Posted inଖେଳ

ଦୀପା ଖେଳରତ୍ନରେ ସମ୍ମାନିତ, ପୁନିଆ ଅନୁପସ୍ଥିତ, ପ୍ରମୋଦ ପାଇଲେ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ, ୨୯ା୮(ପି.ଟି.)-ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ଗୁରୁବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପାରା ଅଲିମ୍ପିକ ରୌପ୍ୟ ବିଜୟିନୀ ଦୀପା ମଲିକ ପ୍ରଥମ ଭାରତୀୟ ପାରାଆଥଲେଟ ହିସାବରେ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ଜାତୀୟ ଖେଳରତ୍ନ ପୁରସ୍କାର ପାଇଛନ୍ତି। ଏହି ପୁରସ୍କାର ଲାଭ କରିବାରେ ସେ ସବୁଠାରୁ ବୟସ୍କା ଖେଳାଳି। ଟ୍ରେନିଂରେ ଥିବାରୁ ଏହି ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ରେସ୍‌ଲର ବଜରଙ୍ଗ ପୁନିଆ ଉତ୍ସବରେ ଅନୁପସ୍ଥିତ ଥିଲେ। ଓଡ଼ିଶାର ପାରା- ବ୍ୟାଡ୍‌ମିଣ୍ଟନ ଖେଳାଳି ବିଶ୍ୱ ଚାମ୍ପିୟନ ପ୍ରମୋଦ ଭଗତ ଅର୍ଜୁନ ପୁରସ୍କାର ପାଇଛନ୍ତି। ଦୀପା ୨୦୧୬ ରିଓ ପାରା ଅଲିମ୍ପିକ୍ସରେ ଏଫ୍‌୫୩ କାଟେଗୋରି ଶଟ୍‌ ପୁଟ୍‌ରେ ରୌପ୍ୟ ଜିତିଥିଲେ। ଚଳିତ ବର୍ଷ ସେ ଏସିଆନ ତଥା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ପୁନିଆଙ୍କ ସହିତ ମିଳିତ ଭାବେ ଖେଳରତ୍ନ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିଲେ। କାଜାଖସ୍ତାନରେ ହେବାକୁଥିବା ବିଶ୍ୱ ଚାମ୍ପିୟନଶିପ୍‌ ଲାଗି ପୁନିଆ ଏବେ ରୁଷିଆରେ ତାଲିମ ନେଉଛନ୍ତି। ଡବଲ ପାରାଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜୟୀ ଜାଭେଲିନ୍‌ ଥ୍ରୋୟର ଦେବେନ୍ଦ୍ର ଝାଝାରିଆଙ୍କ ପରେ ଏହି ସମ୍ମାନ ପାଇବାରେ ଦୀପା ଦ୍ୱିତୀୟ ପାରାଆଥଲେଟ। ଝାଝାରିଆ ୨୦୧୭ରେ ଖେଳରତ୍ନ ପାଇଥିଲେ। ଦୀପାଙ୍କୁ ବର୍ତ୍ତମାନ ୪୯ ବର୍ଷ ବୟସ। ସେ ସବୁଠାରୁ ବୟସ୍କ ଆଥଲେଟ ଭାବେ ଏହି ପୁରସ୍କାର ଲାଭ କରିଛନ୍ତି।
ଏହାଛଡ଼ା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ଅନ୍ୟ ୧୯ଜଣ ଆଥ୍‌ଲେଟ ଅର୍ଜୁନ ପୁରସ୍କାର ଗ୍ରହଣ କରିଛନ୍ତି। ଓଡ଼ିଶାର ପାରା-ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କ ବ୍ୟତୀତ ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ବିଜେତା ବ୍ୟାଡ୍‌ମିଣ୍ଟନ ଖେଳାଳି ବି. ସାଇ ପ୍ରଣୀଥ, ମହିଳା କ୍ରିକେଟର ପୁନମ ଯାଦବ, ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜୟିନୀ ହେପ୍ଟଥାଲେଟ ସ୍ବପ୍ନା ବର୍ମନ, ଫୁଟ୍‌ବଲର ଗୁରପ୍ରୀତ ସିଂ ସାନ୍ଧୁ, ଦୁଇଥର ରୌପ୍ୟ ପଦକ ବିଜୟୀ ବକ୍ସର ସୋନିଆ ଲାଥର, ଏସିଆନ ଗେମ୍ସ ରୌପ୍ୟ ଜିତିଥିବା ଅଶ୍ୱଚାଳକ ଫୌଆଦ୍‌ ମିର୍ଜା, ବିଶିଷ୍ଟ ମୋଟରସ୍ପୋଟର୍‌ସ କ୍ରୀଡ଼ାବିତ୍‌ ଗୌରଭ ଗିଲ୍‌ ଏବଂ କବାଡ଼ି ଅଧିନାୟକ ଅଜୟ ଠାକୁର ଅନ୍ୟତମ।
ସୂଚନାଯୋଗ୍ୟ, ଦୀପା ମଲିକ ଗତ ୩ ବର୍ଷ ହେଲା ଏହି ପୁରସ୍କାର ପାଇବାରୁ ବଞ୍ଚତ୍ତ ହୋଇ ଆସୁଥିଲେ। ଏଥିପାଇଁ ସେ ପ୍ରଶ୍ନ ଉଠାଇଥିବା ବେଳେ ଚୟନକର୍ତ୍ତାଙ୍କ ନିଷ୍ପତ୍ତିକୁ ସମାଲୋଚନା କରି ଆସୁଥିଲେ। ପୁନିଆଙ୍କୁ ଛାଡ଼ି ଅନ୍ୟ ଯେଉଁ କେତେଜଣ ଜଣାଶୁଣା ଆଥଲେଟ ଅନୁପସ୍ଥିତ ଥିଲେ ସେମାନେ ହେଲେ କ୍ରିକେଟର ରବୀନ୍ଦ୍ର ଜାଡେଜା, ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ଶଟ୍‌ପୁଟର ତେଜିନ୍ଦର ପାଲ୍‌ ସିଂ ତୁର୍‌ ଏବଂ ରୌପ୍ୟ ବିଜୟୀ କ୍ୱାର୍ଟରମାଇଲର ମହମ୍ମଦ ଆନାସ। ଏମାନେ ସମସ୍ତେ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଜାଡେଜା ବର୍ତ୍ତମାନ ଭାରତୀୟ କ୍ରିକେଟ ଦଳ ସହିତ ଓ୍ବେଷ୍ଟଇଣ୍ଡିଜ ଟୁର୍‌ରେ ଅଛନ୍ତି। ତୁର୍‌ ଏବଂ ଆନାସ ବର୍ତ୍ତମାନ ଲକ୍ଷ୍ନୌଠାରେ ଚାଲିଥିବା ଅନ୍ତର୍ଜାତୀୟ ଆନ୍ତ-ରାଜ୍ୟ ଆଥଲେଟିକ୍ସ ମିଟ୍‌ରେ ଅଂଶଗ୍ରହଣ କରୁଛନ୍ତି। ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ପ୍ରତିବର୍ଷ ଅଗଷ୍ଟ ୨୯ରେ ଜାତୀୟ କ୍ରୀଡ଼ା ପୁରସ୍କାର ଦିଆଯାଇ ଆସୁଛି। ଦୀପା ମଲିକ କହିଛନ୍ତି, ଏହି ପୁରସ୍କାର ଭିନକ୍ଷମ ମହିଳା ଆଥଲେଟ୍‌ ପାଇଁ ପ୍ରେରଣା ସଦୃଶ କାର୍ଯ୍ୟ କରିବ। ଭିନ୍ନକ୍ଷମଙ୍କ ଲାଗି ଲୋକମାନଙ୍କର ଚିନ୍ତାଧାରା ବଦଳିବ। ଖେଳରତ୍ନ ପୁରସ୍କାର ବିଜେତାଙ୍କ ଲାଗି ୭.୫ ଲକ୍ଷ ଟଙ୍କା ଏବଂ ଅର୍ଜୁନ ପୁରସ୍କାର ଲାଗି ୫ ଲକ୍ଷ ଟଙ୍କା ଏବଂ ମାନପ୍ତ୍ରର ବ୍ୟବସ୍ଥା ରହିଛି। ଏହି ଅବସରରେ ରାଷ୍ଟ୍ରପତି ଖେଳରତ୍ନ ବ୍ୟତୀତକୋଚ୍‌ ମାନଙ୍କ ଲାଗି ଦ୍ରୋଣାଚାର୍ଯ୍ୟ ଏବଂ ଧ୍ୟାନଚାନ୍ଦ ପୁରସ୍କାର, ତେନଜିଂ ନର୍ଗେ ଜାତୀୟ ଦୁଃସହାସିକ ପୁରସ୍କାର, ମୌଲାନା ଅବ୍‌ଦୁଲ କାଲାମ ଆଜାଦ ଟ୍ରଫି ଏବଂ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri