୩ ଦିନିଆ ଅସ୍ତ୍ରବିରତି ପାଇଁ ରୁଷିଆ, ୟୁକ୍ରେନ୍‌ ରାଜି: ଟ୍ରମ୍ପ୍‌

ଓ୍ବାଶିଂଟନ,୧୦ା୫(ପି.ଟି.):ରୁଷିଆ ଏବଂ ୟୁକ୍ରେନ୍‌ ମଧ୍ୟରେ ୩ ଦିନ ଅସ୍ତ୍ରବିରତି ଏବଂ ବନ୍ଦୀ ବିନିମୟ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦେଇଥିବା ପ୍ରସ୍ତାବରେ ରୁଷିଆ ଓ ୟୁକ୍ରେନ୍‌ ନେତା ରାଜି ହୋଇଛନ୍ତି। ଟ୍ରମ୍ପ୍‌ ଏହା ଜଣାଇବା ସହ ଏହି ସୀମିତ ବିରତି ୨ ଦେଶ ମଧ୍ୟରେ ଦୀର୍ଘବର୍ଷ ଧରି ଲାଗିରହିଥିବା ଯୁଦ୍ଧ ବନ୍ଦର ଆରମ୍ଭ ବୋଲି କହିଛନ୍ତି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଏବଂ ୟୁରି ଉଷାକୋଭ୍‌, ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଓ ବହିର୍ବ୍ୟାପାର ଉପଦେଷ୍ଟା ରାଜି ହୋଇଥିବା ସ୍ପଷ୍ଟ କରିଛନ୍ତି। ଟ୍ରମ୍ପ୍‌ଙ୍କ କହିବା ଅନୁଯାୟୀ, ସେ ୩ ଦିନ ଅସ୍ତ୍ରବିରତି ପାଇଁ କହିଥିଲେ, ଯେଉଁଥିରେ ପୁଟିନ୍‌ ଓ ଜେଲେନ୍‌ସ୍କି ସହମତ ହୋଇଛନ୍ତି। ଏହି ସ୍ବଳ୍ପ ସମୟରେ ସେମାନେ ଲୋକଙ୍କୁ ମାରିବେ ନାହିଁ। ଏହା ବହୁତ ଭଲ ବୋଲି ଟ୍ରମ୍ପ୍‌ କହିଛନ୍ତି।
ଶନିବାରରୁ ସୋମବାର ଯାଏ ଅସ୍ତ୍ରବିରତି ଜାରି ରହିବ। ଶନିବାର ରୁଷିଆର ବିଜୟ ଦିବସ। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ନାଜି ଜର୍ମାନୀ ଉପରେ ବିଜୟକୁ ସ୍ମରଣୀୟ କରିବା ପାଇଁ ଏହିଦିନକୁ ଛୁଟି କରାଯାଇଥାଏ। ୟୁକ୍ରେନ୍‌ ମଧ୍ୟ ଦ୍ୱିତୀୟ ବିଶ୍ୱଯୁଦ୍ଧର ଏକ ବଡ଼ ଅଂଶ ଓ କାରଣ ରହିଥିଲା ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି। ଅସ୍ତ୍ରବିରତି ସମୟରେ ସମସ୍ତ ଗତିଶୀଳ କାର୍ଯ୍ୟ ବନ୍ଦ ରହିବ ଏବଂ ୨ ଦେଶ ପରସ୍ପର ମଧ୍ୟରେ ୧,୦୦୦ ବନ୍ଦୀ ବିନିମୟ କରିବେ।
୨୦୨୨ ଫେବୃଆରୀ ୨୪ରୁ ରୁଷିଆ ଏବଂ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଲାଗିରହିଥିବାବେଳେ ଏଥିରେ ଅନେକ ସାଧାରଣ ନାଗରିକଙ୍କ ଜୀବନ ଗଲାଣି ଓ ୟୁକ୍ରେନ୍‌ ପର୍ଯ୍ୟାପ୍ତ ଅଞ୍ଚଳ ହରାଇଲାଣି। ୟୁକ୍ରେନ୍‌କୁ ରୁଷିଆର ପ୍ରଭାବ କ୍ଷେତ୍ର ମଧ୍ୟରେ ରଖିତ୍ବା ଏବଂ ଏହାକୁ ନାଟୋ ଭଳି ପାଶ୍ଚାତ୍ୟ ଅନୁଷ୍ଠାନଗୁଡ଼ିକ ସହ ସମ୍ପର୍କ ରଖିବାକୁ ନ ଦେବା ଲକ୍ଷ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ୟୁକ୍ରେନ୍‌ ଆକ୍ରମଣ କରିଥିଲେ। ଆମେରିକା ଏବଂ ପାଶ୍ଚାତ୍ୟ ଦେଶଗୁଡ଼ିକରୁ ସହଯୋଗ ପାଇ ୟୁକ୍ରେନ୍‌ ଶକ୍ତିଶାଳୀ ରୁଷିଆ ବିରୋଧରେ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଯୁଦ୍ଧ ଜାରି ରଖିଛି। ଯୁଦ୍ଧ ବନ୍ଦ ଲାଗି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ ଦୀର୍ଘଦିନ ହେଲା ଉଦ୍ୟମ ଚଳାଇ ଆସୁଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟଜନ୍ତୁ ପ୍ରେମୀଙ୍କ ଲାଗି ଖୁସି ଖବର: ଜନ୍ମ ହେଲା ହାତୀ ଛୁଆ

କେନ୍ଦୁଝର,୮।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ପାଟନା ବନାଞ୍ଚଳରେ ଏକ ମା’ ହାତୀ ଛୁଆ ହାତୀକୁ ଜନ୍ମ ଦେଇଥିବା…

ପଡିକଲଙ୍କ ଶତକ, ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ୩୫୭/୬

କଲମ୍ବୋ,୮ା୮: ଶ୍ରୀଲଙ୍କା ଏକାଦଶ ବିପକ୍ଷରେ ଚାଲିଥିବା ଓ୍ବାର୍ମଅପ୍‌ ମ୍ୟାଚ୍‌ର ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଦେବଦତ୍ତ ପଡିକଲଙ୍କ ଅପରାଜିତ ଶତକ ବଳରେ ଭାରତ ୬ ଉଇକେଟ ହରାଇ…

Mettle Meet 2026: ସିନିୟର୍ ଫାଇନାଲ୍‌ରେ ୮ ଟିମ୍‌, ଆସନ୍ତାକାଲି ବଡ଼ ଟକ୍କର

ଭୁବନେଶ୍ୱର,୮ା୮: ତୀବ୍ର ଓ ରୋମାଞ୍ଚକର ପ୍ରିଲିମ୍ସ ପ୍ରତିଯୋଗିତା ପରେ ‘ମେଟଲ ମିଟ୍‌-୨୦୨୬’ ଦଶମ ସଂସ୍କରଣର ସିନିୟର ଫାଇନାଲ୍‌ ପାଇଁ ଦୌଡ଼ ସଙ୍କୁଚିତ ହୋଇଛି। କଡ଼ା ଟକ୍କର ଦେଇ…

ସ୍ୱାଧୀନତା ଦିବସ ପାଇଁ ପ୍ରତିଯୋଗିତା

ଭଞ୍ଜନଗର, ୮।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ଭଞ୍ଜନଗର ଜେଲ୍ ପଡ଼ିଆରେ…

ବଜାର ଆସି ଘରକୁ ଫେରୁଥିବା ବେଳେ ବାଟରେ ଘଟିଲା ବଜ୍ରପାତ, ଆଉ ତା’ ପରେ…

ଚିକିଟ,୮ା୮(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଚିକିଟି ଫାଣ୍ଡି ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ବଡପଲଙ୍କ ଗ୍ରାମର ବିଜୟ ପ୍ରଧାନ (୪୫)ଙ୍କ ବ୍ରଜପାତରେ ମୃତ୍ୟୁ ଘଟିଛି।…

ଝରିପଦର ଡାକ୍ତରଖାନାରେ ଡାକ୍ତର ଅନୁପସ୍ଥିତ: ରୋଗୀ ସେବା ବିପର୍ଯ୍ୟସ୍ତ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ମା ଗର୍ଭରେ ଥିବା ଶିଶୁ ଠାରୁ ଆରମ୍ଭ କରି ବୁଢା ବୁଢ଼ୀଙ୍କ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା…

ଭାରତୀୟ ଖେଳାଳିଙ୍କ ବାରମ୍ବାର ଆଘାତ ପାଇଁ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ନେଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୮।୮: ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳି ବର୍ତ୍ତମାନ ଆହତ ହୋଇଛନ୍ତି, ଯାହା ଦଳ ପରିଚାଳନାକୁ ଚିନ୍ତିତ କରିଛି। ଅଧିନାୟକ ଶୁବମନ ଗିଲ ମଧ୍ୟ ଏହି ପ୍ରସଙ୍ଗ…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ବଡ଼ ଝଟକା!

ଚେନ୍ନାଇ,୮।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏସ. ଜୋସେଫ ବିଜୟ କେନ୍ଦ୍ରର ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଏବଂ ତାମିଲନାଡୁ ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ବିଷୟରେ ଆଲୋଚନା କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri