ବାଲିଅନ୍ତା ହତ୍ୟାକାଣ୍ଡକୁ ୨୪ଘଣ୍ଟା ନ ପୂରୁଣୁ ଆଉ ଏକ ହତ୍ୟା: ସାଙ୍ଗଙ୍କୁ ଲୁହା ରଡ୍‌ରେ ପିଟି ମାରିଦେଲେ…

ଭୁବନେଶ୍ୱର/ ବାଲିପାଟଣା, ୯।୫(ତ୍ରିନାଥ ମହାନ୍ତି/ ଅଭିମନ୍ୟୁ ନାୟକ): ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର ପୋଲ ନିକଟରେ ଘଟିଥିବା ହତ୍ୟାକାଣ୍ଡକୁ ୨୪ଘଣ୍ଟା ନ ପୂରୁଣୁ ବାଲିପାଟଣା ଥାନା ବେଙ୍ଗବତୀ ଗ୍ରାମ ନିକଟ ଅଠାନ୍ତର ଛକରେ ଶୁକ୍ରବାର ଅପରାହ୍ନରେ ଘଟିଛି ଆଉ ଏକ ହତ୍ୟାକାଣ୍ଡ। ସାମାନ୍ୟ ବଚସାରୁ ଲୁହାରଡ଼ରେ ସାଙ୍ଗଙ୍କୁ ପିଟି ହତ୍ୟା କରିଛନ୍ତି ଅଭିଯୁକ୍ତ। ମୃତ ଯୁବକ ହେଲେ ରାକେଶ ମହାନ୍ତି। ଖବରପାଇ ବାଲିପାଟଣା ଥାନା ଅଧିକାରୀ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚତ୍ ମୃତଦେହ ଜବତ କରି ଛାନ୍‌ଭିନ କରୁଛି। ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ବେଙ୍ଗବତୀ ଗ୍ରାମର ଅଭିଯୁକ୍ତ ଜାକିର୍‌ ସାହୁଙ୍କୁ ଗିରଫ କରିଛି। ଏଥିରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସ ଛାନ୍‌ଭିନ୍‌ କରୁଛି। ଶନିବାର ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି।
ସୂଚନାନୁସାରେ, ଜାକିର୍‌ ବେଙ୍ଗବତୀ ଗଁାରେ ନିଶା କାରବାର କରନ୍ତି। ତେଣୁ ଲୋକଙ୍କୁ ମାଗଣା ନିଶା ଦେଇ ହାତରେ ରଖି ଟଙ୍କା ରୋଜଗାର କରୁଛନ୍ତି। ସ୍ଥାନୀୟ ଅଠାନ୍ତର ଗ୍ରାମରେ ଏକ ପୂଜାମଣ୍ଡପ ନିକଟରେ ରାକେଶ ବସାଉଠା କରନ୍ତି। ସେଠାରେ ଜାକିର୍‌ଙ୍କ ସହ ତାଙ୍କର ପରିଚୟ ହୋଇ ବନ୍ଧୁତା ସୃଷ୍ଟି ହୋଇଥିଲା। ଜାକିରଙ୍କ ଠାରୁ ରାକେଶ ୨୦ ହଜାର ଟଙ୍କା ଧାର ଆକାରରେ ଆଣିଥିଲେ। ହେଲେ ଅର୍ଥ ଅଭାବରୁ ସେ ଟଙ୍କା ଦେଇ ପାରି ନ ଥିଲେ। ଶୁକ୍ରବାର ଅପରାହ୍ନ ୨ଟାରେ ରାକେଶଙ୍କୁ ଜାକିର୍‌ ଅଠାନ୍ତର ଛକକୁ ଆସିବାକୁ କହିଥିଲେ। ସେ ଯିବା ପରେ ଧାର ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। କିଛି ନିଶାଗ୍ରସ୍ତ ଯୁବକଙ୍କ ସହ ମିଶି ଜାକିର୍‌ ତାଙ୍କୁ ଲୁହାରଡ଼ରେ ମୁଣ୍ଡକୁ ପିଟି ଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ବାଲିପାଟଣା ଥାନାଧିକାରୀ ସୂର୍ଯ୍ୟାଂଶୁ ଶେଖର ପାଢ଼ୀ କହିଛନ୍ତି, ଏହି ଘଟଣାରେ ଏତଲାକ୍ରମେ ଏକ ହତ୍ୟା ମାମଲା ପଞ୍ଜୀକୃତ କରାଯାଇଛି। ଦୁଇ ସାଙ୍ଗଙ୍କ ମଧ୍ୟରେ ଟଙ୍କାକୁ ନେଇ ବଚସା ହେବା ପରେ ଘଟଣା ଘଟିଛି । ମୃତକଙ୍କ ମା’ ପ୍ରଭାସିନୀ ଦାସ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲେ। ଏହାପରେ ଆମେ ଅଭିଯୁକ୍ତଙ୍କୁ ଗିରଫ କରି ଥାନାରେ ଅଟକ ରଖିଛୁ। ଏଭଳି ଘଟଣା କାହିଁକି ଘଟିଲା, ତା’ର ପ୍ରକୃତ କାରଣ ଜାଣିବାକୁ ଅଧିକ ତଦନ୍ତ ଚାଲିଛି। ଆଇନ ଅନୁଯାୟୀ ସମସ୍ତ ପ୍ରକ୍ରିୟା ପରେ ଶନିବାର ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସେ କହିଛନ୍ତି। ଭୁବନେଶ୍ୱରରେ ରହୁଥିବା ବାପା କୈଳାସ ମହାନ୍ତି କହିଛନ୍ତି ଯେ, ଅଭିଯୁକ୍ତ ଫୋନ୍‌ କରି ତୁମ ପୁଅ ଆମ ପାଖରୁ ୨୫ ହଜାର ଟଙ୍କା ନେଇଯାଇଛି। ଯଦି ପଠେଇଦେବ ଆମେ ଛାଡ଼ିଦେବୁ। ନ ହେଲେ ପିଟି ହତ୍ୟା କରିବୁ ବୋଲି ଧମକ୍‌ ଦେଇଥିବା କୈଳାସ କହିଛନ୍ତି ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର

ମୁମ୍ବାଇ,୬।୧୦: ଭାରତର ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଏବେ ମୁମ୍ବାଇର ରଣଜୀ…

ୱାଇଡ ବଲ୍‌ରେ ସିଧା ଛକା! କ୍ରିକେଟ୍‌ରେ ଘଟିଲା ଅଜବ ଘଟଣା, ଦେଖନ୍ତୁ Video

ନୂଆଦିଲ୍ଲୀ,୫।୧୦: କ୍ରିକେଟ୍‌ରେ ୱାଇଡ ବଲ ବାଉଣ୍ଡାରୀ ପାର କରିବା ଦୃଶ୍ୟ ଦର୍ଶକମାନେ ଅନେକ ଥର ଦେଖିଛନ୍ତି। ବିଶେଷକରି ଉଇକେଟକିପରଙ୍କ ପହଞ୍ଚରୁ ଦୂରକୁ ଯାଇଥିବା ୱାଇଡ ବଲ ବାଉଣ୍ଡାରୀ…

ପାଣ୍ଡିଆନ୍‌ଙ୍କ ବୟାନ୍‌ ରେକର୍ଡ: ଫାଇଲ୍‌ ରିସିଭ୍‌ ହୋଇଛି, କୁଆଡ଼େ ଗଲା ଜାଣିନାହାନ୍ତି

ଭୁବନେଶ୍ୱର,୬।୧୦(ତ୍ରିନାଥ ମହାନ୍ତି):ସିଏମ୍‌ଓରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ଏବଂ କନ୍ଧମାଳ ଦଙ୍ଗା ସମ୍ପର୍କିତ ନାଇଡୁ କମିଶନ ଫାଇଲ ହଜିବା ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ଭି.କେ.…

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?