Posted inଜାତୀୟ

ପୂର୍ଣ୍ଣ କାର୍ଯ୍ୟକାରୀ ହେଲା ନୂଆ ଶ୍ରମ ଆଇନ

ନୂଆଦିଲ୍ଲୀ,୧୦ା୫(ପି.ଟି.): ଦୀର୍ଘ ୫ ବର୍ଷର ପ୍ରତୀକ୍ଷା ପରେ କେନ୍ଦ୍ର ସରକାର ନିୟମାବଳୀ ପ୍ରକାଶ କରି ୪ ଶ୍ରମ ସଂହିତାକୁ ପୂର୍ଣ୍ଣ କାର୍ଯ୍ୟକାରୀ କରିଛନ୍ତି। ଏହା ସମସ୍ତ ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରି ଏବଂ ସାର୍ବଜନୀନ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବ। ୪ଟି କୋଡ୍‌ ବା ସଂହିତା ହେଲା କୋଡ୍‌ ଅନ୍‌ ଓ୍ବେଜସ୍‌, ୨୦୧୯, ଇଣ୍ଡଷ୍ଟ୍ରିଆଲ୍‌ ରିଲେଶନ୍ସ କୋଡ୍‌, ୨୦୨୦, କୋଡ୍‌ ଅନ୍‌ ସୋସିଆଲ୍‌ ସିକ୍ୟୁରିଟି, ୨୦୨୦ ଏବଂ ଅକୁପେଶନାଲ ସେଫ୍ଟି, ହେଲ୍‌ଥ ଆଣ୍ଡ ଓ୍ବାର୍କିଂ କଣ୍ଡିଶନ୍ସ କୋଡ, ୨୦୨୦। ଏହି ଶ୍ରମ ସଂହିତାଗୁଡ଼ିକ ୨୦୨୫ ନଭେମ୍ବର ୨୧ରୁ କାର୍ଯ୍ୟକାରୀ ହୋଇଛି।
ପୁରୁଣା ଓ ଜଟିଳ ହୋଇପଡ଼ିଥିବା ୨୯ ଶ୍ରମ ଆଇନକୁ ସରଳୀକରଣ ଏବଂ ଏକତ୍ରିତ କରି ସରକାର ୪ ନୂତନ ଶ୍ରମ ସଂହିତା ପ୍ରଣୟନ କରିଛନ୍ତି। ଉକ୍ତ କୋଡ୍‌ଗୁଡ଼ିକ ଅଧୀନରେ ଥିବା ନିୟମାବଳୀ ଏବେ ସରକାରୀ ଗେଜେଟ୍‌ରେ ବିଜ୍ଞପିତ ହେବା ସହ ଶ୍ରମ ସଂହିତାଗୁଡ଼ିକ ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ପ୍ରକ୍ରିୟା ଶେଷ ହୋଇଛି। ଯଦିଓ ୨୦୨୫ ନଭେମ୍ବର ୨୧ରେ ଶ୍ରମ କୋଡ୍‌ଗୁଡ଼ିକ ଆଇନରେ ପରିଣତ ହୋଇଥିଲା, ତେବେ ନିୟମ ଅଭାବରୁ କିଛି ସ୍ପଷ୍ଟ କରାଯାଇ ନ ଥିଲା। ୨୦୨୫ ଡିସେମ୍ବର ୩୦ରେ ଚିଠା ନିୟମାବଳୀ ପ୍ରକାଶ କରାଯାଇ ଷ୍ଟେକ୍‌ହୋଲ୍ଡରମାନଙ୍କଠାରୁ ମତାମତ ଲୋଡ଼ାଯାଇଥିଲା। ଆଇନଗତ ଯାଞ୍ଚ ପରେ ନିୟମାବଳୀକୁ ବିଜ୍ଞପିତ କରାଯାଇଛି। ନୂଆ ଆଇନକୁ ପୂର୍ଣ୍ଣ କାର୍ଯ୍ୟକାରୀ କରିବାରେ ୪ ସଂହିତା ଅଧୀନରେ ନିୟମାବଳୀ ପ୍ରକାଶନ ଜରୁରୀ ଥିଲା।
ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା କରିବା ସହ ବ୍ୟବସ୍ଥାକୁ ଅଧିକ ପ୍ରଭାବୀ ଓ ସମସାମୟିକ କରିବା ଲାଗି ପୂର୍ବରୁ ଥିବା ୨୯ ଶ୍ରମ ଆଇନକୁ ୪ଟି ଲେବର କୋଡ୍‌ରେ ବର୍ଗୀକରଣ କରାଯାଇଛି। ଏହି ନିୟମ ସଂହିତାକରଣର ଲକ୍ଷ୍ୟ ହେଉଛି, ବ୍ୟବସାୟକୁ ଅଧିକ ସହଜ କରିବା, ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରିବା ଓ ସମସ୍ତ ଶ୍ରମିକ କର୍ମଚାରୀଙ୍କ ପାଇଁ ସୁରକ୍ଷା, ସ୍ବାସ୍ଥ୍ୟ ଓ ସାମାଜିକ ତଥା ମଜୁରି ସୁରକ୍ଷା ସୁନିଶ୍ଚିତ କରିବା। ଶ୍ରମ ସମବର୍ତ୍ତୀ ତାଲିକାର ବିଷୟ ହୋଇଥିବାରୁ ସାରା ଦେଶରେ ୪ ଶ୍ରମ କୋଡ୍‌କୁ ପୂର୍ଣ୍ଣ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକୁ ଏହା ଅଧୀନରେ ନିୟମାବଳୀକୁ ବିଜ୍ଞପିତ କରିବାକୁ ପଡ଼ିବ। କର୍ମଚାରୀଙ୍କ ସୁରକ୍ଷାକୁ ବ୍ୟାପକ କରିବା, ବ୍ୟବସାୟ ପରିଚାଳନାକୁ ସହଜ କରିବା ଏବଂ କର୍ମଚାରୀ ଅନୁକୂଳ ଶ୍ରମ ବାତାବରଣକୁ ପ୍ରୋତ୍ସାହିତ କରିବା ଦିଗରେ ନୂତନ ଶ୍ରମ କୋଡ୍‌ର କାର୍ଯ୍ୟକାରିତା ଏକ ପରିବର୍ତ୍ତନଶୀଳ ପଦକ୍ଷେପ ହେବ।
ଶ୍ରମ କୋଡ୍‌ର ବ୍ୟବସ୍ଥାଗୁଡ଼ିକ ମଧ୍ୟରେ ରହିଛି, ନିଯୁକ୍ତି ପତ୍ର ବାଧ୍ୟତାମୂଳକ, ୪୦ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ବୟସର କର୍ମଚାରୀଙ୍କ ପାଇଁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା, ବିଭିନ୍ନ ଶିଫ୍ଟରେ କାମ କରୁଥିବା ମହିଳାମାନଙ୍କ ପାଇଁ ସମାନ କାମ, ବେତନ ଓ ସୁଯୋଗ ପ୍ରଦାନ କରିବା। ନୂଆ ଆଇନ ବ୍ୟବସ୍ଥାରେ ଜାତୀୟ ପୁନଃଦକ୍ଷତା ବିକାଶ ପାଣ୍ଠି ସ୍ଥାପନ କରିବା ବାଧ୍ୟତାମୂଳକ। ଯେଉଁମାନେ ନିଯୁକ୍ତି ହରାଇବେ, ସେମାନଙ୍କୁ ପୁନଃ ଦକ୍ଷ କରିବାରେ ଉକ୍ତ ପାଣ୍ଠି ବ୍ୟବହାର କରାଯିବ। ସାପ୍ତାହିକ କାର୍ଯ୍ୟ ସମୟ ୪୮ ଘଣ୍ଟାରେ ସୀମିତ ରଖିବାକୁ ନିୟମରେ ବ୍ୟବସ୍ଥା ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

IMD ଡିଜିଙ୍କ ବଡ଼ ସୂଚନା, ୨୩ ରାତିରେ ଉପକୂଳ ଅତିକ୍ରମ କରିବ ବାତ୍ୟା

ଭୁବନେଶ୍ୱର,୨୨।୯: ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ସାରୁ ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?