ପାଟନା, ୨୪ା୬: ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ରାଷ୍ଟ୍ରପତି ଭବନରେ ବଲିଉଡର ଖ୍ୟାତନାମା ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ଆମିର ଖାନଙ୍କ ସହ ସାକ୍ଷାତ କରିବା ସହ ତାଙ୍କ ନୂତନ ଚଳଚ୍ଚିତ୍ର ‘ସିତାରେ ଜମୀନ ପର’ର ଏକ ସ୍ପେଶାଲ ସ୍କ୍ରିନିଂରେ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଭବନର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଆମିର ଖାନଙ୍କ ସହ ଏକ ଫଟୋ ସେୟାର କରାଯାଇଛି।
‘ସିତାରେ ଜମୀନ ପର’ ହେଉଛି ଆମିର ଖାନଙ୍କ ଆଇକନିକ ୨୦୦୭ ଚଳଚ୍ଚିତ୍ର ‘ତାରେ ଜମୀନ ପର’ର ସିକ୍ୱେଲ। ଏହି ଚଳଚ୍ଚିତ୍ର ନ୍ୟୁରୋଡାଇଭରଜେଣ୍ଟ ବ୍ୟକ୍ତିଙ୍କୁ ନେଇ ନିର୍ମିତ ହୋଇଛି ଏବଂ ବିବିଧତା, ସମାନତା ଓ ସମାବେଶୀକରଣର ବାର୍ତ୍ତା ପ୍ରଦାନ କରୁଛି। ଏହାର ହୃଦୟସ୍ପର୍ଶୀ କାହାଣୀ ଓ ଶିକ୍ଷଣୀୟ ମୂଲ୍ୟ ପାଇଁ ଏହାକୁ ଦର୍ଶକ ଓ ସମୀକ୍ଷକଙ୍କ ତରଫରୁ ବ୍ୟାପକ ପ୍ରଶଂସା ମିଳିଛି।
ଆମିର ଖାନ ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ‘ସିତାରେ ଜମୀନ ପର’ରେ ଆମିର ଖାନ ଏକ ଜୁନିଅର ବାସ୍କେଟବଲ କୋଚ ଗୁଲଶନ ଅରୋରାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି, ଯିଏ ଡାଉନ ସିଣ୍ଡ୍ରୋମ ଥିବା ପିଲାମାନଙ୍କୁ ବାସ୍କେଟବଲ ଶିଖାଉଛନ୍ତି। ଏହି ଚଳଚ୍ଚିତ୍ରରେ ଜେନେଲିଆ ଡି’ସୁଜା ଆମିରଙ୍କ ପତ୍ନୀଙ୍କ ଚରିତ୍ରରେ ଏବଂ ଡଲି ଅହଲୁୱାଲିଆ ତାଙ୍କ ମା’ଙ୍କ ଚରିତ୍ରରେ ଅଭିନୟ କରିଛନ୍ତି।
President Droupadi Murmu watched the film ‘Sitaare Zameen Par’ at the Rashtrapati Bhavan Cultural Centre. The film, featuring real people with neurodivergent conditions, weaves in the message of diversity, equity and inclusion. Shri Aamir Khan, the producer and lead actor of the… pic.twitter.com/r9PLYFHpGq
— President of India (@rashtrapatibhvn) June 24, 2025
ଏହା ସହିତ ୧୦ ଜଣ ନୂତନ କଳାକାର—ଅରୁଶ ଦତ୍ତା, ଗୋପୀ କୃଷ୍ଣ ବର୍ମା, ସଂବିତ ଦେସାଇ, ବେଦାନ୍ତ ଶର୍ମା, ଆୟୁଷ ଭନସାଲି, ଆଶୀଷ ପେଣ୍ଡସେ, ଋଷି ଶାହନୀ, ଋଷଭ ଜୈନ, ନମନ ମିଶ୍ରା ଓ ସିମରନ ମଙ୍ଗେଶକର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରଟି ଆର.ଏସ. ପ୍ରସନ୍ନାଙ୍କ ଦ୍ୱାରା ନିର୍ଦ୍ଦେଶିତ, ଯିଏ ପୂର୍ବରୁ ‘ଶୁଭ ମଙ୍ଗଲ ସାବଧାନ’ ଭଳି ବ୍ଲକବଷ୍ଟର ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇଛନ୍ତି।


