ଆଖି ବୁଜିଲେ କୋଟିଆ ପଞ୍ଚାୟତ ଅବସରପ୍ରାପ୍ତ RI ଗଦାଧର ସ୍ବାଇଁ, ଝୁରି ହେଉଛନ୍ତି ଲୋକେ

ପଟ୍ଟାଙ୍ଗ,୪।୭(ଶରତ କୁମାର ଧଳ):କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ତଥା ପଡୋଶୀ ଆନ୍ଧ୍ର ରାଜ୍ୟ ସୀମାନ୍ତ କୋଟିଆ ପଞ୍ଚାୟତ ର ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକ ଗଦାଧର ସ୍ବାଇଁଙ୍କ ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ଏନେଇ ଜଣାପଡ଼ିବା ପରେ ବ୍ଲକଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଏବଂ ଉକ୍ତ ପଞ୍ଚାୟତ କ୍ଷେତ୍ରରେ ଶୋକର ଛାୟା ଖେଳିଯାଇଛି ।

ସୂଚନା ମୁତାବକ, ସ୍ବର୍ଗତ ସ୍ବାଇଁ କଟକ ଜିଲାର ନରସିଂହପୁର ବ୍ଲକ ବାଲିଝରି ଗ୍ରାମରେ ୧୯୬୮ ମସିହାରେ ଜନ୍ମଗ୍ରହଣ କରିଥିଲେ । ପରେ ସେ କୋରାପୁଟ ଜିଲାର ପଟ୍ଟାଙ୍ଗି ତହସିଲ କାର୍ଯ୍ୟାଳୟରେ ଜାନୁଆରୀ ୧୯୭୩ ମସିହାରେ ଏଆର୍‌ଆଇ ଭାବେ ନିଯୁକ୍ତି ପାଇ ବ୍ଲକର ବହୁ ଚର୍ଚ୍ଚିତ ସୀମା ବିବାଦ କୋଟିଆ ପଞ୍ଚାୟତର ରାଜସ୍ବନିରୀକ୍ଷକ ଭାବେ ଦାୟିତ୍ୱ ତୁଲାଇଥିଲେ। ୨୦୧୧ ମସିହାରେ ସେ ନିଜ ଚାକିରୀ ଜୀବନରୁ ଅବସର ଗହଣ କରିଥିଲେ । ସ୍ବର୍ଗତ ସ୍ବାଇଁ ଚାକିରୀ ଜୀବନରୁ ଅବସର ଗ୍ରହଣ ପରେ ମଧ୍ୟ କୋଟିଆ ପଞ୍ଚାୟତକୁ ନେଇ ଦୁଇ
ରାଜ୍ୟ ମଧ୍ୟରେ ଲାଗି ରହିଥିବା ବିବାଦରେ ନିଃସ୍ବାର୍ଥପର ଭାବେ ଜିଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବାରେ ପଛଘୁଞ୍ଚା କରୁ ନ ଥିଲେ । ଏହିପରି କି ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଚାଲିଥିବା ସୀମା ବିବାଦ ମାମଲାରେ ଯେଉଁ ସବୁ ତଥ୍ୟ ବା ରେକର୍ଡ ପ୍ରଦାନ କରାଯାଇଛି ସେଥିରେ ସ୍ବର୍ଗତ ସ୍ବାଇଁଙ୍କ ମୁଖ୍ୟ ଅବଦାନ ରହିଥିଲା। ଏଥିଯୋଗୁ ତାଙ୍କର ଏହିପରି ବିୟୋଗରେ ସାରା ପଞ୍ଚାୟତ ବାସି ସ୍ତବ୍ଧ ହୋଇ ପଡିଛନ୍ତି ।

କେବଳ ଏତିକି ନୁହେଁ ପଟ୍ଟାଙ୍ଗି ବ୍ଲକ ସଦର ମହକୁମାରୁ କୋଟିଆ ପଞ୍ଚାୟତର ନେରିଡିବାଲସା ଗ୍ରାମକୁ ସଂଯୋଗ କରିଥିବା ବ୍ରିଟିଶ ରାସ୍ତା ନିମନ୍ତେ ରାସ୍ତା ଚିହ୍ନଟରେ ମୁଖ୍ୟ ଭୁମିକା ରହିଥିଲା । ସ୍ବର୍ଗତ ସ୍ବାଇଁ ଅବସର ପରେ ନିଜ ପୈତୃକ ଗ୍ରାମକୁ ଚାଲିଯିବା ପରେ ମଧ୍ୟ ଅନେକ ସମୟରେ ଜିଲା ପ୍ରଶାସନର ଡାକରେ ଜିଲ୍ଲା ଓ ବ୍ଲକରେ ପହଞ୍ଚି ସୀମା ବିବାଦ ସମ୍ପର୍କିତ ତଥ୍ୟ ଦେବାରେ ସହଯୋଗ କରି ଆସୁଥିଲେ । ସେ ନିକଟରେ ଶେଷ ହୋଇଥିବା କୋଟିଆ ରଥଯାତ୍ରାରେ ଯୋଗ ଦେଇଥିଲେ । ବାହୁଡା ଯାତ୍ରା ପରେ ତାଙ୍କର ପୁଣି ନିଜ ଗ୍ରାମକୁ ଫେରିଯିବା କାର୍ଯ୍ୟକ୍ରମ ରହିଥିଲା, କିନ୍ତୁ ଏହା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଛି।

ସ୍ବାଇଁଙ୍କ ଏହିପରି ଅକାଳ ବିୟୋଗରେ ଜିଲ୍ଲା ଏବଂ ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ବିଧାୟକ ରାମଚନ୍ଦ୍ର କାଡାମ , ପୁର୍ବତନ ଏମ୍‌ପି ଜୟରାମ ପାଙ୍ଗି , ତାଙ୍କ ଘନିଷ୍ଠ ବନ୍ଧୁ ଅବସରପ୍ରାପ୍ତ ଜିଲାପାଳ ଗଦାଧର ପରିଡ଼ା , ବଳରାମ ବାରିକ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ସ୍ବାଇଁ ଙ୍କ ମରଶରୀରକୁ ତାଙ୍କ ନିଜସ୍ବ ଗ୍ରାମ ବା ଜନ୍ମ ମାଟିସ୍‌କୁ ପଠାଇବାରେ ବ୍ଲକର ଯୁବଗୋଷ୍ଠୀ ଯଥା ବିଭୂତି ଧଳ, ସନ୍ତୋଷ ମହାପାତ୍ର, ଶରତ କୁମାର ଧଳ, ବାବୁନି ସଡଙ୍ଗି, ସୁଜିତ ଚୌଧୁରୀ, କୋଟିଆ ପଞ୍ଚାୟତର ପୁର୍ବତନ ଜି ଆର୍‌ଏସ ଭୌମ୍ୟ ନାୟକ ପ୍ରମୁଖ ଉପସ୍ଥିତ ରହି ଆମ୍ବୁଲାନ୍ସ ଯୋଗେ ବିଳମ୍ବିତ ରାତି ୪ଟା ୪୫ ରେ ପଠାଇଥିଲେ । ଯାହାକି ଶୁକ୍ରବାର ଅପରାହ୍ନ ୪ଟା ୩୫ ମିନିଟ ସୱାଇଁ ଙ୍କ ମରଶରୀର ତାଙ୍କ ଜନ୍ମ ମାଟିରେ ପହଞ୍ଚିଥିଲା।

ସୂଚନାଯୋଗ୍ୟ, ସ୍ବର୍ଗତ ସ୍ବାଇଁ କୋଟିଆ ପଞ୍ଚାୟତବାସୀଙ୍କ ଦୁଃଖ ସୁଖରେ ରହି ନିଜକୁ ସମର୍ପିତ କରିଥିବା ଯୋଗୁ କୋଟିଆ ପଞ୍ଚାୟତବାସୀ କୋଟିଆ ଥାନା ହୋଇଥିବା ପାହାଡ଼କୁ ଗଦା ଡଙ୍ଗର ରେ ନାମିତ କରିଛନ୍ତି। ତାଙ୍କୁ ଅଞ୍ଚଳବାସୀ ସବୁଦିନ ମନେ ରଖିବେ ବୋଲି ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri