SCB ମେଡିକାଲରେ ଅବ୍ୟବସ୍ଥା: ଅଗ୍ନିନିରାପତ୍ତା ସିଲିଣ୍ଡରରେ ଝୁଲୁଛି ସାଲାଇନ

କଟକ,୨୭।୭(ଶିଳ୍ପା ପ୍ରିୟଦର୍ଶିନୀ): ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ (ଏସ୍‌ସିବି)ର ନ୍ୟୁ ମେଡିସିନ ବିଭାଗ ୱାର୍ଡରେ ଅବ୍ୟବସ୍ଥା ଦେଖାଦେଇଛି। ୱାର୍ଡରେ ରୋଗୀଙ୍କଠାରେ ଲାଗୁଥିବା ସାଲାଇନ ବୋତଲ ୱାର୍ଡରେ ଥିବା ଅଗ୍ନିନିରାପତ୍ତା ସିଲିଣ୍ଡରରେ ଝୁଲା ଯାଇଛି। କେବଳ ଏତିକି ନୁହେଁ କେଉଁଠି ବିଦ୍ୟୁତ ମେନ ସୁଇଚ୍‌ ବକ୍ସରେ ସାଲାଇନ ବୋତଲ ଝୁଲାଯାଇଛି ତ ଆଉ କେଉଁଠି କବାଟ ଓ ଝରକାରେ ଝୁଲାଯାଇ ରୋଗୀଙ୍କ ଚିକିତ୍ସା କରାଯାଉଛି। ଏପରିକି ଯେଉଁଠି ସାଲାଇନ ଷ୍ଟାଣ୍ଡ ରହିଛି ସେଠି ଗୋଟିଏ ଷ୍ଟାଣ୍ଡରେ ୩ ରୋଗୀଙ୍କ ସାଲାଇନ ବୋତଲ ଝୁଲାଯାଉଛି। ମେଡିକାଲକୁ ରୋଗୀ ସୁସ୍ଥ ହେବାକୁ ଆସୁଥିବାବେଳେ ଏଭଳି ବିପଦସଙ୍କୁଳ ଅବସ୍ଥାରେ ସାଲାଇନ ବୋତଲ ଝୁଲାଇ ଚିକିତ୍ସା କରିବା ଯେପରି ରୋଗୀଙ୍କୁ ବିପଦ ଆଡକୁ ମେଡିକାଲ କର୍ତ୍ତୃପକ୍ଷ ଠେଲି ଦେଉଥିବା ଅନୁଭବ ହେଉଛି। ସେହିପରି ୱାର୍ଡରେ ରୋଗୀଙ୍କ ବେଡ୍‌ ନ ମିଳିବା ମୁଖ୍ୟ ସମସ୍ୟା ପାଲଟିଛି। ଏପରିକି ବେଡ୍‌ ନ ମିଳିବା ଫଳରେ ରୋଗୀ ୱାର୍ଡ ପରିସର, ଶିଡି କଡରେ ଚଟାଣରେ ଶୋଇ ରହୁଛନ୍ତି। ଏହାସହ ୱାର୍ଡରେ ଥିବା ଶୌଚାଳୟରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇରହିଛି ଏବଂ ଏହା ଠିକ୍‌ ଭାବେ ସଫା କରାଯାଉ ନାହିଁ। ଫଳରେ ପ୍ରବେଶ ଦ୍ୱାରାଠାରୁ ଆରମ୍ଭ କରି ଶୌଚାଳୟ ଯାଏ ସବୁଠି ଦୁର୍ଗନ୍ଧରେ ଫାଟି ପଡୁଛି। ଏଭଳି ପରିବେଶରେ ରୋଗୀ ସମ୍ପର୍କୀୟଙ୍କୁ ଅସୁସ୍ଥ ହେବାର ଭୟ ଘାରୁଛି।

ସୂଚନା ଅନୁଯାୟୀ, ଏସ୍‌ସିବିର ନୂତନ ଭେଷଜ ବିଭାଗ ବା ନ୍ୟୁ ମେଡିସିନି ବିଭାଗ ଚତୃର୍ଥ ମହଲା ବିଶିଷ୍ଠ ରହିଛି। ୱାର୍ଡର ପ୍ରଥମ ମହଲା ଆଇସିୟୁ ଥିବାବେଳେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ମହଲା ରୋଗୀଙ୍କ ପାଇଁ ୱାର୍ଡର ବ୍ୟବସ୍ଥା ରହିଛି। ଏଠାରେ ଆଇସିୟୁ ଓ ୱାର୍ଡକୁ ମିଶାଇ ପ୍ରାୟ ୧୯୦ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି। ହେଲେ ଭେଷଜ ବିଭାଗକୁ ପ୍ରତ୍ୟେକ ଦିନ ଶତାଧିକ ରୋଗୀ ଆସୁଥିବାବେଳେ ଏହା ସମୂଦ୍ରକୁ ଶଙ୍ଖେ ସହ ସମାନ। ମେଡିକାଲରେ ଚିକିତ୍ସା ଜାରି ରହିଥିବା ପାରାଦ୍ୱୀପ ଅଞ୍ଚଳର ନରେନ ମଣ୍ଡଳ, କଳାହାଣ୍ଡି ଲାଞ୍ଜିଗଡ ଅଞ୍ଚଳର ଚିତ୍ତରଞ୍ଜନ ପେସେନିଆଙ୍କ ସମେତ ଅନକେ ରୋଗୀ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଏସ୍‌ସିବି ସମ୍ପ୍ରସାରଣ କାର୍ଯ୍ୟ ଖୁବଶୀଘ୍ର ଶେଷ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିବାବେଳେ ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେଲେ ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ସଂଖ୍ୟାର ଶଯ୍ୟା ଓ ଅନ୍ୟାନ୍ୟ ସୁବିଧା ପାଇପାରିବେ ବୋଲି ମେଡିକାଲ କର୍ତ୍ତୃପକ୍ଷ କହୁଥିବାବେଳେ ଏହା କେବେ ପୂରଣ ହେଉଛି ତାହା ଦେଖିବାକୁ ବାକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri