ଗଜାଧାନ ଧରି ବିକ୍ଷୋଭ କଲେ ଚାଷୀ

ବରଗଡ଼,୨୦।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ଦିନକ ପରେ ୫ସପ୍ତାହ ପୂରିବ। ହେଲେ ଏପର୍ଯ୍ୟନ୍ତ ଜିଲାରେ ଧାନକିଣା ସମସ୍ୟା ଅସମାହିତ ରହିଛି। ଚାଷୀମାନେ ବିକ୍ରି ପାଇଁ ମଣ୍ଡିକୁ ଧାନ ଆଣୁଛନ୍ତି। ମାତ୍ର ତାହା ବିକ୍ରି ହୋଇପାରୁ ନାହିଁ ଏବଂ ଦୀର୍ଘଦିନ ଧରି ମଣ୍ଡିର ଖୋଲା ଆକାଶତଳେ ପଡ଼ି ରହୁଛି। ସେହିପରି ଚାଷୀଙ୍କ ଘରେ ଏବଂ ଖଳାରେ ମଧ୍ୟ ବହୁ ପରିମାଣରେ ଧାନ ବିକ୍ରି ଅପେକ୍ଷାରେ ରହିଛି। କିନ୍ତୁ ବିଭିନ୍ନ ଆଳରେ ମଣ୍ଡିରୁ ଧାନ ଉଠାଯାଉ ନ ଥିବାରୁ ଚାଷୀମାନେ ଘରେ ଏବଂ ଖଳାରେ ରଖିଥିବା ଧାନ ମଣ୍ଡିକୁ ଆଣି ପାରୁ ନାହାନ୍ତି। ଅନ୍ୟପଟେ ମୌସୁମୀ ସକ୍ରିୟ ହେବା ସହିତ ବର୍ଷା ଲାଗି ରହିଥିବାରୁ ଚାଷୀଙ୍କ କଷ୍ଟୋପାର୍ଜିତ ଧାନ ଭିଜି ନଷ୍ଟ ହେବାରେ ଲାଗିଛି। ଅନେକ ସ୍ଥାନରେ ଧାନ ଗଜା ହୋଇଯାଇଥିବା ପରିଲକ୍ଷିତ ହୋଇଛି। ଧାନ ଉଠାଣ ଦାବି ନେଇ ପ୍ରତିଦିନ ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଧାଉଁଛନ୍ତି। ଏହାସତ୍ତ୍ୱେ ଧାନ ଉଠାଣ ଦିଗରେ ପ୍ରଶାସନିକ ଉଦାସୀନତା ଏବଂ ସ୍ଥାନୀୟ ଜନ ପ୍ରତିନିଧିଙ୍କ ନୀରବତା ଯୋଗୁ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଗୁରୁବାର ଜିଲାର ବରପାଲି ବ୍ଲକ ଅନ୍ତର୍ଗତ ତୁଲଣ୍ଡି ମଣ୍ଡି ଉପରେ ନିର୍ଭର କରୁଥିବା ଚାଷୀମାନେ ଏଭଳି ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚିଥିଲେ। ବିଭାଗୀୟ ଅଧିକାରୀ ଏବଂ ପ୍ରଶାସନଠାରେ ବାରମ୍ବାର ଦାବି ସତ୍ତ୍ୱେ ଧାନ ଉଠାଣ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ କରି ସେମାନେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଭିନବ ପ୍ରତିବାଦ କରିଥିଲେ। ଗଜାଧାନ ଧରି ସମସ୍ତ ଚାଷୀ ବିକ୍ଷୋଭ ପ୍ରଦର୍ଶନ ଧାରଣାରେ ବସି ପରସ୍ପରକୁ ବାସି ପଖାଳ ଖୁଆଇଥିଲେ। ଧାରଣାସ୍ଥଳକୁ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ, ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟ ଆଲୋଚନା ପାଇଁ ଚାଷୀଙ୍କ ପାଖକୁ ପହଞ୍ଚିଥିଲେ। ତେବେ ବାରମ୍ବାର ଦାବି ସତ୍ତ୍ୱେ ମୁଖ୍ୟ ଜିଲା ଯୋଗାଣ ଅଧିକାରୀଙ୍କ ପ୍ରତିଶ୍ରୁତିରେ କୌଣସି ତାଳମେଳ ରହୁ ନ ଥିବା ଚାଷୀମାନେ ଅଭିଯୋଗ କରିଥିଲେ ଏବଂ ଏହାକୁ ନେଇ କିଛି ସମୟ ଧରି ଧାରଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ ମୁଖ୍ୟ ଜିଲା ଯୋଗାଣ ଅଧିକାରୀଙ୍କୁ କଡ଼ା ସମାଲୋଚନା କରିଥିଲେ। ଜିଲାପାଳ ଆଦିତ୍ୟ ଗୋୟଲ ଧାରଣାସ୍ଥଳକୁ ଆସି ଧାନ ଉଠାଣ ଦିଗରେ ପ୍ରତିଶ୍ରୁତି ନ ଦେବା ଯାଏ ସେମାନେ ଧାରଣାରୁ ଉଠିବେ ନାହିଁ ବୋଲି ଚାଷୀମାନେ ଅଡ଼ି ବସିଥିଲେ।
ପରେ ଜିଲାପାଳ ଗୋୟଲ ଧାରଣାସ୍ଥଳକୁ ପହଞ୍ଚି ଥିଲେ ଏବଂ ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ। ତୁଲଣ୍ଡି ମଣ୍ଡିରେ ବର୍ତ୍ତମାନ ସୁଦ୍ଧା କେବଳ ୯୦୫୬ କୁଇଣ୍ଟାଲ ଧାନ ବିକ୍ରି ହୋଇଛି ଏବଂ ଆହୁରି ୨୩ହଜାର ୯୩୩ କୁଇଣ୍ଟାଲ ଧାନ ପଡ଼ି ରହିଥିବା ନେଇ ଚାଷୀମାନେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ସେହି ଧାନକୁ କେବେ କିଣାଯିବ ବୋଲି ପ୍ରଶ୍ନ କରିଥିଲେ। ସମସ୍ତ ବଳକା ଧାନ କିଣାଯିବା ସହିତ କୌଣସି ଚାଷୀଙ୍କ ଟୋକନ ଅବଧି ଯେଭଳି ସରିବ ନାହିଁ ଏବଂ କେହି ଧାନବିକ୍ରିରୁ ବଞ୍ଚିତ ନ ହେବେ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ଗୋୟଲ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଚାଷୀମାନେ ଧାରଣାରୁ ଉଠିଥିଲେ। ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ରଙ୍କ ସମେତ ବନବାସ ସାହୁ, ପଞ୍ଚାନନ ସାହୁ, ସୁଦାମ ଶତପଥୀ, ମାନସ ରଞ୍ଜନ ବଢ଼ାଇ, କ୍ଷୀରେଶ୍ୱର ନାଏକ, ଲକ୍ଷ୍ମଣ ବାବୁ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ। ଅନୁରୂପ ଭାବେ ଜିଲାର ବକଟି, ରାଇଶୋଭା, ଅର୍ଜୁଣ୍ଡା, କମଗାଁ, କନବାର, ଡାଙ୍ଗପାଲି ଆଦି ମଣ୍ଡି ଉପରେ ନିର୍ଭର କରୁଥିବା ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚି ଧାନ ଉଠାଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାକୁ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ କ୍ୱାର୍ଟର୍ସ ନବୀକରଣରେ ପାଇଁ ଏତିକି କୋଟି ଟଙ୍କା ଖର୍ଚ୍ଚ କଲେଣି ସରକାର

ଭୁବନେଶ୍ୱର,୯ା୧୨: ନୂତନ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କର ସରକାରୀ କ୍ୱାର୍ଟର୍ସ ମରାମତି ଓ ନବୀକରଣ ବାବଦରେ ମୋଟ ୩.୩୯ କୋଟି ଟଙ୍କା ବ୍ୟୟ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

India vs South Africa: ବାରବାଟୀରେ କେତେଥର ଜିତିଛି ଭାରତ? ଶୁଣିଲେ ତାଜୁବ ହେବେ

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri