ବରଗଡ଼ ଜିଲା ପ୍ରିମିୟର ଲିଗ୍: ସମଲେଶ୍ୱରୀ ଇଲେଭେନ ବିଜୟୀ

ବରଗଡ଼,୮।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା କ୍ରିକେଟ୍ ଆସୋସିଏଶନ୍, ବରଗଡ଼ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ୮ମ ବରଗଡ଼ ଜିଲଖ ପ୍ରିମିୟର ଲିଗର ପଞ୍ଚମ ଦିବସ ଶୁକ୍ରବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ମା’ ସମଲେଶ୍ୱରୀ ଇଲେଭେନ ଦଳ, ଅତାବିରା ହ୍ବାଇଟ ହର୍ଷକୁ ୪ ୱିକେଟରେ ହରାଇ ପ୍ରତିଯୋଗିତାରେ ନିଜର ଦ୍ୱିତୀୟ ମ୍ୟାଚ୍ ଜିତି ନେଇଛି। ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ଟସ୍ ଜିତି ଅତାବିରା ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ଦଳର ଖେଳାଳୀମାନେ ଜୋରଦାର ଢଙ୍ଗରେ ରନ୍ ରେଟ୍ ହାର ବଢ଼ାଇବା ପାଇଁ ଚାରିଆଡ଼େ ସର୍ଟ ଲଗାଇ ମ୍ୟାଚର ପ୍ରାରମ୍ଭ କରିଥିଲେ। ଦଳର ବ୍ୟାଟ୍ସମ୍ୟାନ୍ ରୋହନ କୁମାରଙ୍କ ୨୪ ବଳରେ ୩ ଚୌକା ୧ ଛକା ସହ ୨୫ ରନ୍, ପ୍ରବୀଣ ଲୁହାଙ୍କ ୨୬ ବଳରେ ୩ ଚୌକା ୨ ଛକା ସହ ୩୦ ରନ୍, ସୌମ୍ୟ ଲେଙ୍କାଙ୍କ ୧୧ ବଳରେ ୩ ଚୌକା ୧ ଛକା ସହ ୨୪ ରନ୍ , ଦେବବ୍ରତ ପ୍ରଧାନଙ୍କ ୧୮ ବଳରେ ୩ ଚୌକା ୧ ଛକା ସହ ୨୬ ରନ୍ , ଅତୁଲ୍ୟ କର୍ଣ୍ଣଙ୍କ ୧୦ ବଳରେ ୩ ଛକା ସହ ୨୦ ରନ୍ , ଶୃତିରାଜ୍ ମିଶ୍ରଙ୍କ ୧୧ ରନ୍ ଫଳରେ ଦଳ ୧୯.୫ ଓଭରେ ୧୫୩ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ପ୍ରତିପକ୍ଷ ମା’ ସମଲେଶ୍ୱରୀ ଇଲେଭେନ୍ ପକ୍ଷରୁ ଶୁଭମ୍ ଦାସ ୨୩/୫ ଉଇକେଟ, ଦେବବ୍ରତ ପ୍ରଧାନ ୨୧/୩ ଉଇକେଟ, ଶ୍ରେଷ୍ଠ ସିଂ ୨୮/୧ ଉଇକେଟ, ଅମରଜିତ ସିଂ ୧୬/୧ ଉଇକେଟ ନେଇଥିଲେ । ୧୫୪ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା , ମା ସମଲେଶ୍ୱରୀ ଦଳ ଶ୍ରେଷ୍ଠ ସିଂ ଙ୍କ ୨୩ ବଳରେ ୯ ଚୌକା ୧ ଛକା ବଳରେ ୫୦ ରନ୍, ସନ୍ଦେଶ ସୁହାସ ପୂଜାରୀ ୧୨ ବଳରେ ୨ ଚୌକା ୪ ଛକା ସହ ୩୭ ରନ୍, ଦିବ୍ୟ କୁମାର ସାହୁଙ୍କ ୨୨ ବଳରେ ୪ ଚୌକା ୧ ଛକା ସହ ୩୫ ରନ୍ , ଦେବବ୍ରତ ପ୍ରଧାନ ୨୦ ବଳରେ ୩ ଛକା ସହ ୨୩ ରନ୍ ଫଳରେ ଦଳ ୧୫.୩ ଓଭରରେ ୧୫୭/୬ କରି ମ୍ୟାଚ୍ କୁ ସମଲେଶ୍ୱରୀ ଇଲେଭେନ ୪ ଉଇକେଟରେ ବିଜୟୀ ହୋଇଥିଲା। ଏହି ମ୍ୟାଚକୁ ଓସିଏ ପ୍ୟାନେଲ ଅମ୍ପାୟାର ଅକ୍ଷୟ ସାହାଣୀ ଓ ହନୁ ଅଗ୍ରୱାଲ ଖେଳ ପରିଚାଳନା କରିଥିବା ବେଳେ ତୃତୀୟ ଅମ୍ପାୟାର ଭାବରେ ସାଜନ୍ ସାହୁ ଓ ଚତୁର୍ଥ ଅମ୍ପାୟାର ଥିଲେ ଶୁଭମ୍ ପାତ୍ର। ମ୍ୟାଚ୍ ରିଫରୀ ଅଛନ୍ତି ହରିହର ପ୍ରଧାନ । ସ୍କୋରର ଥିଲେ ରଜତ ଦାଶ, ମନୋଜ ପାତ୍ର । ଭାଷ୍ୟକାର ଭାବରେ ଅଛନ୍ତି ନିଶିକାନ୍ତ ସନ୍ତୋଷ ନାୟାର, ମନୋଜ ସିଂ ।

ମ୍ୟାଚ୍ ପରେ ଜିଲା କ୍ରିକେଟ ଏସୋସିଏସନର ସଭାପତି ହରିହର ପ୍ରଧାନଙ୍କ ସଭାପତିତ୍ବ ଓ ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବରେ ଯୋଗଦେଇ ଜିଲା କଣ୍ଟ୍ରାକ୍ଟର ଏସୋସିଏସନର ସଭାପତି ମଣ୍ଟୁ ଗଡତିଆ, ଯୁବ ଉଦ୍ୟୋଗପତି ହିମାଂଶୁ ପଣ୍ଡା , ଜିଲା କ୍ରିକେଟ ଏସୋସିଏସନର ପୂର୍ବତନ ଉପ ସଭାପତି ପ୍ରଭାତାଦିତ୍ୟ ମିଶ୍ର, ପୂର୍ବତନ ସମ୍ପାଦକ ସୁବ୍ରତ ଚାଟାର୍ଜୀ, ସମ୍ପାଦକ ରବି ପଣ୍ଡା , ଉପ ସଭାପତି ଡା. ଶୁଭ୍ରାଂଶୁ ଶେଖର ମହାପାତ୍ର ପ୍ରମୁଖ ଶୁକ୍ରବାର ମ୍ୟାଚର ଶ୍ରେଷ୍ଠ ଖେଳାଳୀ ରଣଜୀ ଖେଳାଳି ଦେଵବ୍ରତ ପ୍ରଧାନ ଓ ଗୁରୁବାର ମା ସମଲେଶ୍ୱରୀ ଇଲେଭେନ୍ ଓ ବରଗଡ ଯୋଦ୍ଧାସ ମଧ୍ୟରେ ଖେଳାଯାଇଥିବା ମ୍ୟାଚର ଶ୍ରେଷ୍ଠ ଖେଳାଳୀ ଶ୍ରେଷ୍ଠ ସିଂଙ୍କୁ ନଗଦ ଅର୍ଥ ରାଶି ସହ ଟ୍ରଫି ପ୍ରଦାନ କରିଥିଲେ । ଶୁକ୍ରବାର ଦ୍ୱିତୀୟ ମ୍ୟାଚ୍ ବରଗଡ ସ୍ପାର୍ଟନସ ଓ ବରଗଡ ଯୋଦ୍ଧାସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବରଗଡ ସ୍ପାର୍ଟନସ ଦଳ ଟସ୍ ଜିତି ପ୍ରଥମେ ବରଗଡ ଯୋଦ୍ଧାସ ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଯୋଦ୍ଧାସ ଦଳ ପକ୍ଷରୁ ବ୍ୟାଟିଂ ଓପନ୍ କରିବାକୁ ଆସି ଦଳର ବରିଷ୍ଠ ଖେଳାଳି ପ୍ରକାଶ ମାହାନା ୬୧ ବଲରେ ୧୪ ଚୌକା ଓ ୬ ଟି ଛକା ସହ ଶତକ ସହ ଅପରାଜିତ ୧୦୮ ରନ୍ , ଶୟଦ ଜାକି ୧୮ ବଲରେ ୧ ଚୌକା ଓ ୪ ଛକା ସହ ୩୫ ରନ୍ , ମନୋଜ ଶର୍ମା ୨୫ ବଲରେ ୩ ଚୌକା ସହ ୧୭ ରନ୍ କରି ଦଳକୁ ୧୮୨/୭ ରନର ଏକ ମଜବୁତ ସ୍କୋର ଦେଇଥିଲେ । ପ୍ରତିପକ୍ଷ ଦଳ ବରଗଡ ସ୍ପାର୍ଟନ ପକ୍ଷରୁ ଅଜିତ୍ ସ୍ୱାଇଁ ୨୩/୧ ଉଇକେଟ, ପ୍ରିୟାଂଶୁ କୁମାର ଦାଶ ୪୫/୧ ଉଇକେଟ , ଅମିତ୍ ଦାସ ୨୬/୧ ଉଇକେଟ , ଶ୍ରୀକାନ୍ତ ପ୍ରଧାନ ୨୮/୧ ଉଇକେଟ ,ପ୍ରଭଞ୍ଜନ ସାହୁ ୧୩/୧ ଉଇକେଟ ନେଇଥିଲେ। ଖବର ଲେଖା ହେବା ବେଳକୁ ମ୍ୟାଚର ଦ୍ଵିତୀୟ ଇନିଙ୍ଗସ ଜାରି ରହିଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ଜୀବ କାମୁଡ଼ାରେ ଅନୁଭବ ମଲ୍ଲିକଙ୍କ ମୃତ୍ୟୁ, ମାଣ୍ଡିପାଙ୍କାରେ ଶୋକାକୁଳ ପରିବେଶ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଅଜଣା ବିଷାକ୍ତ ଜୀବ…

କେସିଙ୍ଗାରେ ଲଘୁଚାପ ବର୍ଷା-ପବନର ତାଣ୍ଡବ: ଗଛ ଭାଙ୍ଗି ତାର ଛିଣ୍ଡିଲା, ବିଦ୍ୟୁତ ସେବା ଠପ୍

କେସିଙ୍ଗା,୨୪।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପରଲସିଙ୍ଗା ଗ୍ରାମରେ ବିଦ୍ୟୁତ ସେବା ବ୍ୟାହତ ହୋଇଛି । ଜମିର ହିଡ ଉପରେ ଥିବା ଗଛ ଲଘୁଚାପ ଜନିତ…

ଭାଇ ଅର୍ଜୁନ ତେନ୍ଦୁଲକରଙ୍କୁ ଏମିତି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସାରା, ସଭିଏଁ କହୁଛନ୍ତି…

ମୁମ୍ବାଇ,୨୪।୯: ଅର୍ଜୁନ ତେନ୍ଦୁଲକର ଗୁରୁବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି; ତାଙ୍କର ଜନ୍ମ ୨୪ ସେପ୍ଟେମ୍ବର ୧୯୯୯ରେ ହୋଇଥିଲା। ‘କ୍ରିକେଟର ଭଗବାନ’ ଭାବେ ପରିଚିତ ସଚିନ…

ଧରିତ୍ରୀ ପ୍ରଭାବ; ସାନ୍ତାଳୀ ଗାଁ ପାଣିଖିଆରେ ପାଣି ପଶିବା ଘଟଣା, ଶୁଖିଲା ଖାଦ୍ୟ ବାଣ୍ଟିଲା ପ୍ରଶାସନ

ମହାକାଳପଡ଼ା,୨୪।୯(ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ସାନ୍ତାଳୀ ଗାଁ ପାଣି ଖିଆରେ ସମୁଦ୍ର ପାଣି ମାଡ଼ି ଆସିଛି । ଲଘୁଚାପ ପ୍ରଭାବରେ…

ଗୁଡ଼ାରିରୁ OSRTC ବସ୍ ସେବା ଦାବି: ବିଧାନସଭାରେ ଉଠିଲା ପ୍ରଶ୍ନ, ମନ୍ତ୍ରୀ କହିଲେ….

ଗୁଡାରି,୨୪।୯(ପ୍ରମୋଦ କୁମାର ପତି ): ଗୁଡାରିରୁ ରାଜଧାନୀ ଭୁବନେଶ୍ୱରକୁ ସରକାରୀ ବସ ସେବା ପ୍ରଦାନ ନେଇ ବିଧାନସଭାରେ ପ୍ରଶ୍ନ କରିଥିଲେ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ।…

୫୯ ନଂ ଜାତୀୟ ରାଜପଥ ଗାଜଲବାଡି ଘାଟି ସିଲ୍, ଗୋପାଳପୁର-ରାଇପୁର ଯାତାୟାତ ବନ୍ଦ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟି ରାସ୍ତାକୁ ସିଲ୍ କଲା କନ୍ଧମାଳ ଜିଲା…

ଅଷ୍ଟ୍ରେଲିଆ ଦିନିକିଆ ଅଧିନାୟକ ପଦରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କିଏ ନେଲା ପ୍ୟାଟ କମିନ୍ସଙ୍କ ସ୍ଥାନ

ନୂଆଦିଲ୍ଲୀ,୨୪।୯: ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ବର୍ତ୍ତମାନ ଡର୍ବାନରେ ଖେଳାଯାଉଛି। ଏହି ମ୍ୟାଚରେ ମିଚେଲ ମାର୍ଶ ଅଷ୍ଟ୍ରେଲୀୟ ଦଳର ଅଧିନାୟକତ୍ୱ କରୁଛନ୍ତି,…

କଳିଙ୍ଗା ଘାଟିରେ ଭୂସ୍ଖଳନ: ଯାତାୟାତ ବନ୍ଦ, ଘଟଣାସ୍ଥଳରେ ପ୍ରଶାସନ

ଜି.ଉଦୟଗିରି, ୨୪।୯ (ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସମ୍ଭାବ୍ୟ ବାତ୍ୟାର ପ୍ରଭାବ ସହ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲାର କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?