହ୍ରାସ ପାଉଛି, ତାହା ନିଶ୍ଚିତ ଭାବେ ସମସ୍ତଙ୍କ ପାଇଁ ଉଦ୍‌ବେଗଜନକ ମନେହୁଏ। କେତେକ ମହଲରେ ଆଲୋଚନା କରାଯାଉଥିଲା ଯେ, ବିଦେଶକୁ ରପ୍ତାନି କରୁଥିବା ଭାରତୀୟ ବ୍ୟବସାୟୀମାନେ ଟଙ୍କାର ମୂଲ୍ୟହ୍ରାସ ପାଉଥିବା ହେତୁ ଅଧିକ ଲାଭବାନ ହୋଇପାରୁଛନ୍ତି। ଏଭଳି ଚିନ୍ତାଧାରା ଅବାସ୍ତବ। ନାକକୁ ଛୁଇଁବା ପାଇଁ ମୁଣ୍ଡ ପଛପଟେ ହାତ ବୁଲାଇଲା ଭଳି ଏହି ଲାଭକୁ ଧରାଯାଇପାରେ। କାରଣ ଯେଉଁମାନେ ରପ୍ତାନି କରୁଛନ୍ତି ସେମାନଙ୍କୁ ବିଦେଶରେ ଅନେକ ସାମଗ୍ରୀ ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିଥାଏ। ତେଣୁ ଭାରତୀୟ ଟଙ୍କାର ମୂଲ୍ୟହ୍ରାସରୁ ଅଭୂତପୂର୍ବ ଲାଭ ସୃଷ୍ଟି କରିହେବ ବୋଲି କହିବା କଷ୍ଟକର। ଅବଶ୍ୟ ଓଡ଼ିଶା ଭଳି ରାଜ୍ୟରୁ କେତୋଟି ଦେଶକୁ ରପ୍ତାନି ହେଉଥିବା ଚିଙ୍ଗୁଡ଼ି ଓ ଖଣିଜପଦାର୍ଥର ରପ୍ତାନିକାରୀ ଅପର୍ଯ୍ୟାପ୍ତ ଲାଭ ଉଠାଇଥିବାର ଖବର ମିଳୁଛି। ଦେଖିବାକୁ ଗଲେ ପ୍ରାକୃତିକ ସମ୍ପଦର ମୂଲ୍ୟ କେବେ ହେଲେ ରପ୍ତାନିକାରୀଙ୍କୁ କ୍ଷତି କରାଏ ନାହିଁ, ଯେଉଁଥିପାଇଁ ଆଜିର ଭାରତରେ ହାତଗଣତି କେତୋଟି ବ୍ୟବସାୟିକ ସଙ୍ଗଠନକୁ ସବୁ ଖଣିର ମାଲିକାନା ଧରାଇ ଦିଆଯାଇଛି। ସେମାନଙ୍କ ପଛରେ ରାଜନୈତିକ ସମର୍ଥନ ରହିଥିବାରୁ ସେମାନଙ୍କ ଲାଭ ସବୁବେଳେ ବୃଦ୍ଧି ପାଇବାରେ ଲାଗିଛି।
ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ମୁଖ୍ୟତଃ ୭ଟି ବିଷୟ ଉଲ୍ଲେଖ ଥିଲା। ସେଥିମଧ୍ୟରୁ ଘରେ ରହି କାମ କରିବାର ନିର୍ଦ୍ଦେଶ ଭାରତର ଅଳ୍ପ କେତୋଟି ସଂସ୍ଥା ପାଇଁ ଲାଗୁ ହୋଇପାରେ। କିନ୍ତୁ ଓ୍ବାର୍କ ଫ୍ରମ୍‌ ହୋମ୍‌ ପଦ୍ଧତିରେ ଅଗଣିତ ଗରିବ ଜନସାଧାରଣ ଦିନମଜୁରି ପାଇବାରେ ଅସଫଳ ହେବେ। ଏଭଳି ଗରିବ ଏହି ଦେଶର ମେରୁଦଣ୍ଡ। ସେମାନେ କାର୍ଯ୍ୟ କରୁଛନ୍ତି ବୋଲି ଭାରତବ୍ୟାପୀ ନିର୍ମାଣ, ଖଣି, ପରିବହନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ବଞ୍ଚତ୍ରହିଛି। ସେମାନେ ଯଦି ଘରେ ବସିପଡ଼ିବେ ଏହି ଦେଶର ସ୍ଥିତି ଅତ୍ୟନ୍ତ ଦୁର୍ବଳ ହୋଇଯିବ।
ସୁନା କିଣିବା ପାଇଁ ପ୍ରଧାନମନ୍ତ୍ରୀ ବାରଣ କରିଥିବା କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବ। ଆଜିର ସୁନା ଦରରେ ଗରିବ କିମ୍ବା ମଧ୍ୟବିତ୍ତ ଶ୍ରେଣୀ ସେହି ହଳଦିଆ ଧାତୁକୁ ଛୁଇଁବାର ସାମର୍ଥ୍ୟ ରଖିନାହାନ୍ତି। ତେଣୁ ସେମାନଙ୍କ ପାଇଁ ବାର୍ତ୍ତାର ଏହି ଭାଗ କେତେଦୂର ପ୍ରଯୁଜ୍ୟ, ତାହା ସନ୍ଦେହଜନକ। ଅନ୍ୟପଟେ ଏହା ମଧ୍ୟ ସ୍ବୀକାର କରିବାକୁ ହେବ ଯେ, ଭାରତୀୟ ମୁଦ୍ରାର ଦୁର୍ବଳତାକୁ ଦେଖିଲେ ସାଧାରଣ ନାଗରିକ ପାଇଁ ସୁନା ହେଉଛି କେବଳ ମାତ୍ର ସୁରକ୍ଷା ଢାଲ। ପ୍ରାୟ ୧ କୋଟି ଲୋକ ସିଧାସଳଖ ସୁନା ବ୍ୟବସାୟ ସହିତ ଜଡ଼ିତ। ଏକ ଆକଳନ ଅନୁଯାୟୀ ୩୫ରୁ ୪୦ ଲକ୍ଷ ଦକ୍ଷ କାରିଗର ଏହି ଶିଳ୍ପରେ ନିୟୋଜିତ ଅଛନ୍ତି। ଯଦି ୧ କୋଟିର ସଂଖ୍ୟାକୁ ଦେଖାଯାଏ, ତେବେ ପ୍ରତ୍ୟେକ କାର୍ଯ୍ୟରତ ଲୋକ ସହିତ ପରିବାରର ଆଉ ୪ଜଣଙ୍କୁ ଗଣିହେବ। ତାହେଲେ ଏହି ଶିଳ୍ପ ଉପରେ ପ୍ରାୟ ୫ କୋଟି ପ୍ରାଣୀ ନିର୍ଭରଶୀଳ। ସମସ୍ତେ ଯଦି ବିବାହ ଓ ଅନ୍ୟ ପାରିବାରିକ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କ କଥାକୁ ମାନିବାକୁ ଯାଇ ସୁନାଗହଣା କିଣିବା ବନ୍ଦ କରିଦେବେ, ତେବେ ଭାରତରେ ଅଧିକ ୫ କୋଟି ଲୋକ ଆସନ୍ତା ବର୍ଷକ ମଧ୍ୟରେ ଗରିବ ହୋଇଯିବେ। ଏଥିରେ କୁହାଯାଇପାରେ ଯେ, ଏଭଳି ଚିନ୍ତାଧାରା ହୁଏତ ଦୀର୍ଘମିଆଦୀ କ୍ଷତି ଘଟାଇପାରେ।
ଇନ୍ଧନ ବ୍ୟବହାରକୁ ହ୍ରାସ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଏହି ଦେଶର ନାଗରିକଙ୍କୁ ନିଜର ଯାନବାହନ ବ୍ୟବହାର କରିବା ପରିବର୍ତ୍ତେ ମେଟ୍ରୋ କିମ୍ବା ସାଧାରଣ ପରିବହନ ବ୍ୟବହାର ପାଇଁ ଯାହା କହିଛନ୍ତି, ତାହା କେତେଦୂର କାର୍ଯ୍ୟକାରୀ କରିହେବ, ତାହା ସମସ୍ତେ ଜାଣନ୍ତି। ଅନ୍ୟକୁ ନିର୍ଦ୍ଦେଶ ଦେବା ସହଜ ହୋଇପାରେ, କିନ୍ତୁ ସରକାରୀ ସ୍ତରରେ ସେହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଇବା ସମ୍ଭବପର ହେବନାହିଁ। କାରଣ କୌଣସି ମନ୍ତ୍ରୀ ବା ସଚିବ ମେଟ୍ରୋ କିମ୍ବା ସାଧାରଣ ପରିବହନ ବ୍ୟବହାର କରିବେ ନାହିଁ। ଏଥିସହିତ ଭାରତର ଅଳ୍ପ କେତୋଟି ସହରକୁ ଛାଡ଼ିଦେଲେ ଭୁବନେଶ୍ୱର ଭଳି ରାଜଧାନୀରେ ମଧ୍ୟ ମେଟ୍ରୋ ସୁବିଧା ପ୍ରାପ୍ତ ହେଉନାହିଁ। ତେଣୁ ସାଧାରଣ ପରିବହନ ବ୍ୟବହାର କରି କୌଣସି ବ୍ୟବସାୟୀ, ଡାକ୍ତର, ଇଞ୍ଜିନିୟର, ଓକିଲ କିମ୍ବା ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଥିବା ନାଗରିକ ନିଜର କାର୍ଯ୍ୟ କରିପାରିବେ ନାହିଁ।
ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ରୋଷେଇଘରେ ତେଲ ବ୍ୟବହାର ହ୍ରାସ କରିବା କଥା କହିବା କେତେଦୂର ଉତ୍ତର ଭାରତର ନାଗରିକମାନେ ମାନିବେ ତାହା ଦେଖିବାକୁ ବାକି ଅଛି। ଦକ୍ଷିଣ ଓ ପୂର୍ବ ଭାରତରେ ଅତ୍ୟଧିକ ମାତ୍ରାର ତେଲିଆ ଖାଦ୍ୟ ପ୍ରସ୍ତୁତ ହୁଏ ନାହିଁ। କିନ୍ତୁ ଉତ୍ତର ଓ ପଶ୍ଚିମ ଭାରତର ଖାଦ୍ୟରେ ତେଲିଆ ଅଂଶ ସବୁ ସ୍ବାଦକୁ ମାଡ଼ିବସିଥାଏ। ଏଭଳି ବ୍ୟକ୍ତିଗତ ରୋଷେଇଘର ସମ୍ପର୍କିତ ବିଷୟକୁ ସାଧାରଣରେ ଉଲ୍ଲେଖ କରିବା ହେତୁ ତାହା ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ସମ୍ପର୍କରେ ନାଗରିକଙ୍କୁ ଅବଗତ କରାଉଛି।
ସେହିଭଳି ଚାଷୀକୁଳକୁ ହଠାତ୍‌ ରାସାୟନିକ ସାର ଏବଂ ଅନ୍ୟାନ୍ୟ ପଦାର୍ଥ ବ୍ୟବହାର କରିବାକୁ ମନା କରିବା ହୁଏତ ଜାତୀୟ ସ୍ବାସ୍ଥ୍ୟ ପାଇଁ ସ୍ବାଗତଯୋଗ୍ୟ ହୋଇପାରେ। ତେବେ ଏଭଳି ନିଷ୍ପତ୍ତି ନେବାକୁ ଥିଲେ ଏହା ପୂର୍ବରୁ ଅନେକବର୍ଷ ଧରି ପ୍ରସ୍ତୁତି ଆରମ୍ଭ କରିବାର ଥିଲା। ମନେପଡ଼େ ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ତାଙ୍କ ପାର୍ଲାମେଣ୍ଟ ଭାଷଣରେ ସିକିମ୍‌ର ଜୈବିକ କୃଷି ପଦ୍ଧତିକୁ ଉଚ୍ଛ୍ବସିତ ପ୍ରଶଂସା କରିଥିଲେ। କିନ୍ତୁ ତା’ପରେ ସରକାରୀ ବ୍ୟବସ୍ଥାରେ କୌଣସି କାର୍ଯ୍ୟ କରାଗଲା ନାହିଁ, ଯାହାଫଳରେ ଏବକାର ନିର୍ଦ୍ଦେଶକୁ ଶୁଣିବା ପାଇଁ ଚାଷୀକୁଳ ପ୍ରସ୍ତୁତ ନୁହନ୍ତି। ଭାରତୀୟ ଜନତା ପାର୍ଟିର ସମର୍ଥକ ଭାବେ ସ୍ବଦେଶୀ ଜାଗରଣ ମଞ୍ଚ ବୋଲି ଗୋଟିଏ ସଂସ୍ଥାର ନାମ ବହୁପୂର୍ବରୁ ଶୁଣାଯାଉଥିଲା। ସେହି ମଞ୍ଚର କାର୍ଯ୍ୟକଳାପ ଦେଶର ହିତ ପାଇଁ ହୋଇଥିବା ସତ୍ତ୍ୱେ ଭାଜପା ସରକାରର ଅଣଦେଖା ଆଭିମୁଖ୍ୟ ଯୋଗୁ ତାହାର ଚିହ୍ନବର୍ଣ୍ଣ ଆଜି ଦେଖିବାକୁ ମିଳୁନାହିଁ। ଭାରତର ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ସବୁଆଡ଼େ ଆମାଜନ ଓ ସେହିଭଳି କେତୋଟି ବିଦେଶୀ କମ୍ପାନୀ ଦ୍ୱାରା ସାମଗ୍ରୀ ପ୍ରତ୍ୟେକ ଘରେ ପ୍ରବେଶ କରିଗଲାଣି। ଆଜି ସ୍ବଦେଶୀ ବ୍ୟବହାର କର ବୋଲି ଡାକରା ଦେବା ଏକ ହାସ୍ୟାସ୍ପଦ ପରିସ୍ଥିତି ସୃଷ୍ଟି କରିପାରେ।
ଶେଷରେ ବିଦେଶ ଯାତ୍ରାକୁ ୧ ବର୍ଷ ପାଇଁ ସ୍ଥଗିତ ରଖିବାର ଡାକରା କେବଳ ବ୍ୟବସାୟୀ, ଛାତ୍ରୀଛାତ୍ରଙ୍କ କାର୍ଯ୍ୟ ଓ ଭବିଷ୍ୟତ ଉପରେ ନକାରାତ୍ମକ ପ୍ରଭାବ ପକାଇବ।
କେତେକ ମହଲରେ ଆଲୋଚନା ହେଉଛି ଯେ, ସୁନା ଦୋକାନ, ପେଟ୍ରୋଲ ପମ୍ପ୍‌ ଓ ଅନ୍ୟ କେତୋଟି ସ୍ଥାନକୁ ବ୍ୟବହାର କରୁଥିବା ନାଗରିକଙ୍କ ତଥ୍ୟ ସଂଗ୍ରହ କରିବାରେ ସରକାର ଧ୍ୟାନ ଦେବେ। ଯଦି ସାଧାରଣ ନାଗରିକଙ୍କ ଉପରେ ଏଭଳି ଗୋଇନ୍ଦା ମୁତୟନ କରାଯାଏ, ତେବେ ତାହା ଦେଶର ଅଗ୍ରଗତିକୁ ଏକ ବର୍ଷ ମଧ୍ୟରେ ପଙ୍ଗୁ କରି ଛାଡ଼ିଦେବ। ମନେରଖିବାକୁ ହେବ ଯେ, ପୃଥିବୀବ୍ୟାପୀ କିଛିବର୍ଷ ଧରି ଲାଗି ରହିଥିବା ଅସ୍ଥିରତା ସହିତ ଯୁଦ୍ଧ ପରିସ୍ଥିତିରେ କେବଳ ଭାରତ ପ୍ରଭାବିତ ହେଉନାହିଁ। ଅନ୍ୟପଟେ କେବଳ ଭାରତକୁୁ ଛାଡ଼ିଦେଲେ ଅନ୍ୟ କୌଣସି ଦେଶର ମୁଖ୍ୟ କାର୍ଯ୍ୟନିର୍ବାହୀ ଏଭଳି ଡାକରା ଦେଇନାହାନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହିସବୁ ନିର୍ଦ୍ଦେଶ ସକାରାତ୍ମକ ହୋଇଥିବା ସତ୍ତ୍ୱେ ସେଗୁଡ଼ିକୁ ଦେଶର ନାଗରିକ ବାସ୍ତବରେ କାର୍ଯ୍ୟକାରୀ କରାଇବା ଅସମ୍ଭବ ବୋଲି ମନେହେଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

ସକାଳୁ ସକାଳୁ ପୂର୍ବତନ ବିଧାୟକଙ୍କୁ ଉଠାଇନେଲା ପୋଲିସ, ମମତାଙ୍କ ଘନିଷ୍ଠ ଥିଲେ..

କୋଲକାତା,୨୫।୯: ତୃଣମୂଳ କଂଗ୍ରେସର ସମସ୍ୟା କମିବାର ନାଁ ନେଉନାହିଁ । ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ପୂର୍ବତନ ବିଧାୟକ ଅଜିତ ମାଇତିଙ୍କୁ ଠକେଇ ମାମଲାରେ ପୋଲିସ ଗିରଫ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?