ପ୍ରଶାସନିକ ଅବହେଳା: ଉଜୁଡ଼ିଲାଣି ପନିପରିବା ଚାଷ, ଦୁର୍ଦ୍ଦଶା ଭୋଗୁଛନ୍ତି ଟୁପାପଡ଼ାର ମିଶ୍ରିତ ଚାଷୀ

ଅତାବିରା, ୧୮।୫(ଯୁଧିଷ୍ଠିର ମହାପାତ୍ର): ଚାଷୀ କେତେ କଷ୍ଟକରି ଫସଲ ଉତ୍ପାଦନ କରୁଛି। ହେଲେ କେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ତ କେତେବେଳେ ଅଦିନିଆ ଝଡବତାସ ଏବଂ ପ୍ରଶାସନିକ ଅଧିକାରୀଙ୍କ ଅବହେଳାରୁ ଫସଲ ଉଜୁଡି ଯାଉଛି। ଏପରି ଏକ ଘଟଣା ଶନିବାର ଦେଖିବାକୁ ମିଳିଛି ବରଗଡ଼ ଜିଲା ଅତାବିରା ବ୍ଲକ ଟୁପାପଡ଼ା ଗ୍ରାମରେ।
ଟୁପାପଡ଼ା ଗ୍ରାମର ଚାଷୀ ସନୁ ଭୁଏ। ବୟସ ୬୧ ବର୍ଷ। ତଥାପି ତାଙ୍କ ଚାଷ ନିଶା ସରି ନାହିଁ । ନିଜ ୪ ଏକର ଜମି ସହିତ ୩/୪ ଏକର ଜମି ଭାଗ ସୂତ୍ରରେ ସେ ଚାଷ କରନ୍ତି। ଧାନ ଚାଷ ସହ ଅଧ ଏକରରେ ପନିପରିବା ଚାଷ କରିଥିବା ବେଳେ ଆଉ ଗୋଟିଏ ଏକର ଜମିରେ ବିଗତ ୧୦ ବର୍ଷ ହେଲା ପୋଖରୀ ଖନନ କରି ମାଛ ଚାଷ କରୁଛନ୍ତି। ସନୁ ଏଠାରେ ଜଣେ ମିଶ୍ରିତ ଚାଷୀ ଭାବେ ମୁଣ୍ଡ ଝାଳ ତୁଣ୍ଡେ ମାରି ପରିବାର ପ୍ରତିପୋଷଣ କରନ୍ତି।
୩ ଝିଅଙ୍କୁ ବିବାହ କରିଦେବା ପରେ ସ୍ତ୍ରୀ ସୁଦେଶୀନା ଭୁଏ ଓ ଅବିବାହିତ ୨୩ ବର୍ଷୀୟ ପୁଅ ପୀତବାସ ଭୁଏଙ୍କୁ ନେଇ ତାଙ୍କ ପରିବାର। ସବୁ ଠିକଠାକ ଚାଲୁଥିଲା। କିନ୍ତୁ ଚଳିତବର୍ଷ ମାସ ମାସ ଧରି ବିଦ୍ୟୁତ୍‌ ସେବା ପ୍ରଭାବିତ ହେବାରୁ ସନୁ ଚାଷ ଜମି ପାଇଁ ବସାଇଥିବା ମୋଟର ପମ୍ପ ଚଳାଇପାରୁ ନାହାନ୍ତି। ଧାନ ଚାଷ ତ କଷ୍ଟେ ମଷ୍ଟେ ହୋଇ ଗଲା ହେଲେ ବର୍ତ୍ତମାନ ମୋଟର ପମ୍ପ ନ ଚାଲିବାରୁ ପନିପରିବା ଚାଷ ଜମିରେ ପାଣି ମଡ଼ାଇପାରୁ ନାହାନ୍ତି।  ଫଳରେ ୪୦ ଡିସିମିଲର ପୋଟଳ ଓ ୧୦ ଡିସିମିଲର ଲଙ୍କା ଚାଷ ସହ ଲଳିତା ଶାଗ ଏବଂ ଅନ୍ୟାନ୍ୟ ପନିପରିବା ଚାଷ ଉଜୁଡି ଗଲାଣି। ଆଉ ଦିନେ ଦୁଇ ଦିନ ମଧ୍ୟରେ ବର୍ଷା କିମ୍ବା ବିଦ୍ୟୁତ୍‌ ସଂଯୋଗ ନ ହେଲେ ମୋଟର ପମ୍ପରୁ ପାଣି ଜମିକୁ ଯାଇପାରିବ ନାହିଁ। ଆଉ ଯାହା ବି ଫସଲ ବଞ୍ଚିଛି ତାହା ବି ଉଜୁଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ବୋଲି ସନୁ ଭୁଏ କହିଛନ୍ତି।
ଏ ନେଇ ବାରମ୍ବାର ବିଦ୍ୟୁତ୍‌ ବିଭାଗକୁ ଅନୁରୋଧ କଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ। ତାଙ୍କ ମୋଟର ପମ୍ପ ବିଦ୍ୟୁତ୍‌ ସଂଯୋଗ ଥିବା ଟ୍ରାନ୍ସଫର୍ମର ଗତ ଜାନୁଆରୀ ମାସରୁ ଅଚଳ ହୋଇ ପଡ଼ି ରହିଛି l ସେଥିରୁ କେବଳ ଗୋଟାଏ ଫେଜ୍‌ ବିଦ୍ୟୁତ୍‌ ପାଖ ପଡ଼ାବାସୀଙ୍କ ଘରୋଇ ବ୍ୟବହାର ପାଇଁ ଦିଆଯାଇଛି। ଟ୍ରାନ୍ସଫର୍ମର ଅଚଳ ଯୋଗୁ ଟୁପାପଡ଼ାବାସୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ବିପିଏଲ ଟ୍ରାନ୍ସଫର୍ମରରୁ ଖାଉଟିଙ୍କ ଆବଶ୍ୟକତା ମେଣ୍ଟାଯାଇ ପାରୁ ନାହିଁ ।ଫଳରେ ଗ୍ରାମବାସୀ ମଧ୍ୟ ଅତିଷ୍ଠ ହୋଇ ପଡ଼ିଲେଣି।
ଗ୍ରାମର କାଶୀ ବାବୁ କୁହନ୍ତି, ଦିନକୁ ୪ ଥର ବିଦ୍ୟୁତ୍‌ କାଟ ହେଉଛି। ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ବେଳେ ବିଦ୍ୟୁତ୍‌ କାଟ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ସେହିପରି ଗ୍ରାମର ରସିକ ମାଝୀ କୁହନ୍ତି, ପ୍ରବଳ ଗରମ ସାଙ୍ଗକୁ ବାରମ୍ବାର ବିଦ୍ୟୁତ୍‌ କାଟ ହେଲେ ବହୁତ ଅସୁବିଧା ହେଉଛି। ବିଭାଗୀୟ ଅଧିକାରୀମାନେ ପ୍ରତିମାସ ବିଦ୍ୟୁତ୍‌ ବିଲ୍‌ ନେବାକୁ ଆସୁଛନ୍ତି, ନ ଦେଲେ ଚଳିବ ନାହିଁ ବୋଲି କହୁଛନ୍ତି, ହେଲେ ବିଦ୍ୟୁତ୍‌ ସେବା ଠିକ୍‌ ଭାବେ ଯୋଗାଇ ପାରୁନାହାନ୍ତି। ଏ ନେଇ ଅତାବିରା ବିଦ୍ୟୁତ ବିଭାଗ ଏସଡିଓ ରବିନାରାୟଣ ମହାନ୍ତିଙ୍କୁ ପଚାରିବାରୁ, ଟୁପାପଡ଼ା ସମସ୍ୟା ନେଇ ଆମେ ଜାଣିଛୁ । ତାଙ୍କର ଟ୍ରାନ୍ସଫର୍ମର ହୋଇଯାଇଛି। ଆମ ସେକ୍ସନାଲ ଅଫିସର ଛୁଟିରେ ଥିଲେ, ଏବେ ଆସିଗଲେଣି। ଆଜି କାଲି ମଧ୍ୟରେ ଟ୍ରାନ୍ସଫର୍ମର ବଦଳାଇ ଦେବୁ ବୋଲି ମହାନ୍ତି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

ସର୍ଭିସ ରୋଡ୍‌ ଜାମ୍‌, ଘଣ୍ଟାଘଣ୍ଟା ଧରି ଅଟକିଲା ଗାଡ଼ିମୋଟର

ଧର୍ମଶାଳା,୨୯ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ ଥିବା ସର୍ଭିସ ରୋଡ୍‌ଟି ବାରମ୍ବାର ଜାମ୍‌ ରହୁଥିବା ଦେଖିବାକୁ...

ସୁନାବେଡ଼ା ଅଞ୍ଚଳରେ ବାଘ ଆତଙ୍କ: ଲୋକେ ଆତଙ୍କିତ

ନୂଆପଡ଼ା,୨୯ା୧୨(ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଦେଇ ଛତିଶଗଡ଼ ରାଜ୍ୟକୁ ସଂଯୋଗ କରୁଥିବା ସୁନାବେଡ଼ା-ଦାତୁନାମା ରାସ୍ତାରେ ଏକ କଲରାପତରିଆ ବାଘ ବୁଲୁଥିବା...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri