ବାକି ଟଙ୍କା ଆଦାୟ କରିବାକୁ ଯାଇ ଅପହରଣ: କେନ୍ଦୁଝରରୁ କଟକ ନେବା ବେଳେ ଶାଳପଡ଼ା ଠାରେ ଧରିଲା ପୋଲିସ, ୨ ଗିରଫ

ହାଟଡିହୀ/ଛେନାପଦୀ,୯।୫ (ଶୁଭକାନ୍ତ ନାୟକ/ନିରାକାର ପରିଡା): ବାକି ଟଙ୍କା ଆଦାୟ କରିବାକୁ ଯାଇ ଜଣେ ବ୍ୟବସାୟୀ ଅପହରଣର ଶିକାର ହୋଇଛନ୍ତି। କେନ୍ଦୁଝରରୁ ଅପହରଣ କରି କଟକ ଅଭିମୁଖେ ନେଇ ଯାଉଥିବା ବେଳେ ଆନନ୍ଦପୁର ପୋଲିସ ଚଢ଼ାଉ କରି ଅପହୃତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ଗୁଜୁରାଟର ଲୁନାଗରିଆ ଜମନ ଭାଇ (୪୭) ନାମକ ଜଣେ ବ୍ୟକ୍ତି ଗତ ଶନିବାର ବାକି ଥିବା ୯ ଲକ୍ଷ ଟଙ୍କା ଆଦାୟ କରିବା ପାଇଁ କେନ୍ଦୁଝର ଆସିଥିଲେ। ସେଠାରେ ଅଭିଯୁକ୍ତ ବଜରଙ୍ଗ ଲାଲ ଟଙ୍କା ଦେବା ପରିବର୍ତ୍ତେ ଜମନଙ୍କୁ ନିଜ ଘରେ ବନ୍ଦୀ କରି ରଖିଥିଲେ। କେବଳ ସେତିକି ନୁହେଁ, ତାଙ୍କୁ ନିର୍ମମ ଭାବେ ମାଡ଼ ମାରିବା ସହ ହତ୍ୟା ଧମକ ଦେଇ ବଳପୂର୍ବକ ୧୪ ଲକ୍ଷ ୫୦ ହଜାର ଟଙ୍କା ଛଡ଼ାଇ ନେଇଥିଲେ। ଏପରିକି ଆହୁରି ୩୩ ଲକ୍ଷ ଟଙ୍କା ନଦେଲେ ଜୀବନରୁ ମାରିଦେବାକୁ ଅଭିଯୁକ୍ତ ବଜରଙ୍ଗ ଧମକ ଦେଇଥିବା ଅଭିଯୋଗ ହୋଇଛି।

ଅଭିଯୁକ୍ତ ଜମନଙ୍କୁ ଅପହରଣ କରି ଏକ ଧଳା ରଙ୍ଗର ଏକ୍ସୟୁଭି (OD ୨୨Y ୪୯୯୯) କାର୍‌ ଯୋଗେ କଟକ ନେଇ ଯାଉଥିଲା। ଏନେଇ ଖବର ପାଇବା ପରେ ଆନନ୍ଦପୁର ଉପଖଣ୍ଡ ଏସ୍‌ଡିପିଓ କମଳ କୁମାର ପଣ୍ଡାଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ଶାଳପଡ଼ା ପୋଲ ନିକଟରେ ଜୋରଦାର ଚେକିଂ ଆରମ୍ଭ କରିଥିଲେ। ରାତି ପ୍ରାୟ ୯.୩୦ ସମୟରେ ଉକ୍ତ ଗାଡ଼ିଟିକୁ ଅଟକାଇ ଯାଞ୍ଚ କରିବା ପରେ ସେଥିରୁ ଜମନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ଜମନଙ୍କ ଲିଖିତ ଅଭିଯୋଗ ଆଧାରରେ ଘସିପୁରା ଥାନାରେ କେସ ନଂ ୨୧୨/୨୦୨୬ ଏବଂ ବିଏନ୍‌ଏସ୍‌ର ବିଭିନ୍ନ ସଙ୍ଗୀନ ଦଫାରେ ମାମଲା ରୁଜୁ ହୋଇଛି। ପୋଲିସ ମୁଖ୍ୟ ଅଭିଯୁକ୍ତ ବଜରଙ୍ଗ ଲାଲ ଏବଂ ଗାଡ଼ି ଚାଳକ ମୁନିରାମଙ୍କୁ ଗିରଫ କରିଛି। ଗିରଫ ବଜରଙ୍ଗ ଲାଲଙ୍କ ପ୍ରକୃତ ଘର ରାଜସ୍ଥାନରେ। ସେ କେନ୍ଦୁଝରରେ “ମହାଲକ୍ଷ୍ମୀ ସାନିଟାରୀ ଏଣ୍ଡ ଟାଇଲ୍ସ” ନାମରେ ଏକ ଦୋକାନ କରି ବ୍ୟବସାୟ କରୁଥିଲେ ବୋଲି ଏସ୍‌ଡିପିଓ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ଏହି ସଫଳ ଅପରେସନରେ ବିଭିନ୍ନ ଥାନାର ଅଧିକାରୀ ଓ ରାତ୍ରୀକାଳୀନ ପାଟ୍ରୋଲିଂ କର୍ମଚାରୀ ସାମିଲ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଜି ‘ନୋ UPI ଡେ’: QR କୋଡ୍‌ରେ କଳା କପଡ଼ା ବାନ୍ଧିଲେ ବ୍ୟବସାୟୀ; ପକେଟ୍‌ରେ ରଖନ୍ତୁ ନଗଦ

ନୂଆଦିଲ୍ଲୀ,୨୩।୯: UPI ପେମେଣ୍ଟକୁ ନେଇ ପ୍ରସ୍ତାବିତ ନୂଆ ନିୟମ ବିରୋଧରେ ମଧ୍ୟପ୍ରଦେଶର ବ୍ୟବସାୟୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜି ରାଜ୍ୟର ବିଭିନ୍ନ ବଡ଼ ସହରରେ ‘ନୋ UPI ଡେ’…

ମାତ୍ର ଗୋଟିଏ ବଲ୍‌ ବଦଳାଇଦେଲା ଦେଲା ମ୍ୟାଚ୍‌ର ଫଳାଫଳ: ଭାରତ ସପକ୍ଷରେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୨୩।୯: ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ରୋମାଞ୍ଚକର T20 ମ୍ୟାଚ୍‌ର ଶେଷ ଓଭରରେ ଅମ୍ପାୟାରଙ୍କ ଏକ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି। ମ୍ୟାଚ୍‌ର ଫଳାଫଳ…

LPG ଦର ନେଇ ନୂଆ ଖବର: ୬୦୦ ଟଙ୍କା ଯାଏ କମିଲା ଗ୍ୟାସ ଦାମ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୩।୯: କମର୍ସିଆଲ LPG ସିଲିଣ୍ଡରକୁ ନେଇ ଏବେ ବଜାରରେ ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି। କିଛି ଅଞ୍ଚଳରେ ସରକାରୀ ଦରଠାରୁ ଯଥେଷ୍ଟ କମ ମୂଲ୍ୟରେ ୧୯…

କନ୍ୟା ରାଶିରେ ସୃଷ୍ଟି ହେଲା ମହାପୁରୁଷ ରାଜଯୋଗ: ମକର ସମେତ ୩ ରାଶିଙ୍କର ଲାଗିଲା ଲଟେରୀ, ବ୍ୟାଙ୍କ ବାଲାନ୍ସରେ ଅଚାନକ ବୃଦ୍ଧି

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଭଦ୍ର ମହାପୁରୁଷ ଯୋଗକୁ ଏକ ଶୁଭ ରାଜଯୋଗ ଭାବେ ବିବେଚନା କରାଯାଏ। ବୁଧ ନିଜ ରାଶି ମିଥୁନ କିମ୍ବା କନ୍ୟାରେ ରହି କୁଣ୍ଡଳୀର…

ବଡ଼ ଘୋଷଣା କଲା କଂଗ୍ରେସ: ଏହି ଦିନ ଓଡ଼ିଶା ଡାକରା, ଜାଣନ୍ତୁ କ’ଣ ବନ୍ଦ, କ’ଣ ରହିବ ଖୋଲା

ଭୁବନେଶ୍ୱର,୨୩।୯: ଖଣି ପ୍ରସଙ୍ଗକୁ କେନ୍ଦ୍ର କରି ରାଜ୍ୟ ସରକାର ବିରୋଧରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଯୋଜନା କରିଛି ଓଡ଼ିଶା କଂଗ୍ରେସ। ଦଶହରା ପରେ ରାଜ୍ୟବ୍ୟାପୀ ବନ୍ଦ…

ଇତିହାସ ରଚିଲା ଭାରତ: T20ରେ ଏମିତି କାରନାମା କରିବାରେ ବିଶ୍ୱର ପ୍ରଥମ ଦଳ

ନୂଆଦିଲ୍ଲୀ,୨୩।୯: ଜାପାନ ବିପକ୍ଷରେ ରୋମାଞ୍ଚକର ଭାବେ ୨ ରନ୍‌ର ବିଜୟ ହାସଲ କରିବା ସହ ଭାରତୀୟ କ୍ରିକେଟ ଦଳ ଅନ୍ତର୍ଜାତୀୟ T20 କ୍ରିକେଟ୍‌ରେ ଏକ ବଡ଼ ଇତିହାସ…

ବନ୍ଦେ ମାତରମ୍‌ ଗାଇବାକୁ ମନା କରୁଥିବା ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରା ନ ଯାଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩ା୯: ବନ୍ଦେ ମାତରମ୍‌ ଗାନ କରିବାକୁ ମନା କରୁଥିବା ଜଣେ ବିବେକବାଦୀ ପ୍ରତିବାଦୀଙ୍କୁ ଦଣ୍ଡିତ କରାଯିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ କହିଛନ୍ତି।…

ଭାରତ ବିପକ୍ଷ T20 ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା: ବାଦ୍‌ ପଡ଼ିଲେ ଷ୍ଟାର୍‌ ଅଲରାଉଣ୍ଡର

ନୂଆଦିଲ୍ଲୀ,୨୩।୯: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ୨୨ ଅକ୍ଟୋବରରୁ ୫ ମ୍ୟାଚ ବିଶିଷ୍ଟ T20 ସିରିଜ ଆରମ୍ଭ ହେବ। ଏହି ସିରିଜ ପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?