ସୀମାନ୍ତ ଗାଁରେ ଜନଗଣନା ବିବାଦ

ଗଜପତି ଜିଲାର ସୀମାନ୍ତ ଗାଁରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ପକ୍ଷରୁ ଜନଗଣନାକୁ ନେଇ ବିବାଦ ସୃଷ୍ଟି ହୋଇଛି। ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା ଗ୍ରାମରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଜନଗଣନା କାର୍ଯ୍ୟ କରାଯାଇ ଘର ନମ୍ବର ଲେଖାଯାଇଥିଲା। ତାହାକୁ ଆନ୍ଧ୍ରପ୍ରଦେଶର ଅଧିକାରୀମାନେ ଲିଭାଇ ସେମାନଙ୍କ ନମ୍ବର ଲେଖୁଛନ୍ତି। ଏହାର ଜବାବରେ ଓଡ଼ିଶାର ଜନଗଣନା ଅଧିକାରୀମାନେ ମଧ୍ୟ ସମାନ ପଦକ୍ଷେପ ନେଉଛନ୍ତି। କେତେକ ଘରେ ଦୁଇ ରାଜ୍ୟର ନମ୍ବର ଲେଖାଯାଇଥିବା ଦେଖିବାକୁ ମିଳିଛି। ଉଭୟ ରାଜ୍ୟର ଅଧିକାରୀମାନଙ୍କ ଏଭଳି କାର୍ଯ୍ୟ ଜନଗଣନାକୁ ତ୍ରୁଟିପୂର୍ଣ୍ଣ କରିଦେବ। ମାଣିକପାଟଣା ଏକ ଉଦାହରଣ ହୋଇଥିବାବେଳେ ଦେଶର ବିଭିନ୍ନ ରାଜ୍ୟର ସୀମାନ୍ତ ଅଞ୍ଚଳରେ ଏଭଳି ବିବାଦୀୟ ଜନଗଣନା ସ୍ଥିତି ରହିଥିବା ସ୍ପଷ୍ଟ ହୋଇଯାଉଛି। ଏଥିରୁ ଦେଶର ଜନଗଣନା ତ୍ରୁଟିଶୂନ୍ୟ ହେବା ଆଶା କରାଯାଇ ନ ପାରେ। ଅନ୍ୟପକ୍ଷରେ ଜନଗଣନା ସମୟରେ କେତେଜଣ ଅଧିକାରୀଙ୍କ ଆଚରଣ ଲୋକଙ୍କୁ କ୍ଷୁବ୍ଧ କରିଦେଉଥିବାରୁ ମାରପିଟ୍‌ ଭଳି ଘଟଣା ଘଟୁଛି। ଏପ୍ରିଲ ୨୨ରେ ଢେଙ୍କାନାଳ ଜିଲାର କାମାକ୍ଷାନଗର ଅଞ୍ଚଳରେ ଘଟିଥିବା ଘଟଣା ଏହାର ଉଦାହରଣ।

ପାରଳାଖେମୁଣ୍ଡି,୧୦ ।୫ (ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗଙ୍ଗାବାଡ ପଞ୍ଚାୟତ ଆନ୍ଧ୍ର ସୀମାନ୍ତକୁ ଲାଗି ରହିଛି। ସବୁବେଳେ ଏହି ପଞ୍ଚାୟତରେ ଆନ୍ଧ୍ର କିଛି ନା କିଛି ବିଶୃଙ୍ଖଳା ସୃଷ୍ଟି କରି ଆସୁଛି। ଏବେ ଜିଲାରେ ଜନଗଣନା କାର୍ଯ୍ୟ ଚାଲିଥିବା ବେଳେ ଗତ ୪ ଦିନ ମଧ୍ୟରେ ଆନ୍ଧ୍ର ୨ ଥର ଉକ୍ତ ପଞ୍ଚାୟତରେ ପଶି ଜନଗଣନା କାର୍ଯ୍ୟରେ ହସ୍ତକ୍ଷେପ କରିଛି। ଉକ୍ତ ପଞ୍ଚାୟତର ମାଣିକପାଟଣା ଗ୍ରାମରେ ଥିବା ୮୨ଟି ଘରେ ୬ ତାରିଖରେ ଓଡ଼ିଶା ପକ୍ଷରୁ ଜନଗଣନା କାର୍ଯ୍ୟକ୍ରମ କରୁଥିବା କର୍ମଚାରୀ ସର୍ଭେ କରି ପ୍ରତି ଘରେ ସର୍ଭେ ନମ୍ବର କାନ୍ଥରେ ଲେଖି ଆସିଥିଲେ। ପରେ ଆନ୍ଧ୍ରର ଅଧିକାରୀମାନେ ପହଞ୍ଚତ୍ ଏହି ଗ୍ରାମର ୨୨ଟି ଘରେ ଓଡିଶା ପକ୍ଷରୁ ଲେଖାଯାଇଥିବା ସର୍ଭେ ନମ୍ବର ପାର୍ଶ୍ୱରେ ଆନ୍ଧ୍ରର ସର୍ଭେ ନମ୍ବର ପକାଇ ସେଠାକାର ଲୋକଙ୍କୁ ଆନ୍ଧ୍ର ସରକାରଙ୍କ କାର୍ଯ୍ୟକ୍ରମରେ ସାମିଲ ହେବାକୁ ତାଗିଦ କରିଥିଲେ। ଏସମ୍ପର୍କରେ ଜାଣିବା ପରେ ୭ ତାରିଖରେ ଗଜପତି ଜିଲା ପ୍ରଶାସନପକ୍ଷରୁ ଉପଜିଲାପାଳ ଅନୁପ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରିଥିଲା। ଏହି ଟିମ୍‌ରେ ରାୟଗଡ ତହସିଲଦାର, ଗାରବନ୍ଧା ପୋଲିସ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଘଟଣାର ତଦନ୍ତ କରିବା ସହ ପୁଣି ଥରେ ଆନ୍ଧ୍ରର ନମ୍ବର ଲିଭାଇ ନିଜ ସର୍ଭେ ନମ୍ବର ପକାଇ ଆସିଥିଲେ। ତେବେ ଆନ୍ଧ୍ରର ଅଧିକାରୀମାନେ ୮ ତାରିଖ ସନ୍ଧ୍ୟାରେ ଆସି ଜବରଦସ୍ତି ମାଣିକପାଟଣା ଗ୍ରାମର ୨୨ଟି ଘରେ ପୁଣି ଥରେ ଆନ୍ଧ୍ର ସର୍ଭେ ନମ୍ବର ଲେଖି ଗାଁ ଲୋକଙ୍କୁ ତାଗିଦ କରିଛନ୍ତି। ଏହି ଗ୍ରାମର କେତେଜଣ ଲୋକ ଆନ୍ଧ୍ର ସପକ୍ଷରେ ରହି ଜନଗଣନା କରୁଥିବା କର୍ମଚାରୀଙ୍କୁ ସେହି ତାଲିକାରେ ସେମାନଙ୍କୁ ସାମିଲ ନ କରିବା ପାଇଁ କହିବାରୁ କିଛି ସମୟ ଧରି କର୍ମଚାରୀଙ୍କ ସହ ଯୁକ୍ତିତର୍କ ହେଉଥିବା ଦେଖିବାକୁ ମିଳିଥିଲା।
ଶନିବାର ପୁଣି ରାୟଗଡ ଅତିରିକ୍ତ ତହସିଲଦାର ଓ ରାଜ୍ୟ ଜନଗଣନା କାର୍ଯ୍ୟର ଗଜପତି ଜିଲା ନୋଡାଲ ଅଧିକାରୀ ସୁଜିତ ପ୍ରଧାନ ମାଣିକପାଟଣା ଗ୍ରାମରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କୁ ବୁଝାଶୁଝା କରି ଫେରିିଛନ୍ତି। ଅନ୍ୟପକ୍ଷରେ ଆନ୍ଧ୍ର ସପକ୍ଷରେ ଥିବା ଲୋକମାନେ ଦୁଇଟି ରାଜ୍ୟର ସରକାରୀ ସୁବିଧାର ଲାଭ ଉଠାଉଛନ୍ତି। ଓଡ଼ିଶାର ସର୍ଭେରେ ସାମିଲ ହେବାକୁ ରାଜି ନ ହୋଇ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛନ୍ତି ବୋଲି ପୂର୍ବତନ ସରପଞ୍ଚ ହରିବନ୍ଧୁ କାର୍ଜି ଏବଂ ଜନଗଣନାରେ ନିୟୋଜିତ କର୍ମଚାରୀ ନରସିଂହ ନାୟକ କହିଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ପଣ୍ଡା ପ୍ରଶାସନ ପକ୍ଷରୁ ଅସହଯୋଗ କରୁଥିବା ପରିବାର ଲୋକଙ୍କ ସମସ୍ତ ତଥ୍ୟ ସଂଗ୍ରହ କରିବାକୁ ଜନଗଣନା କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶାରେ ରହି ଓଡିଶାର ସମସ୍ତ ସରକାରୀ ଯୋଜନାର ଲାଭ ଉଠାଇ ଏବଂ ଆନ୍ଧ୍ର ସରକାରଙ୍କ ପକ୍ଷରୁ ସୁବିଧା ପାଇ ଯେଉଁମାନେ ଆନ୍ଧ୍ରକୁ ସମର୍ଥନ କରି ଓଡିଶା ଜନଗଣନା କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲାପାଳ କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଏହି ଅଞ୍ଚଳ ସୀମା ବିବାଦକୁ ନେଇ ଚର୍ଚ୍ଚାରେ ରହିଆସିଛି। ୭ଥର ମିଳିତ ଭାବେ ଆନ୍ଧ୍ର ଓଡ଼ିଶା ସର୍ଭେ ହୋଇଛି। ପୂର୍ବ ସର୍ଭେ ଅନୁସାରେ ଏହି ଅଞ୍ଚଳ ଓଡ଼ିଶାର ବୋଲି ନିର୍ଦ୍ଧାରିତ ହୋଇଥିବା ସତ୍ତ୍ୱେ ଆନ୍ଧ୍ରର ଏଭଳି କାର୍ଯ୍ୟ ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ଆଗକୁ ପଞ୍ଚାୟତ ନିର୍ବାଚନ ରହିଥିବାରୁ ଏହି ସମସ୍ୟାର ସମାଧାନ ନ ହେଲେ ସେତେବେଳେ ପରିସ୍ଥିତି ଉଗ୍ରରୂପ ନେଇପାରେ ବୋଲି ଆଲୋଚନା ହେଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?