ଖେଳ ଉପକରଣ ବଣ୍ଟନରେ ଦୁର୍ନୀତି: ଖବର ପ୍ରସାରଣ ପରେ ଅଧିକାରୀ ଛାନିଆ, ଭିଜିଲାନ୍ସ ତଦନ୍ତ ଆବଶ୍ୟକ କହିଲେ କୁନ୍ଦୁରା ବ୍ଲକ ଅଧ୍ୟକ୍ଷା

କୁନ୍ଦୁରା,୨୮।୫(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ କାର୍ଯ୍ୟାଳୟରେ ଖେଳ ଉପକରଣରେ ଦୁର୍ନୀତି ଅଭିଯୋଗ ଘଟଣା ଧରିତ୍ରୀ ଖବରକାଗଜରେ ପ୍ରକାଶିତ ହୋଇଥିଲା। ଏହାପରେ ସରକାରୀ କର୍ମଚାରୀଙ୍କ ଭିତରେ ଛନକା ପଶିଯାଇଛି। କାର୍ଯ୍ୟକାରୀ ହୋଇସାରିଥିବା ପ୍ରତ୍ୟେକ ଯୋଜନାକୁ ନେଇ କର୍ମଚାରୀ ଚିନ୍ତାରେ ଅଛନ୍ତି ।
ବିଜେଡି ସରକାର ଥିବା ସମୟରେ ଅମଲା ରାଜ ଚାଲିଥିଲା। ଯିଏ ଯେମିତି ଭାବେ ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରି ସାଧାରଣ ଲୋକଙ୍କୁ ଭଣ୍ଡି ତୃଣମୂଳସ୍ତରରେ କାର୍ଯ୍ୟ ପ୍ରତି ଧ୍ୟାନ ଦିଆଯାଉ ନ ଥିଲା। ବର୍ତ୍ତମାନ ସରକାର ବଦଳିଛି, କିନ୍ତୁ ସେହି ଅଭ୍ୟାସ ବର୍ତ୍ତମାନ ପର୍ଯ୍ୟନ୍ତ ସରକାରୀ କର୍ମଚାରୀ ଛାଡିପାରୁ ନ ଥିବା ବେଳେ କୁନ୍ଦୁରା ବ୍ଲକରେ ଏହାର ପ୍ରଭାବ ସତ ପ୍ରତିଶତ ରହିଛି। ଏନେଇ କୁନ୍ଦୁରା ବ୍ଲକର ଜନ ପ୍ରତିନିଧି ମାନେ ସିଧାସଳଖ ଅଭିଯୋଗ କରିଛନ୍ତି। କୁନ୍ଦୁରା ବ୍ଲକର ଚେୟାରମ୍ୟାନଙ୍କ ବିନା ଅନୁମତିରେ କୌଣସି ଯୋଜନା ବ୍ଲକରେ କାର୍ଯ୍ୟକାରୀ ହୋଇପାରିବ ନାହିଁ। ହେଲେ କୁନ୍ଦୁରା ବ୍ଲକ କାର୍ଯ୍ୟାଳୟ ଦ୍ୱାରା ବ୍ଲକରେ ହେଉ କିମ୍ବା ପଞ୍ଚାୟତରେ ହେଉ ସରକାରଙ୍କ ଦ୍ୱାରା ଆସୁଥିବା ଯୋଜନା ଏବଂ ଏହାର କାର୍ଯ୍ୟକାରୀ ବିଷୟରେ କୌଣସି ସୂଚନା ଦେଉ ନ ଥିବା ଚେୟାରମ୍ୟାନ ରାଜେଶ୍ୱରୀ ପରଜା ନିଜେ ଅଭିଯୋଗ କରିଛନ୍ତି।

ଚେୟାରମ୍ୟାନ କହିଛନ୍ତି ଯେ ମୁଁ ନିଜେ ବାରମ୍ବାର ବିଡିଓ କପିଳେଶ୍ୱର ତାଣ୍ଡି ଏବଂ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ସ୍ବରୂପ ରଞ୍ଜନ ସାହୁ କ’ଣ କିଛି ଯୋଜନା ଆସିଛି କି? ଯାହାବି ଆସିବ ମୋତେ ଜଣାଇକି କରିବେ? ଯାହା କରିବେ ବୈଠକରେ ସରପଞ୍ଚ ସମିତିଙ୍କୁ ସୂଚନା ଦେଇକି କରିବେ ନ ହେଲେ ପରେ ଅସୁବିଧା ହେବ ବୋଲି କହିଥିଲେ। ବିଡିଓ କିଛି ଆସିନି କହି ଟାଳି ଦେଉଥିଲେ ବୋଲି ଚେୟାରମ୍ୟାନ ଅଭିଯୋଗ କରିଛନ୍ତି। ଏହି ଖେଳ ସାମଗ୍ରୀ ବଣ୍ଟନ ବିଷୟରେ ବିଡିଓ ଯଦି ଚେୟାରମ୍ୟାନଙ୍କୁ ଜଣାଇ ନାହାନ୍ତି ତେବେ ସରପଞ୍ଚ ଓ ସମିତି ଙ୍କୁ ଜଣାଇଥିବେ ବୋଲି ମୁଁ ଆଶା କରୁନାହିଁ ବୋଲି ଚେୟାରମ୍ୟାନ ରାଜେଶ୍ୱରୀ ପରଜା କହିଛନ୍ତି।

ଏସବୁ ବିଡିଓ,ଏଇଇ ଏବଂ ଡବ୍ଲୁଇଓ ଙ୍କ ଭିତରେ ଭିତିରିଆ ସଲାସୁତୁରା କାରବାର ହୋଇଛି। ସେଥିପାଇଁ ୨ ବର୍ଷ ହେଲା ଆସିଥିବା ଯୋଜନାର ଟଙ୍କାକୁ ଚାପି ରଖି ବସିଥିଲେ। ଆପଣମାନେ ଯଦି ଏହି ଯୋଜନା ବିଷୟରେ ଖୋଳତାଡ଼ କରି ନ ଥାନ୍ତେ ତେବେ ଏହି ଯୋଜନାର ଟଙ୍କା ସମ୍ପୂର୍ଣ ଆତ୍ମସାତ ହୋଇଯାଇଥାନ୍ତା ବୋଲି ପଞ୍ଚାୟତ ସମିତି ଅଧ୍ୟକ୍ଷା କହିଛନ୍ତି। ଏହାର ଭିଜଲାନ୍ସ ତଦନ୍ତ ହେବା ଆବଶ୍ୟକ। ଏହା ସହିତ କୁନ୍ଦୁରା ବ୍ଲକ ଅଧୀନରେ ହୋଇଥିବା ଅନ୍ୟ ଉନ୍ନୟନମୂଳକ ଯୋଜନା ଯାହା ବର୍ତ୍ତମାନର ବିଡିଓ ଓ ଏଇଇଙ୍କ ସମୟରେ ହୋଇଛି। ସେସବୁର ଭିଜଲାନ୍ସ ତଦନ୍ତ ହୋଇ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ବୋଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ରାଜେଶ୍ୱରୀ ପରଜା କହିଛନ୍ତି।

କୁନ୍ଦୁରା ବ୍ଲକର ଏତେସବୁ ଅବ୍ୟବସ୍ଥା ବିଷୟରେ ଜିଲା ପ୍ରଶାସନ ଜାଣିବା ପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବର୍ତମାନ ଦେଖିବାକୁ ବାକି ରହିଲା। ଏହାକୁ ନେଇ ବିଗତ ଦିନରେ ଜିଲା ପରିଷଦ ଉପାଧ୍ୟକ୍ଷ ରାଧାବିନୋଦ ସାମନ୍ତରାୟ ମଧ୍ୟ ସ୍ବର ଉଠାଇବା ସହ ବିଧାୟକ ଏବଂ ଏମ୍‌ପିଙ୍କୁ ଏହି ବିଷୟରେ କହିଥିଲେ। ଅନେକ ଅଧିକାରୀ ଏହି ଘଟଣାରେ ସମ୍ପୃକ୍ତ ରହି ଆତ୍ମସାତ କରିଥିବା ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦ ରୁ ୧୨୮୯ରେ ପହଞ୍ଚିଲାଣି: କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ

ଭଞ୍ଜନଗର,୧୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ୬୩ ତମ ପ୍ରତିଷ୍ଠା ଦିବସ ସୋମବାର ପାଳିତ ହୋଇଯାଇଛି। ୧୯୬୩ ମସିହାରେ...

ବଏ ଫ୍ରେଣ୍ଡ ରୁମରୁ ମିଳିଲା ମହିଳାଙ୍କ ମୃତଦେହ! ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା,୧୫।୧୨: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁରସ୍ଥିତ ଏକ ଭଡ଼ା ଘରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଏକ ନୂଆ ମୋଡ଼ ନେଇଛି।...

ଭଲିବଲ ପ୍ରତିଯୋଗିତା: ରିଷିଡ଼ା ଚାମ୍ପିୟନ

ରିଷିଡ଼ା, ୧୫ା୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ବାପୁଜୀ ମିନି ଷ୍ଟାଡିୟମରେ ରବିବାର ଦିନିକିଆ ରିଷିଡ଼ା କପ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।...

ବିଦ୍ୟୁତ କର୍ମଚାରୀଙ୍କ ସମସ୍ୟା ସମାଧାନ ପାଇଁ ଉଠିଲା ଦାବି

ଦାରିଙ୍ଗବାଡି,୧୫।୧୨(ଅରୁଣ ସାହୁ): ଓ.ଏସ.ଇ.ବି. ବିଜୁଳି କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ସମିତି ବୈଠକ ବୈଠକ ସଂଘର ସାଧାରଣ ସମ୍ପାଦକ ଭ୍ରମରବର ରାଉତଙ୍କ ଆବାହନ କ୍ରମେ କନ୍ଧମାଳ ଜିଲା...

ମୋକିମ୍‌ଙ୍କ ପାଇଁ ବାହାରି ପଡ଼ିଲେ ନିରଞ୍ଜନ: କହିଲେ କଟକରେ କେବଳ ତାଙ୍କ ପାଇଁ…

ଭୁବନେଶ୍ୱର, ୧୫।୧୨: ମହମଦ୍‌ ମୋକିମ୍‌ଙ୍କୁ ନେଇ ମୁହଁ ଖୋଲିଲେ ନିରଞ୍ଜନ ପଟ୍ଟନାୟକ। ନିରଞ୍ଜନ କହିଛନ୍ତି, ମୋକିମଙ୍କର କଂଗ୍ରେସ ପ୍ରତି ଅବଦାନ ବହୁତ। ୧୯୮୦ ପରଠୁ କଟକରେ...

ଭୁବନେଶ୍ୱରରେ ହେବ ଭିସା ସେଣ୍ଟର, ଆଉ ଯିବାକୁ ପଡିବ ନାହିଁ ଦିଲ୍ଲୀ, କୋଲକତା

ଭୁବନେଶ୍ୱର,୧୫।୧୨: ଭୁବନେଶ୍ୱରରେ ହେବ ଗ୍ଲୋବାଲ ଭିସା ଆପ୍ଲିକେଶନ ସେଣ୍ଟର। ଏନେଇ ରାଜ୍ୟ ସରକାର ୩ ହଜାର ବର୍ଗ ଫୁଟର ଜାଗା ଯୋଗାଇ ଦେବେ। ବରମୁଣ୍ଡା ବସ...

ବଞ୍ଚିବାକୁ ରାହା ଖୋଜୁଛନ୍ତି ବେସାହାରା ଭଉଣୀ-ଭାଇ

ଗଞ୍ଜାମ,୧୫।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ରାମଗଡ଼ ପଞ୍ଚାୟତ ଗଜପତି ନଗର ତିନି ନମ୍ବର ସାହିରେ ସ୍ବର୍ଗତ ଦିନେଶ୍ୱର ବେହେରାଙ୍କ ଘର l ଦିନେଶ୍ୱର ମତ୍ସ୍ୟଜୀବି ପରିବାର...

ତୀର୍ଥଯାତ୍ରାରେ ଗଲେ ୭୪ ବରିଷ୍ଠ ନାଗରିକ

ନୂଆପଡ଼ା,୧୫।୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାରୁ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ୭୪ ଜଣ ରାମେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି। ଜିଲା ପର୍ଯ୍ୟଟନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri