ପାରଳାଖେମୁଣ୍ଡିରେ ବଢୁଛି ପାଇପ ମିଟର ଚୋରି ଘଟଣା: ସିସିଟିଭିରେ କଏଦ ହେଲା ଚୋରୀ ସମୟର ଦୃଶ୍ୟ, ଚିନ୍ତାରେ…

ପାରଳାଖେମୁଣ୍ଡି, ୯।୫(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଏବେ ପାଇପ ମିଟର ଚୋରଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି । ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘରକୁ ଘର ଲଗାଯାଇଥିବା ପାନୀୟ ଜଳ ମିଟରଗୁଡ଼ିକୁ ଦୁର୍ବୃତ୍ତମାନେ କାଟି ନେଇ ଯାଉଥିବା ବେଳେ ଏହା ପ୍ରଶାସନ ଓ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ସାଜିଛି ।

ସୂଚନା ଅନୁଯାୟୀ, ଗତ ଡିସେମ୍ବର ମାସରେ ସହରର କରଣସାହିରେ ପ୍ରଥମେ ଏହି ଚୋରି ନଜରକୁ ଆସିଥିଲା । ଗତ ୬ ମାସ ମଧ୍ୟରେ ସହରର ବିଭିନ୍ନ ସାହିରେ ଚୋରି ଜାରି ରହିଥିବା ବେଳେ ଗତକାଲି ରାଜନହର ନିକଟସ୍ଥ ରବି କ୍ଲିନିକ ଏବଂ ଦୋଳ ପୋଖରୀ ସାହିରେ ମିଟର ଚୋରି ହୋଇଛି । ଆଜି ପାହାନ୍ତିଆ ପ୍ରାୟ ୩ଟା ସମୟରେ ଜଣେ ଦୁର୍ବୃତ୍ତ ପାଇପ ମିଟର କାଟୁଥିବାର ଦୃଶ୍ୟ ସ୍ଥାନୀୟ ସିସିଟିଭି (CCTV) କ୍ୟାମେରାରେ କଏଦ ହୋଇଛି ।

ମିଟର କାଟିବା ପରେ ପାଇପରୁ ପାନୀୟ ଜଳ ଅପଚୟ ହୋଇ ରାସ୍ତାରେ ଭାସୁଥିବା ଦେଖିବାକୁ ମିଳୁଛି । ଏହି ମିଟରଗୁଡ଼ିକୁ ଚୋର ମାନେ କେଉଁ କାର୍ଯ୍ୟରେ ବ୍ୟବହାର କରୁଛନ୍ତି କିମ୍ବା କେଉଁଠି ବିକ୍ରି କରୁଛନ୍ତି, ତାହା ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ ସାମୟିକ ଭାବେ ପାଇପ ସଂଯୋଗ କରାଯାଉଥିଲେ ମଧ୍ୟ ଚୋରି ରୋକିବାରେ ସଫଳତା ମିଳିନାହିଁ ।

ଏ ସମ୍ପର୍କରେ ଜନସ୍ବାସ୍ଥ୍ୟ ବିଭାଗର ଯନ୍ତ୍ରୀ ବିଷ୍ଣୁ ପ୍ରସାଦ ଅଗ୍ରୱାଲ କହିଛନ୍ତି ଯେ, ଗତ ୬ ମାସ ପୂର୍ବରୁ ପାରଳାଖେମୁଣ୍ଡି ଥାନାରେ ଏନେଇ ଅଭିଯୋଗ କରାଯାଇଛି । ତଥାପି ଆଜି ପର୍ଯ୍ୟନ୍ତ କୌଣସି ଦୁର୍ବୃତ୍ତ ଧରାପଡ଼ି ନାହାନ୍ତି । ଉଚ୍ଚ ପଦାଧିକାରୀଙ୍କୁ ଏନେଇ ଅବଗତ କରାଯାଇଛି ଏବଂ ସେମାନଙ୍କ ନିର୍ଦ୍ଦେଶ ପରେ ଯେଉଁମାନଙ୍କ ମିଟର ଚୋରି ହୋଇଛି, ସେମାନଙ୍କୁ ନୂତନ ମିଟର ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବ ବୋଲି ସେ ଜଣାଇଛନ୍ତି । ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଜୋରଦାର କରି ଚୋରଙ୍କୁ ତୁରନ୍ତ ଗିରଫ କରିବାକୁ ସହରବାସୀ ଦାବି କରିଛନ୍ତି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲା କଂଗ୍ରେସ: ଏହି ଦିନ ଓଡ଼ିଶା ଡାକରା, ଜାଣନ୍ତୁ କ’ଣ ବନ୍ଦ, କ’ଣ ରହିବ ଖୋଲା

ଭୁବନେଶ୍ୱର,୨୩।୯: ଖଣି ପ୍ରସଙ୍ଗକୁ କେନ୍ଦ୍ର କରି ରାଜ୍ୟ ସରକାର ବିରୋଧରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଯୋଜନା କରିଛି ଓଡ଼ିଶା କଂଗ୍ରେସ। ଦଶହରା ପରେ ରାଜ୍ୟବ୍ୟାପୀ ବନ୍ଦ…

ବାରଣ୍ଡାରେ ଖାଉଛନ୍ତି ୧୬୯ ଛାତ୍ରୀଛାତ୍ର: ମଧ୍ୟାହ୍ନ ଭୋଜନ ପାଇଁ ଶେଡ ନିର୍ମାଣ ଦାବି

କେସିଙ୍ଗା,୨୩।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଗାଈଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଶେଡ ନଥିବାରୁ ଛାତ୍ରୀଛାତ୍ରମାନେ…

କାର୍‌କୁ ଧକ୍କା ପରେ ରାସ୍ତାରେ ଓଲଟିଲା କଦଳୀ ବୋଝେଇ ଟ୍ରକ୍‌

ଭୁବନେଶ୍ୱର,୨୩।୯: ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାର ଜାତୀୟ ରାଜପଥରେ ଏକ କାର୍‌କୁ ଧକ୍କା ଦେଇ କଦଳୀ ବୋଝେଇ ଟ୍ରକ୍‌ ଓଲଟିପଡ଼ିଛି। ଏହି ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଗୁରୁତର…

କପିଳେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି: ଦଳକୁ ମଜଭୁତ କରିବା ଲକ୍ଷ୍ୟ

ରାଜକନିକା, ୨୩।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ନୂତନ ବିଜେଡି ସଭାପତି ଭାବେ ପ୍ରାକ୍ତନ ରାଜକନିକା ପଞ୍ଚାୟତ ସମିତି ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକଙ୍କୁ…

ଭୁଲ ଇଞ୍ଜେକ୍ସନ ଯୋଗୁ କିନ୍ନରଙ୍କ ମୃତ୍ୟୁ ଅଭିଯୋଗ: ହସ୍ପିଟାଲ ଘେରିଲେ କିନ୍ନର ସମାଜ

ଦେବଗଡ଼, ୨୩।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କିନ୍ନରଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ…

ଥମୁନି ହାତୀ ମୃତ୍ୟୁ, ୩ ବର୍ଷରେ ମଲେଣି ୨୫୬: ପ୍ରାଣୀ ବିଶେଷଜ୍ଞଙ୍କ ଉଦ୍‌ବେଗ

ଭୁବନେଶ୍ୱର,୨୩ା୯(ରବିନାରାୟଣ ଜେନା):ରାଜ୍ୟରେ ହାତୀ-ମଣିଷ ଲଢ଼େଇ ଥମୁନାହିଁ। କେତେବେଳେ ହାତୀ ଖାଦ୍ୟ ଅନ୍ବେଷଣରେ ଜନବସତି ଆଡ଼କୁ ମୁହଁାଇବା ଯୋଗୁ ଲୋକଙ୍କ ରୋଶର ଶିକାର ହେଉଛନ୍ତି ତ’ ଆଉ କେତେବେଳେ…

୫୫ରୁ ୬୫ କିମି ବେଗରେ ବହିବ ପବନ: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୩ା୯:ବଙ୍ଗୋପସାଗରରେ ସକ୍ରିୟ ଥିବା ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ବୁଧବାର ରାତି କିମ୍ବା ଗୁରୁବାର ସକାଳ ସୁଦ୍ଧା ବିଶାଖାପାଟଣାମ୍‌ ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ…

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?