ନବୀନ ନିବାସ ସାମ୍ନାରୁ ହଟିବ ବ୍ୟାରିକେଡ୍‌, ହାଇକୋର୍ଟଙ୍କ ଅସନ୍ତୋଷ ପରେ…

ଭୁବନେଶ୍ୱର,୯ା୫: ରାଜଧାନୀ ଭୁବନେଶ୍ୱର ପୁରୁଣା ଏୟାରପୋର୍ଟ ରୋଡ୍‌ରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ‘ନବୀନ ନିବାସ’ ସାମ୍ନାରେ କରାଯାଇଥିବା ସୁରକ୍ଷା ବ୍ୟାରିକେଡ୍‌କୁ ନେଇ ଏବେ ବଡ଼ ପ୍ରଶାସନିକ ଏବଂ ଆଇନଗତ ବିବାଦ ସୃଷ୍ଟି ହୋଇଛି। ସରକାରୀ ରାସ୍ତା ଉପରେ ବ୍ୟାରିକେଡ୍‌ କରି ଯାତାୟାତରେ ବାଧା ସୃଷ୍ଟି କରାଯାଇଥିବା ଅଭିଯୋଗକୁ ନେଇ ଓଡ଼ିଶା ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାରେ କୋର୍ଟ ପ୍ରଶାସନର ନିଷ୍କ୍ରିୟତା ଉପରେ ଗଭୀର ଅସନ୍ତୋଷ ପ୍ରକାଶ କରିବା ପରେ ତତ୍ପରତା ପ୍ରକାଶ ପାଇଛି। ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ଗତ ଏପ୍ରିଲ ୨୭ରେ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ (GA &PG) ବିଭାଗ ପକ୍ଷରୁ ପୂର୍ତ୍ତ ବିଭାଗକୁ ଚିଠି କରାଯାଇଥିଲା। ବର୍ତ୍ତମାନ ପୂର୍ତ୍ତ ବିଭାଗ ପକ୍ଷରୁ ଗୃହ ବିଭାଗକୁ ଚିଠି କରାଯାଇଛି। କମିଶନରେଟ୍‌ ପୋଲିସ ବା ଡିସିପି ଟ୍ରାଫିକଙ୍କ ମତାମତ ମଗାଯାଇଛି। ସୁରକ୍ଷା ବ୍ୟାରିକେଡ୍‌ ହଟାଇବା ସହିତ ସୁରକ୍ଷା ଦୃଷ୍ଟିରୁ ଅନ୍ୟ କୌଣସି ଷ୍ଟ୍ରକଚରର ଆବଶ୍ୟକତା ଅଛି ନା ନାହିଁ, ତାହା ଜଣାଇବାକୁ କୁହାଯାଇଛି।

ସାମାଜିକ ତଥା ସୂଚନାଧିକାର କର୍ମୀ ପ୍ରକାଶ ଚନ୍ଦ୍ର ଦାସ ହାଇକୋର୍ଟରେ W.P.(C) No.୧୯୭୪୮/୨୦୨୫ ମାମଲା ରୁଜୁ କରିଥିଲେ। ଭୀମପୁର ମୌଜାର ଖାତା ନମ୍ବର ୭୪୦ ଅନ୍ତର୍ଗତ ପ୍ଲଟ୍‌ ନମ୍ବର ୧୦୭୧, ଯାହାର କିସମ ‘ସଡ଼କ’, ସେଠାରେ ବ୍ୟାରିକେଡ୍‌ କରାଯାଇ ଜନସାଧାରଣଙ୍କ ଯାତାୟାତରେ ବାଧା ସୃଷ୍ଟି ହେଉଛି। ଆବେଦନକାରୀ କୋର୍ଟଙ୍କୁ ଅନୁରୋଧ କରିଥିଲେ ଯେ, ଉକ୍ତ ରାସ୍ତାକୁ ଅବରୋଧମୁକ୍ତ କରାଯାଉ ଏବଂ ଯେଉଁ ଅନଧିକୃତ ବ୍ୟାରିକେଡ୍‌ କରାଯାଇଛି, ତାହାକୁ ହଟାଯାଉ।

ଏହି ମାମଲାରେ ମୁଖ୍ୟ ସଚିବ, GA & PG ବିଭାଗର ପ୍ରମୁଖ ସଚିବ, ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ, ବିଏମ୍‌ସି କମିଶନରଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଥିଲା।

ଗତ ଫେବୃଆରୀ ୩ରେ ମାମଲାର ଶୁଣାଣି ବେଳେ ହାଇକୋର୍ଟ ସରକାରୀ ଅଧିକାରୀମାନଙ୍କ ଭୂମିକା ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ବିଶେଷ ଗତ କେତେକ ମାସ ଧରି କୌଣସି ପଦକ୍ଷେପ ନ ନେବା ଦୁର୍ଭାଗ୍ୟଜନକ ବୋଲି କହିବା ସହ ତିନି ସପ୍ତାହ ମଧ୍ୟରେ ଫିଲ୍ଡ ଭେରିଫିକେଶନ କରି ଯଦି ଅନଧିକୃତ ଅତିକ୍ରମ କରିଥିବା ଜଣାପଡ଼େ, ତେବେ ତାହା ହଟାଇବାକୁ ତତ୍କାଳ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଏଭଳି ନିର୍ଦ୍ଦେଶ ସମ୍ପର୍କରେ ଆଡିଶନାଲ ଷ୍ଟାଣ୍ଡିଂ କାଉନସେଲଙ୍କ ତରଫରୁ GA&PG ବିଭାଗର ଅତିରିକ୍ତ ସଚିବଙ୍କୁ ଚିଠି କରାଯାଇଥିଲା। ଏହା ପରେ GA&PG ବିଭାଗ, ଭୁବନେଶ୍ୱର ମହାନଗର ନିଗମ, ପୂର୍ତ୍ତ ବିଭାଗ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ, ତହସିଲଦାର ଓ ଟ୍ରାଫିକ ପୋଲିସଙ୍କ ମିଳିତ ଟିମ୍‌ ଦ୍ୱାରା ୧୨ ଫେବୃଆରୀ ୨୦୨୬ରେ ଯୁକ୍ତ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ରିପୋର୍ଟରେ ଦର୍ଶାଯାଇଛି ଯେ, ନବୀନ ନିବାସରେ ସାମ୍ନାରେ ଥିବା ପ୍ଲଟ ନମ୍ବର ୧୦୭୧ର ପ୍ରାୟ ୦.୨୨୯ ଏକର ଜମିକୁ ସୁରକ୍ଷା ବ୍ୟବସ୍ଥା ପାଇଁ ଲୁହା ବ୍ୟାରିକେଡ ଦ୍ୱାରା ଘେରାଯାଇଛି। ସେହିପରି ପ୍ଲଟ ନମ୍ବର ୧୦୩୫ର ଆଉ ୦.୩୩୦ ଏକର ଜମି ମଧ୍ୟ ଏହି ବ୍ୟାରିକେଡ ଭିତରେ ରହିଛି।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଉକ୍ତ ଅଞ୍ଚଳର ବାକି ଅଂଶ ସାଧାରଣ ରାସ୍ତା ଭାବେ ବ୍ୟବହୃତ ହେଉଛି। ଏହା ସହ ଏକ ୧୦୦ ଫୁଟ ଚଉଡ଼ା ବିକଳ୍ପ ରାସ୍ତା ନିର୍ମାଣ କରାଯାଇଥିବା ମଧ୍ୟ ଯାଞ୍ଚରେ ଉଲ୍ଲେଖ ହୋଇଛି। ଏହି ରାସ୍ତା ଏୟାରପୋର୍ଟ ସ୍କୋୟାରରୁ ପୁନାମା ଗେଟ୍‌ ପର୍ଯ୍ୟନ୍ତ ସୁରକ୍ଷା ଦୃଷ୍ଟିରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ପାଇଁ ତିଆରି କରାଯାଇଥିଲା।

ସରକାରୀ ରେକର୍ଡ ଅନୁସାରେ, ପୂର୍ବରୁ ବିପିଆଇ ଏୟାରପୋର୍ଟ ଅଥରିଟିରୁ କିଛି ଜମି ଅଧିଗ୍ରହଣ କରାଯାଇ ଏହି ଡାଇଭର୍ସନ ରୋଡ ନିର୍ମାଣ ହୋଇଥିଲା। ପରେ ବଦଳରେ ଅନ୍ୟ ସରକାରୀ ଜମି ଏୟାରପୋର୍ଟ ଅଥରିଟିକୁ ଦିଆଯାଇଥିବା ତଥ୍ୟ ମଧ୍ୟ ଦଲିଲରେ ରହିଛି।

ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ବର୍ତ୍ତମାନ ପୂର୍ତ୍ତ ବିଭାଗ ପକ୍ଷରୁ ଗୃହ ବିଭାଗକୁ ଚିଠି କରାଯାଇଥିଲା। କମିଶନରେଟ୍‌ ପୋଲିସ ଓ ଡିସିପି ଟ୍ରାଫିକଙ୍କ ସହ ଆଲୋଚନା କରି ବ୍ୟାରିକେଡ୍‌ ସ୍ଥାନାନ୍ତର କିମ୍ବା ହଟାଇବା ନେଇ ମତାମତ ମଗାଯାଇଛି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?