ସ୍ତ୍ରୀ’ ମୃତ୍ୟୁପରେ ପୁଅ-ଝିଅଙ୍କୁ ବିଷ ପିଆଇ ଶେଷରେ ନିଜେ ଜୀବନ ହାରିଲେ ବ୍ୟକ୍ତି

ପାରଳାଖେମୁଣ୍ଡି,୧୫ା୫(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଓଡ଼ିଆ ପାରଳା ସାହିରେ ପୁଅଝିଅଙ୍କୁ ବିଷ ଦେଇ ମାରିଥିବା ବାପା ଶୁଭାଶିଷ ପାଣିଗ୍ରାହୀ ଗୁରୁବାର ବ୍ରହ୍ମପୁର ବଡ଼ ମେଡିକାଲରେ ଆଖି ବୁଜିଛନ୍ତି। ଗତ ମାର୍ଚ୍ଚ ୨୧ତାରିଖରେ ଶୁଭାଶିଷଙ୍କ ସ୍ତ୍ରୀଙ୍କ ସନ୍ଦେଜନକ ମୃତ୍ୟୁ ଘଟିଥିଲା। ଏହାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ଶୁଭାଷିଶ ବୁଧବାର ପିଲାଙ୍କୁ ବିଷ ପିଆଇ ନିଜେ ବିଷ ପିଇ ଦେଇଥିଲେ। ଏବେ ପୂରା ପରିବାର ଲୋକଙ୍କ ମୃତ୍ୟୁ ଘଟିଛି। କାହିଁକି ଓ କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା ତାହା ଜଣାପଡି ନାହିଁ। ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଶୁଭାଶିଷଙ୍କ ଘରେ ତଦନ୍ତ ଆରମ୍ଭ କରିଛନ୍ତି।

ଶୁଭାଶିଷ ବୁଧବାର ମଧ୍ୟାହ୍ନରେ ୮ ବର୍ଷର ପୁଅ ବିଜୟାନନ୍ଦ ଓ ୧୨ ବର୍ଷର ଝିଅ ପ୍ରିୟଦର୍ଶନୀଙ୍କୁ କୌଣସି ଖାଦ୍ୟରେ ବିଷ ଦେଇ ନିଜେ ତାହାକୁ ଖାଇ ଦେଇଥିଲେ। ପରେ ସେ ପାରଳାଖେମୁଣ୍ଡି ନୂଆ ବସ୍‌ଷ୍ଟାଣ୍ଡରେ ତାଙ୍କ ବାପା ବୁଚିବାବୁ ପାଣିଗ୍ରାହୀଙ୍କୁ ଫୋନ କରି ଆମେ ବିଷ ଖାଇଦେଇଛୁ ମରିଯିବୁ, ଶେଷଥର ପାଇଁ ଦେଖିଦିଅ ବୋଲି କହିଥିଲେ।

ବୁଚିବାକୁ ତୁରନ୍ତ ପହଞ୍ଚି ସାହିପଡିଶା ଲୋକଙ୍କ ସହଯୋଗରେ ସମସ୍ତଙ୍କୁ ଉଦ୍ଧାର କରି ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ପୁଅ ବିଜୟାନନ୍ଦଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ବାପା ଶୁଭାଷିଶ ଓ ଝିଅ ପ୍ରିୟଦର୍ଶନୀଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ରାତି ପ୍ରାୟ ୯ଟାରେ ପ୍ରିୟଦର୍ଶନୀ ଓ ଗୁରୁବାର ସକାଳେ ଶୁଭାଷିଶଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

ପାରଳାଖେମୁଣ୍ଡିରେ ପୁଅ ଓ ବ୍ରହ୍ମପୁରରେ ବାପଝିଅଙ୍କ ମୃତଦେହ ବ୍ୟବଚ୍ଛେଦ ହୋଇଛି। ଏ ନେଇ ପାରଳାଖେମୁଣ୍ଡି ଥାନାରେ ନଂ. ୧୧/୨୫ରେ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ ଟିମ ଘରେ ପହଞ୍ଚି ବୁଧବାର ଶୁଭାଶିଷ ରୋଷେଇ କରିଥିବା ବିଭିନ୍ନ ଖାଦ୍ୟ, ପିଇଥିବା ବିଷ ସଂଗ୍ରହ କରିବା ସହ ଖାନତଲାସୀ କରିଛି।

ପୋଲିସ ଘଟଣା ସମ୍ପର୍କରେ ସାହି ପଡୋଶୀ ଓ ପରିବାରବର୍ଗଙ୍କୁ ପଚରାଉଚୁରା କରିଛି। ପୁଅର ଆର୍ଥିକ ସମସ୍ୟା ନ ଥିଲା କି ସେ କୌଣସି ଚାପରେ ନ ଥିଲେ ବୋଲି ଶୁଭାଷିଶଙ୍କ ବାପା ବୁଚିବାବୁ ସ୍ପଷ୍ଟ କରିଛନ୍ତି। ତେବେ କେଉଁ ପରିସ୍ଥିତିରେ ପିଲାଙ୍କୁ ମାରି ସେ ନିଜେ ଜୀବନ ହାରିଲେ ଓ ପୂର୍ବରୁ ସ୍ତ୍ରୀଙ୍କ ମୃତ୍ୟୁ ଘଟିବା ପଛରେ କାହାର ହାତ ଅଛି ସେ ନେଇ ପୋଲିସ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri