ଦିଗପହଣ୍ଡି,୧୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ରାଜପୁର ଗ୍ରାମରେ ପାରିବାରିକ ଶତ୍ରୁତାକୁ କେନ୍ଦ୍ର କରି ଗ୍ରାମର ଜିନି ବିଷୋୟୀ ଏବଂ ତାଙ୍କ ପୁଅ ଲାବଣ୍ୟ ବିଷୋୟୀଙ୍କୁ ବବୁଲ ବିଷୋୟୀ ଓରଫ ରୁଦ୍ର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗ୍ରାମର ଦୁଇ ପରିବାର ମଧ୍ୟରେ କିଛି ଦିନ ହେଲା ଝଗଡା ଲାଗି ରହିଥିଲା।
ଶନିବାର ଅପରାହ୍ନରେ ବବୁଲ ତାଙ୍କ ଘର ନିକଟରେ ଲାବଣ୍ୟଙ୍କୁ ଅଟକାଇ ଆପତ୍ତିଜନକ ଭାଷାରେ ଗାଳି ଗୁଳଜ କରିଥିଲେ। ଲାବଣ୍ୟ ପ୍ରତିବାଦ କରିବାରୁ ତାଙ୍କୁ ଚାପୁଡ଼ା, ଲାତ ଗୋଇଠା ମାରିଥିଲେ। ଗ୍ରାମବାସୀ ଉଭୟଙ୍କୁ ଛଡାଇ ଥିଲେ।
ହେଲେ ବବୁଲ ପାଇଖାନା ଛାତ ଉପରକୁ ଯାଇ ଲାବଣ୍ୟଙ୍କୁ ଲକ୍ଷ୍ୟ କରି ପଥର ଓ ଇଟା ଫୋପାଡିବାରୁ ମୁଣ୍ଡ ଫାଟିଥିଲା। ଲାବଣ୍ୟଙ୍କ ମା ଜିନି ଦୌଡ଼ି ଆସି ବବୁଲଙ୍କୁ ପଚାରିବାରୁ ତାଙ୍କୁ ଗାଁ ରାସ୍ତାରେ ଟଣାଓଟରା କରିବା ସହ ମୁଁହକୁ ମୁଥ ମାରିବାରୁ ତାଙ୍କ ବାମ ଆଖି ପତାରେ ଆଘାତ ଲାଗି ରକ୍ତ ସ୍ରାବ ହୋଇଥିଲା।
ମା’ପୁଅ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେବା ପରେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏନେଇ ପୋଲିସ ଅଭିଯୁକ୍ତ ବବୁଲଙ୍କ ନାମରେ ଏକ ମାମଲା(ନଂ.୧୭୦/୨୫) ରୁଜୁ କରିଛି।


