Posted inଜାତୀୟ

ହତ୍ୟା ଅଭିଯୁକ୍ତ ମୃତବ୍ୟକ୍ତିଙ୍କ ସମ୍ପତ୍ତି ପାଇପାରିବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୦ା୫(ପି.ଟି.): ଜଣେ ବ୍ୟକ୍ତି ଯଦି ଅନ୍ୟ ଜଣଙ୍କୁ ହତ୍ୟା କରିବା କିମ୍ବା ହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ଅଭିଯୁକ୍ତ ହୋଇଥାନ୍ତି, ତେବେ ସେ ଉତ୍ତରାଧିକାର ସୂତ୍ରରେ ମୃତ ବ୍ୟକ୍ତିଙ୍କ ସମ୍ପତ୍ତି ପାଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସମ୍ପତ୍ତି ଉତ୍ତରାଧିକାରରୁ ଅଯୋଗ୍ୟତା ଉଭୟ ଇଚ୍ଛାପତ୍ର ଥିବା ଏବଂ ଇଚ୍ଛାପତ୍ର ନ ଥିବା ଉତ୍ତରାଧିକାରୀଙ୍କ କ୍ଷେତ୍ରରେ ଲାଗୁହେବ ବୋଲି ଜଷ୍ଟିସ୍‌ ଜେ.ବି. ପର୍‌ଦିଓ୍ବାଲା ଏବଂ ଆର୍‌. ମହାଦେବନଙ୍କ ଖଣ୍ଡପୀଠ କହିଛନ୍ତି। ମାମଲାର ବିଚାର ଚାଲିଥିବାବେଳେ ମଧ୍ୟ ଉକ୍ତ ପ୍ରତିବନ୍ଧକ ଲାଗୁହେବ।
ଯଦି କୌଣସି ବ୍ୟକ୍ତି ଇଚ୍ଛାପତ୍ର ନ କରି ପ୍ରାଣ ହରାଇଥାନ୍ତି, ସେ କ୍ଷେତ୍ରରେ ବ୍ୟକ୍ତିଗତ ଆଇନର ନିୟମ ଅନୁଯାୟୀ ସମ୍ପତ୍ତି ବଣ୍ଟନ କରାଯାଇଥାଏ। ଯଦି ଇଚ୍ଛାପତ୍ର କରିଥାନ୍ତି, ତେବେ ତଦନୁଯାୟୀ ସମ୍ପତ୍ତି ବଣ୍ଟା ଯାଇଥାଏ। ଯଦି ଜଣେ ଉତ୍ତରାଧିକାର ସୂତ୍ରରେ ସମ୍ପତ୍ତି ପାଇବା ପାଇଁ ଅନ୍ୟ ଜଣକୁ ହତ୍ୟା କରେ ବା ଉସୁକାଏ, ତେବେ ସେ କେବଳ ହିନ୍ଦୁ ଉତ୍ତରାଧିକାର ଆଇନର ଧାରା ୨୫ ଅନୁଯାୟୀ ସମ୍ପତ୍ତି ପାଇବାକୁ ଅଯୋଗ୍ୟ, ତାହା ନୁହେଁ ନ୍ୟାୟ ଓ ସାଧୁତାର ନୀତି ଆଧାରରେ ମଧ୍ୟ ସେ ସମ୍ପତ୍ତିରୁ ବଞ୍ଚତ୍ତ ହେବେ। ଦଓ୍ବୋନି ମାମଲାରେ ଯଦି ଅପରାଧ ହୋଇଥିବା ସମ୍ଭାବନା ଅଧିକ ଥାଏ, ତେବେ ତାହାକୁ ପ୍ରମାଣ କରିବା ପାଇଁ କଠୋର ପ୍ରମାଣର ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହ୍ରାସ ପାଉଛି ଜମିର ଉର୍ବରତା: ଜୈବିକ ପଦ୍ଧତିରେ ଚାଷ କରିବାକୁ ଆହ୍ବାନ

ଦାରିଙ୍ଗବାଡ଼ି,୨୪ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ପରିସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର ଶେଷ ଦିବସ ଅବସରରେ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ…

ଅବସରର ସପ୍ତାହେ ପୂର୍ବରୁ ଗିରଫ ହେଲେ ନିର୍ବାହୀ ଯନ୍ତ୍ରୀ: ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡ଼ିବସିଲା ଭିଜିଲାନ୍ସ

ରାୟଗଡା,୨୪।୬: ରାୟଗଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକ ଗିରଫ କରିଛି। ଭିଜିଲାନ୍ସ। ୨ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ ପ୍ରସନ୍ନ। କାର୍ଯ୍ୟ…

ବନ୍ଦ ହୋଇଯିବ ବରଗଡ଼ ସିମେଣ୍ଟ କାରଖାନା, ତେଜିଲା ଅସନ୍ତୋଷ

ବରଗଡ଼,୨୪ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସିମେଣ୍ଟ କାରଖାନା ଆସନ୍ତା ଅଗଷ୍ଟ ୧୯ରୁ କାରଖାନା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। କାରଖାନା କର୍ତ୍ତୃପକ୍ଷ ଏ ନେଇ ଗତ ୧୯ ତାରିଖ ଭାରତ…

ସଂଶୋଧିତ ତାଲିକାରେ ବି ବଢ଼ିଲା ତ୍ରୁଟି: ଦକ୍ଷତାକୁ ନେଇ ବଡ଼ ପ୍ରଶ୍ନବାଚୀ

ଭୁବନେଶ୍ୱର,୨୪ା୬(ସୁଚିସ୍ମିତା ସାହୁ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ବଢ଼ୁଛି ବିବାଦ। ପ୍ରତିଦିନ ପାଠ୍ୟପୁସ୍ତକରେ ତ୍ରୁଟି ନେଇ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି। ପାଠ୍ୟପୁସ୍ତକରେ ତ୍ରୁଟି…

ପଳାତକ ନୀରବ ମୋଦିଙ୍କୁ ଲାଗିଲା ଜୋରଦାର ଝଟକା: ଫେରାଇବେ ୧୦୦ କୋଟି ଟଙ୍କା

ନୂଆଦିଲ୍ଲୀ,୨୪।୬: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଲଣ୍ଡନ ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଏକ ଋଣ ବିବାଦରେ ବ୍ୟାଙ୍କ ଅଫ ଇଣ୍ଡିଆ ସପକ୍ଷରେ ରାୟ…

ସ୍ବାମୀ ସ୍ମାର୍ଟ ଚାଷୀ, ସ୍ତ୍ରୀ ରୋଲ ମଡେଲ: ମଫସଲରେ ସଫଳ ସ୍ମାର୍ଟ ଫାର୍ମିଂ

ବଲାଙ୍ଗୀର,୨୪ା୬(ବୀରେନ୍ଦ୍ର କୁମାର ଝାଙ୍କର): ଚାଷୀ ଦମ୍ପତିଙ୍କ କଠିନ ପରିଶ୍ରମ, ଗଭୀର ଆତ୍ମବିଶ୍ୱାସ ଏବଂ ସରକାରୀ ଯୋଜନାଗୁଡ଼କର ଉପଯୁକ୍ତ ସମନ୍ବୟ ଏବେ ବଲାଙ୍ଗୀର ଜିଲାରେ ସ୍ବାବଲମ୍ବନ ଓ ସଫଳତାର…

କାଦୁଅ ରାସ୍ତା, ଅଧାବାଟରୁ ଫେରିଲା ମୁଖ୍ୟମନ୍ତ୍ରୀ ବସ୍‌

ଲୋଇସିଂହା,୨୪।୬(ସୁଶାନ୍ତ ବାରିକ):ବର୍ଷାରେ କେନାଲ ରାସ୍ତା କାଦୁଅ ହୋଇ ପଡିଥିବାରୁ ଆଗଲପୁରରୁ ପଟୁଆପାଲିକୁ ଚାଲୁଥିବା ମୁଖ୍ୟମନ୍ତ୍ରୀ ବସ୍‌ ଗତ ଦୁଇ ଦିନ ହେବ ଅଧାବାଟରୁ ଫେରୁଥିବା ଅଭିଯୋଗ ହୋଇଛି।…

ଫୁଟ୍‌ପାଥରେ ଶୋଇଥିବାବେଳେ ନାବାଳିକାଙ୍କୁ ଅପହରଣ କରିନେଇ ବଳାତ୍କାର କଲେ ଟ୍ୟାକ୍ସି ଡ୍ରାଇଭର, ଆଉ ତା’ପରେ…

ନୂଆଦିଲ୍ଲୀ,୨୪ା୬: ଦକ୍ଷିଣ ଦିଲ୍ଲୀର ମେହରୋଲି ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିନେଇ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୧ ବର୍ଷୀୟା ବାଳିକା ତାଙ୍କ ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri