ପଶ୍ଚିମବଙ୍ଗର ନୂଆ ଅଧିକାରୀ

ପଶ୍ଚିମବଙ୍ଗ ରାଜନୈତିକ ଇତିହାସରେ ୯ ମେ’ ୨୦୨୬ ଆଉ ଏକ ଫର୍ଦ୍ଦ ଯୋଡ଼ିଛି। ସେଠାରେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) କ୍ଷମତାକୁ ଆସିବା ପରେ ଶୁଭେନ୍ଦୁ ଅଧିକାରୀ ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସ୍ବାଧୀନତା ପରେ ବିଧାନଚନ୍ଦ୍ର ରାୟ, ପ୍ରଫୁଲ୍ଲ ଚନ୍ଦ୍ର ସେନ୍‌, ଅଜୟ କୁମାର ମୁଖାର୍ଜୀ, ପ୍ରଫୁଲ୍ଲ ଚନ୍ଦ୍ର ଘୋଷ, ସିଦ୍ଧାର୍ଥ ଶଙ୍କର ରାୟ, ଜ୍ୟୋତି ବସୁ, ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଓ ମମତା ବାନାର୍ଜୀଙ୍କ ପରେ ଶୁଭେନ୍ଦୁ ନବମ ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି। ପୂର୍ବ ମେଦିନପୁରରୁ ଅଜୟ କୁମାର ମୁଖାର୍ଜୀଙ୍କ ପରେ ଶୁଭେନ୍ଦୁ ସମ୍ପୃକ୍ତ ଜିଲାରୁ ଆସି ଏବେ ରାଜ୍ୟର ଶାସନ ମୁଖ୍ୟ ହୋଇଛନ୍ତି। ୩୪ ବର୍ଷର ବାମପନ୍ଥୀ ସରକାରକୁ ହଟାଇ ମମତା ବାନାର୍ଜୀଙ୍କୁ ଗାଦିନସୀନ କରିବାରେ ୨୦୦୭ର ନନ୍ଦିଗ୍ରାମ ଆନ୍ଦୋଳନର ମୁଖ୍ୟ ସ୍ଥପତି ଶୁଭେନ୍ଦୁଙ୍କୁ ଶ୍ରେୟ ଦିଆଯାଇଥାଏ। ୨୦୧୧ରେ ରାଜ୍ୟରେ ତୃଣମୂଳ କଂଗ୍ରେସ ଶାସନ କଲା ବେଳେ ମମତାଙ୍କ ଅଭିଭାବକତ୍ୱକୁ ସେ ସମ୍ମାନ ଦେଇଥିଲେ। ହେଲେ ମମତା ନିଜ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ରାଜନୈତିକ ପ୍ରାଧାନ୍ୟ ଦେବା ଶୁଭେନ୍ଦୁ ଅନୁଭବ କରିବା ପରେ ତୃଣମୂଳ କଂଗ୍ରେସରୁ ଦୂରେଇ ଯିବେ ବୋଲି ଆଲୋଚନା ହୋଇଥିଲା। ସେତିକି ବେଳେ ଶୁଭେନ୍ଦୁଙ୍କୁ ମମତା ବିଦ୍ରୋହୀ ଆଖ୍ୟା ଦେଇ ଅପମାନିତ କରିଥିଲେ। ୨୦୨୦ ଡିସେମ୍ବରରେ ତୃଣମୂଳ ସହ ସମ୍ପର୍କ ଛିନ୍ନ କରି ଶୁଭେନ୍ଦୁ ଭାଜପାରେ ଯୋଗଦେଇଥିଲେ। ଯୋଗଦେବାର ୧,୯୯୬ ଦିନ ପରେ ମମତାଙ୍କୁ ସିଂହାସନରୁ ତଡ଼ି ଶୁଭେନ୍ଦୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହେବା ଚର୍ଚ୍ଚାର ବିଷୟ ହୋଇଛି। ସବୁଠାରୁ ଅଧିକ ଆଲୋଚିତ ଘଟଣାକ୍ରମେ ପୂର୍ବତନ ମେଣ୍ଟର ମମତାଙ୍କୁ ୨୦୨୧ରେ ନନ୍ଦିଗ୍ରାମ ଓ ୨୦୨୬ରେ ଭବାନୀପୁରରୁ ପରାସ୍ତ କରି ଶୁଭେନ୍ଦୁ ତାଙ୍କ ବ୍ୟକ୍ତିତ୍ୱର ଉଚ୍ଚତାକୁ ବଢ଼ାଇ ଦେଇଛନ୍ତି।
ଶୁଭେନ୍ଦୁ ପୂର୍ବ ମେଦିନପୁର କାର୍‌କୋଲିରେ ୧୫ ଡିସେମ୍ବର ୧୯୭୦ରେ ଏକ ବେଙ୍ଗଲି ବ୍ରାହ୍ମଣ ପରିବାରରେ ଗାୟତ୍ରୀ ଓ ଶିଶିର ଅଧିକାରୀଙ୍କ କୋଳମଣ୍ଡନ କରିଥିଲେ। ତାଙ୍କ ପିତା କଂଗ୍ରେସ ରାଜନୀତିରେ ରହି ମନମୋହନ ସିଂଙ୍କ ସରକାରରେ ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ଏକ ଥିଲାବାଲା ରାଜନୈତିକ ପରିବାରରୁ ଆସିଥିଲେ ହେଁ ଶୁଭେନ୍ଦୁ ପ୍ରଥମେ କଂଗ୍ରେସ ଓ ପରେ ଅଣକଂଗ୍ରେସ ଦଳରେ ନିଜକୁ ସାମିଲ କରିଥିଲେ। ରବୀନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟରୁ ସେ ୨୦୧୧ରେ କଳାରେ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିଲେ। ଛାତ୍ର ବେଳୁ ସେ ରାଜନୀତିରେ ସକ୍ରିୟ ରହିଆସିଛନ୍ତି। ଅବିବାହିତ ଥିବା ଶୁଭେନ୍ଦୁ ପ୍ରଥମେ ୧୯୯୫ରେ କାନ୍ଥି ମ୍ୟୁନିସିପାଲିଟିରେ କଂଗ୍ରେସ କାଉନ୍‌ସିଲର ହୋଇଥିଲେ। ୨୦୦୬ରେ ସେ କାନ୍ଥି ଦକ୍ଷିଣ ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେହିବର୍ଷ ମଧ୍ୟ ସେ କାନ୍ଥି ମ୍ୟୁନିସିପାଲିଟିର ଅଧ୍ୟକ୍ଷ ହୋଇଥିଲେ। ୨୦୦୭ରେ ସେ ନନ୍ଦିଗ୍ରାମ ଆନ୍ଦୋଳନକୁ ବ୍ୟାପକ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ‘ଭୂମି ଉଚ୍ଛେଦ ପ୍ରତିରୋଧ କମିଟି’ର ନେତୃତ୍ୱ ନେଇଥିଲେ। ସେତେବେଳେ ବାମପନ୍ଥୀ ସରକାର ନନ୍ଦିଗ୍ରାମରେ ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍‌ (ଏସ୍‌ଇଜେଡ୍‌) କରିବା ଲାଗି ୧୦,୦୦୦ ଏକର ଜମି ଅଧିଗ୍ରହଣ କରିବାକୁ ଚାହୁଁଥିଲା। ଏହା ବିରୋଧରେ ତୃଣମୂଳ କଂଗ୍ରେସ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଥିଲା। ସେତେବେଳେ ଅଭିଯୋଗ ହୋଇଥିଲା ଯେ, ଶୁଭେନ୍ଦୁ ସଶସ୍ତ୍ର ମାଓବାଦୀଙ୍କୁ ପ୍ରୋତ୍ସାହନ ଦେଇ ଆନ୍ଦୋଳନକୁ ବ୍ୟାପକ କରିଥିଲେ। ଅବଶ୍ୟ ନନ୍ଦିଗ୍ରାମ ଆନ୍ଦୋଳନ ତୃଣମୂଳକୁ ରାଜନୈତିକ ଦୃଷ୍ଟିରୁ ଫଇଦା ଦେଇଥିଲା। ୨୦୦୦ରୁ ୨୦୨୦ ଯାଏ ମମତାଙ୍କ ସହିତ ଶୁଭେନ୍ଦୁ ତୃଣମୂଳ କଂଗ୍ରେସରେ ରହି ଦଳ ଭିତରେ ନିଜର ରାଜନୈତିକ ଗୁରୁତ୍ୱ ବୃଦ୍ଧି କରିଥିଲେ। ଏପରି କି ମମତା ବାନାର୍ଜୀଙ୍କ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ସେ ୨୦୦୯ରୁ ୨୦୧୬ ଯାଏ ମଧ୍ୟ ଲୋକ ସଭା ସଦସ୍ୟ ରହିଥିଲେ। ଭାଜପାରେ ଯୋଗଦେବା ପରେ ୨୦୨୧ରୁ ୨୦୨୬ ଯାଏ ବିରୋଧୀ ଦଳ ନେତା ଭାବେ ମମତା ସରକାରଙ୍କୁ କଡ଼ା ଜବାବ ଦେବାରେ ଶୁଭେନ୍ଦୁ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।
ଶୁଭେନ୍ଦୁ ଅଧିକାରୀ ଜଣେ ଅତ୍ୟନ୍ତ ଶକ୍ତିଶାଳୀ ଏବଂ ‘ମାଟିର ପୁଅ’ ଭାବରେ ପରିଚୟ ସୃଷ୍ଟି କରିପାରିଛନ୍ତି। ଗ୍ରାମୀଣ ବଙ୍ଗଳା ବିଶେଷକରି ମେଦିନପୁର ଅଞ୍ଚଳ ସହ ତାଙ୍କର ଗଭୀର ସମ୍ପର୍କ ରହିଛି। ମେଦିନପୁର ଓଡ଼ିଶା ସୀମାନ୍ତ ଅଞ୍ଚଳ ହୋଇଥିବାରୁ ଶୁଭେନ୍ଦୁଙ୍କର ସମ୍ପର୍କ ଓଡ଼ିଶା ସହ ଭଲ ରହିବ ବୋଲି କୁହାଗଲାଣି। ତେବେ ନିଜର ସୂକ୍ଷ୍ମ ଯୋଜନା ପାଇଁ ଜଣାଶୁଣା ଶୁଭେନ୍ଦୁ କେବଳ ଜଣେ ବକ୍ତା ନୁହନ୍ତି, ବରଂ ଜଣେ ଦକ୍ଷ ସଙ୍ଗଠକ ଭାବରେ ବେଶ୍‌ ପରିଚିତ। ବୁଥ୍‌ସ୍ତରର କର୍ମୀଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ରହିଛି। ସେ ନିଜକୁ ବଙ୍ଗଳାରେ ଜଣେ ଶକ୍ତିଶାଳୀ ହିନ୍ଦୁତ୍ୱର ପ୍ରତୀକ ଭାବରେ ସ୍ଥାପିତ କରିଛନ୍ତି, ଯେଉଁଥିପାଇଁ ସେ ରାଜନୈତିକ ବାର୍ତ୍ତା ଦେବା ସହିତ ସାଂସ୍କୃତିକ ଅସ୍ମିତାକୁ ସଂଯୋଗ କରି ପଶ୍ଚିମବଙ୍ଗରେ ଲୋକପ୍ରିୟତା ହାସଲ କରିପାରିଲେ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଉଛନ୍ତି। ସମର୍ଥକମାନେ ତାଙ୍କର ସ୍ପଷ୍ଟତା ଏବଂ ‘ସଂସ୍କାର’କୁ ପ୍ରଶଂସା କରୁଥିବାବେଳେ ସମାଲୋଚକମାନେ ତାଙ୍କର ଉତ୍ତେଜନାମୂଳକ ଭାଷଣକୁ ସମାଲୋଚନା କରିଥାଆନ୍ତି। ୨୦୨୬ ବିଜୟ ପରେ ସେ ନିଜର ଆକ୍ରମଣାତ୍ମକ ପ୍ରଚାର ଶୈଳୀରୁ ଦୂରେଇ ଯାଇ ସ୍ଥିରତା, ଆଇନ ଶୃଙ୍ଖଳା ଏବଂ ‘ଡବଲ-ଇଞ୍ଜିନ’ ବିକାଶ ଉପରେ ଧ୍ୟାନ ଦେବାକୁ ସଙ୍କେତ ଦେଇଛନ୍ତି। ହେଲେ ବାସ୍ତବରେ ଶାସନ ଡୋରି ଧରିବା ପରେ ତାଙ୍କ ନୂଆ ଶୈଳୀର ବ୍ୟବସ୍ଥା ପଶ୍ଚିମବଙ୍ଗବାସୀଙ୍କ ପାଇଁ କେତେ ଲୋକାଭିମୁଖୀ ହୋଇପାରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିବା ସ୍ବାଭାବିକ।

-ଜିତେନ୍ଦ୍ର କୁମାର ନାୟକ

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?