Posted inଜାତୀୟ

ବିଜୟଙ୍କୁ ମନା, ଶୁଭେନ୍ଦୁ ନୂଆ ମୁଖ୍ୟମନ୍ତ୍ରୀ

ତାମିଲନାଡୁରେ ସରକାର ଗଠନ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରୁ ନାହିଁ। ଟିଭିକେ ମୁଖ୍ୟ ବିଜୟ ରାଜ୍ୟପାଳଙ୍କ ନିକଟରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ ଦେଇପାରି ନ ଥିବାରୁ ଶେଷ ମୂହୂର୍ତ୍ତରେ ଅନିଶ୍ଚିତତା ବୃଦ୍ଧି ପାଇଛି। ୨୩୪ ଆସନ ବିଶିଷ୍ଟ ବିଧାନସଭାରେ ସରକାର ଗଠନ ପାଇଁ ୧୧୮ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିବାବେଳେ ଟିଭିକେର ୧୦୮ ସଦସ୍ୟ ଅଛନ୍ତି। ସେ ଆଉ ୮ ଜଣଙ୍କ ସମର୍ଥନ ଯୋଗାଡ଼ କରି ରାଜ୍ୟପାଳଙ୍କୁ ଭେଟିବାକୁ ଯାଇଥିଲେ। ହେଲେ ମ୍ୟାଜିକ୍‌ ବା କୁହୁକ ନମ୍ବରଠାରୁ ଏହା ୨ କମ୍‌ ଥିବାରୁ ବିଜୟଙ୍କୁ ରାଜ୍ୟପାଳ ସରକାର ଗଠନ ପାଇଁ ନିମନ୍ତ୍ରଣ କରି ନ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଦୀର୍ଘ ୧୫ ବର୍ଷର ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଶାସନର ପତନ ଘଟାଇ ଭାଜପା ପଶ୍ଚିମବଙ୍ଗରେ ବହୁମତ ପାଇପାରିଥିବାରୁ ନୂଆ ସରକାର ଗଢ଼ିବାକୁ ଯାଉଛି। ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କ ହତ୍ୟାର ଦୁଇ ଦିନ ପରେ ଶୁକ୍ରବାର ଭାଜପା ବିଧାୟକ ଦଳ ନେତା ନିର୍ବାଚନ ଲାଗି ବୈଠକ ବସିଥିଲା। ଏଥିରେ ଶୁଭେନ୍ଦୁଙ୍କୁ ସର୍ବସମ୍ମତ କ୍ରମେ ନେତା ନିର୍ବାଚିତ କରାଯାଇଛି। ସେ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଶନିବାର ସେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି।

ଚେନ୍ନାଇ,୯ା୫: ତାମିଲାଗା ଭେଟ୍ଟ୍ରି କାଝାଗମ୍‌ (ଟିଭିକେ) ମୁଖ୍ୟ ବିଜୟ ବାମଦଳର ସମର୍ଥନ ହାସଲ କରିବା ପରେ ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଲୋକ ଭବନରେ ଭେଟି ତାମିଲନାଡୁରେ ସରକାର ଗଠନ ପାଇଁ ଦାବି ଜଣାଇଥିଲେ। ତେବେ ସଂଖ୍ୟାଗରିଷ୍ଠତା ପାଇଁ ଆବଶ୍ୟକ ସଂଖ୍ୟା ନ ଥିବାରୁ ରାଜ୍ୟପାଳ ବିଜୟଙ୍କୁ ସରକାର ଗଢ଼ିବା ପାଇଁ ଡାକି ନାହାନ୍ତି।
ବିଜୟ ଶୁକ୍ରବାର ସନ୍ଧ୍ୟାରେ ୧୧୬ ବିଧାୟକଙ୍କ ସ୍ବାକ୍ଷର ଥିବା ସମର୍ଥନପତ୍ର ରାଜ୍ୟପାଳଙ୍କୁ ଦେଇଥିଲେ। ସଂଖ୍ୟାଗରିଷ୍ଠତାକୁ ନେଇ ରାଜ୍ୟପାଳ ସନ୍ତୁଷ୍ଟ ନ ଥିବା ଜଣାପଡ଼ିଛି। ବିଜୟ କଂଗ୍ରେସ, ସିପିଆଇ ଏବଂ ସିପିଆଇ(ଏମ୍‌)ର ସମର୍ଥନପତ୍ର ହାସଲ କରିଥିବାବେଳେ ଭିସିକେ ପକ୍ଷରୁ ଆନୁଷ୍ଠାନିକ ସମର୍ଥନପତ୍ର ପାଇନାହାନ୍ତି। ରାଜ୍ୟପାଳ ନିମନ୍ତ୍ରଣ କରି ନ ଥିବାରୁ ବିଜୟ ଶନିବାର ଶପଥ ନେବାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭା ନିର୍ବାଚନରେ ଟିଭିକେ ପ୍ରଥମ ଥର ପ୍ରତିଦ୍ୱନ୍ଦ୍ୱିତା କରି ୧୦୮ ଆସନରେ ବିଜୟୀ ହୋଇ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭାହୋଇଥିବାବେଳେ ଆବଶ୍ୟକ ସଂଖ୍ୟାଠାରୁ ୧୦ ଆସନ ନିଅଣ୍ଟ ହେଉଥିଲା। ପୂର୍ବରୁ କଂଗ୍ରେସର ୫ ବିଧାୟକ ଟିଭିକେକୁ ସମର୍ଥନ ଜଣାଇଥିବାବେଳେ ସରକାର ଗଠନ ପାଇଁ ବିଜୟ ବାମଦଳ ଏବଂ ବିଦୁଥାଲାଇ ଚିରୁଥାଇଗଲ କାଟ୍‌ଚି (ଭିସିକେ)ର ସହାୟତା ଲୋଡ଼ିଥିଲେ। ଶୁକ୍ରବାର ସିପିଆଇ ଓ ସିପିଏମ୍‌ ଆନୁଷ୍ଠାନିକ ସମର୍ଥନ ଜଣାଇଛନ୍ତି। ବିଜୟ ପେରୁମ୍ବୁର ଏବଂ ତିରୁଚିରାପଲ୍ଲୀ ଇଷ୍ଟ ଆସନରୁ ଜିତିଥିବାରୁ ତାଙ୍କୁ ଗୋଟିଏ ଆସନରୁ ଇସ୍ତଫା ଦେବାକୁ ପଡ଼ିବ। ବିଜୟ ୩ ଦିନରେ ୩ ଥର ରାଜ୍ୟପାଳଙ୍କୁ ଭେଟିଲେଣି। ତେବେ ଆବଶ୍ୟକ ସଂଖ୍ୟା ନ ଥିବାରୁ ରାଜ୍ୟପାଳ ସମୟ ଗଡ଼ାଇ ଚାଲିଛନ୍ତି। ପୂର୍ବରୁ ଆଇୟୁଏମ୍‌ଏଲ୍‌ ବିଜୟଙ୍କ ଦଳକୁ ନିଃସର୍ତ୍ତ ସମର୍ଥନ ଦେବ ବୋଲି କହିଥିବାବେଳେ ଏବେ ମତ ବଦଳାଇ ଡିଏମ୍‌କେ ସହ ରହିବ ବୋଲି କହିଛି। ଭିସିକେ ସମର୍ଥନ ଦେବା ନେଇ ଶନିବାର ନିଷ୍ପତ୍ତି ନେଇପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ସମ୍ବିଧାନ ଅନୁଯାୟୀ ନୂଆ ସରକାର ଗଠନ ନିମନ୍ତେ ଆବଶ୍ୟକ ପଦକ୍ଷେପ ତୁରନ୍ତ ସୁନିଶ୍ଚିତ କରିବା ଲାଗି ବିଦାୟୀ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ। ବିଧାନସଭା ଫଳାଫଳ ଘୋଷଣା ପରେ ରାଜ୍ୟପାଳ ତୁରନ୍ତ ବିଧାନସଭା ଭଙ୍ଗ କରିଥିଲେ। ତେଣୁ ନୂଆ ସରକାର ଗଠନରେ ବିଳମ୍ବ ହେବା ଉଚିତ ନୁହେଁ ବୋଲି ଷ୍ଟାଲିନ୍‌ କହିଥିଲେ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭା ନିର୍ବାଚନ ପୂର୍ବରୁ BJPର ବଡ଼ ଘୋଷଣା: ବିଭିନ୍ନ ରାଜ୍ୟରେ ୨୪ ନୂଆ ପଦାଧିକାରୀ ନିଯୁକ୍ତ

ନୂଆଦିଲ୍ଲୀ,୨୪।୯: ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନ ପୂର୍ବରୁ BJP ନିଜର ସାଙ୍ଗଠନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଆରମ୍ଭ କରିଛି। ଏହି ପ୍ରକ୍ରିୟାର ଅଂଶବିଶେଷ…

ବିଦାୟ ନେବାକୁ ପ୍ରସ୍ତୁତ ମୌସୁମୀ: ଆପଣଙ୍କ ରାଜ୍ୟରେ କେବେ ବର୍ଷା ବନ୍ଦ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୯: ପ୍ରବଳ ବର୍ଷା ପରେ, ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଚଳିତ ବର୍ଷ ମୌସୁମୀ ୫ଦିନ…

ଜ୍ଞାନେଶ କୁମାରଙ୍କୁ CJPର ଅଲ୍ଟିମେଟମ୍, ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦାବି, ନଚେତ୍…

ନୂଆଦିଲ୍ଲୀ,୨୪।୯: ନିର୍ବାଚନ କମିଶନ ଓ ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ ପ୍ରକ୍ରିୟା (SIR)କୁ ନେଇ ବିବାଦ ମଧ୍ୟରେ କକରୋଚ୍ ଜନତା ପାର୍ଟି (CJP) ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

୫ ରାଜ୍ୟର ନିର୍ବାଚନରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛି ଭାଜପା, ମୂଲ୍ୟ ଶୁଣିଲେ ହୋଇଯିବେ କାବା! ଏହି ରାଜ୍ୟରେ ସବୁଠୁ ଅଧିକ

ନୂଆଦିଲ୍ଲୀ,୨୪।୯: ଆସାମ, ତାମିଲନାଡୁ, ପୁଡୁଚେରୀ, କେରଳ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଖର୍ଚ୍ଚ ରିପୋର୍ଟରୁ ଜଣାପଡ଼ିଛି ଯେ, ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟ ଏହି ୫ଟି…

ମୋ ମାଧବ…ହାତରେ ବଂଶୀ ଧରି କୃଷ୍ଣ ସାଜିଲେ ଅଖିଳେଶ, ଜାଣନ୍ତୁ କିଏ ହେଲେ ସୁଦାମା

ଲକ୍ଷ୍ନୌ,୨୪।୯: ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଗୁରୁବାର ‘PDA ରଥ’ରେ ରାୟବରେଲୀ ପହଞ୍ଚିଛନ୍ତି । ତାଙ୍କ ଆଗମନ ପୂର୍ବରୁ ସହରର…

ଭାରତୀୟ ଅର୍ଥନୀତି ଆଗରେ ବଡ଼ ବିପଦ! PM ମୋଦିଙ୍କ ପ୍ରଧାନ ସଚିବ ଦେଲେ ଚେତାବନୀ, ଦେଶରେ ଚହଳ

ନୂଆଦିଲ୍ଲୀ,୨୪।୯: ମୁମ୍ବାଇରେ ଆୟୋଜିତ ଏସ୍‌ବିଆଇ ବ୍ୟାଙ୍କିଂ ଆଣ୍ଡ ଇକୋନୋମିକ୍ସ କନକ୍ଲେଭରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଧାନ ସଚିବ ଡ. ପି.କେ. ମିଶ୍ରା ବଡ଼ ଚେତାବନୀ ଦେଇଛନ୍ତି।…

ବିଧାୟକଙ୍କ ଫାର୍ମହାଉସରେ ବର୍ବରତା; ମହିଳାଙ୍କୁ ଟେକିନେଇ ଗଣବଳାତ୍କାର, CRPF ଯବାନ ଗିରଫ

ଲକ୍ଷ୍ନୌ,୨୪।୯: ଉତ୍ତରପ୍ରଦେଶର ଅମରୋହାରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ଏକ ଫାର୍ମହାଉସ୍‌ରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ…

ଦେଶରେ ପୁଣି ବଢ଼ିବ ପେଟ୍ରୋଲ-ଡିଜେଲ ଦର! ସରକାର ଦେଲେ ବଡ଼ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ,୨୪।୯: ପଶ୍ଚିମ ଏସିଆରେ ବଢ଼ୁଥିବା ଭୂ-ରାଜନୈତିକ ଉତ୍ତେଜନା ଏବଂ ହର୍ମୁଜ ସଙ୍କଟ ଯୋଗୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ବା କ୍ରୁଡ୍‌ ଅଏଲ ଦର ଗତ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?