Posted inଖେଳ

Live ମ୍ୟାଚ୍‌ରେ ଖେଳାଳିଙ୍କୁ ମହୁମାଛି ଆକ୍ରମଣ, ଜୀବନ ବଞ୍ଚାଇବାକୁ…Video

ନୂଆଦିଲ୍ଲୀ,୧୭।୫: କାଉଣ୍ଟି ଚାମ୍ପିଅନସିପ ଡିଭିଜନ ୱାନ୍‌ର ଏକ ମ୍ୟାଚ୍‌ ସମୟରେ ଏପରି ଏକ ଘଟଣା ଘଟିଛି, ଯେଉଁଥିଲାଗି ମ୍ୟାଚ କିଛି ସମୟ ପାଇଁ ବନ୍ଦ କରିବାକୁ ପଡିଛି। ଏହାର କାରଣ ବର୍ଷା ନୁହେଁ ବରଂ ମହୁମାଛି ଥିଲା। ଯାହା ଫଳରେ ପଡ଼ିଆରେ ଉପସ୍ଥିତ ସମସ୍ତ ଖେଳାଳି ଏବଂ ଅମ୍ପାୟାର ଶୋଇ ପଡ଼ିଥିଲେ।

ୱର୍ସେଷ୍ଟରଶାୟାର ଏବଂ ଏସେକ୍ସ ମଧ୍ୟରେ ୱର୍ସେଷ୍ଟରରେ ଖେଳାଯାଉଥିବା ମ୍ୟାଚ ସମୟରେ ଏଭଳି ଘଟିଥିଲା। ଏହି ମ୍ୟାଚ୍‌ର ପ୍ରଥମ ଦିନରେ, ୱର୍ସେଷ୍ଟରଶାୟାର ପ୍ରାରମ୍ଭିକ ବିପର୍ଯ୍ୟୟରୁ ମୁକୁଳି ଦିନର ଶେଷ ସୁଦ୍ଧା ୯ ଉଇକେଟ ବିନିମୟରେ ୩୪୯ ରନ କରିଥିଲା, କିନ୍ତୁ ଦିନର ସବୁଠାରୁ ଭୟଙ୍କର ମୁହୂର୍ତ୍ତ ଥିଲା ଯେତେବେଳେ ସମସ୍ତ ଖେଳାଳି ମହୁମାଛି ଆକ୍ରମଣ ଯୋଗୁ ତଳେ ପଡ଼ି ଯାଇଥିଲେ। ଏହି କାରଣରୁ ମ୍ୟାଚଟିକୁ କିଛି ସମୟ ପାଇଁ ବନ୍ଦ ରଖିବାକୁ ପଡିଲା।

କାଉଣ୍ଟି ଚାମ୍ପିଅନଶିପ ଡିଭିଜନ ୱାନରେ, ଏସେକ୍ସ ଟସ୍‌ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲା। ୱର୍ସେଷ୍ଟରଶାୟାର ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା। ମ୍ୟାଚ୍‌ ସମୟରେ ପଡ଼ିଆରେ ଏକ ଅଜବ ଘଟଣା ଘଟିଥିଲା। ଲାଇଭ ମ୍ୟାଚ୍‌ ସମୟରେ, ମହୁମାଛିଙ୍କ ଏକ ଦଳ ପଡ଼ିଆ ଭିତରକୁ ପ୍ରବେଶ କରିଥିଲା; ସେମାନଙ୍କଠାରୁ ନିଜକୁ ରକ୍ଷା କରିବା ପାଇଁ, ସମସ୍ତ ଖେଳାଳି ଏବଂ ଅମ୍ପାୟାର ପଡ଼ିଆରେ ଶୋଇ ପଡ଼ିଲେ। ଏହି କାରଣରୁ ମ୍ୟାଚ ଟି କିଛି ସମୟ ପାଇଁ ବନ୍ଦ ରଖିବାକୁ ପଡିଲା। ମହୁମାଛି ଦଳ ପଡ଼ିଆ ଛାଡିବା ପରେ, ଖେଳ ପୁଣି ଆରମ୍ଭ ହେଲା। ଏହାର ଭିଡିଓ କାଉଣ୍ଟି ଚାମ୍ପିଅନସିପ ତାର ଇନଷ୍ଟାଗ୍ରାମ ପୃଷ୍ଠାରେ ଅପଲୋଡ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri