ଚାଲିଛି ଯୁଦ୍ଧ: ସେନାବାହିନୀରେ କାର୍ଯ୍ୟରତ ବଡ଼ପୁଅ, ସାନପୁଅ: ୨ଭାଇଙ୍କ ପାଇଁ ପରିବାର ଗର୍ବିତ

ବରଗଡ଼, ୧୧।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନଂ-୨ କାଳୀ ମନ୍ଦିର ପଡ଼ାର ସ୍ବର୍ଗତ ଝୁନୁ ପ୍ରଧାନ ଓ କବି ପ୍ରଧାନଙ୍କ ବଡ଼ପୁଅ ରଞ୍ଜନ ଏବଂ ସାନପୁଅ ନିଲାଞ୍ଚଳ ଭାରତୀୟ ସେନାବାହିନୀରେ କାର୍ଯ୍ୟରତ। ସେମାନେ ନିଜର କର୍ତ୍ତବ୍ୟ ଏବଂ ଦାୟିତ୍ୱ ନିର୍ବାହ କରୁଛନ୍ତି। ତେବେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଉଭୟ ଭାଇଙ୍କ ସମେତ ଦେଶର ସଫଳତା ପାଇଁ ଘରେ ଗତ ୮ଦିନ ହେଲା ପୂଜାପାଠ ଚାଲିଥିଲା। ଯୁଦ୍ଧ ସ୍ଥିତିକୁ ନେଇ ପରିବାର ଲୋକେ ଆଦୌ ବିଚଳିତ ନୁହଁନ୍ତି, ବରଂ ବହୁତ ଗର୍ବ ଅନୁଭବ କରୁଛନ୍ତି ବୋଲି ମଝିଆ ଭାଇ ସିଲୁ କହିଛନ୍ତି।
୨୦୧୩ ମସିହାରୁ ସେ ସେନାବାହିନୀରେ ଯୋଗଦେଇଥିବା ନିଲାଞ୍ଚଳ ଶ୍ରୀନଗର କୁପୁକୁଡ଼ା ଏଏମସି(ଆର୍ମି ମେଡ଼ିକାଲ କ୍ରୋପ୍‌)ରେ କାର୍ଯ୍ୟରତ ଅଛନ୍ତି। ଏଠାରେ ତାଙ୍କ ସ୍ତ୍ରୀ ସୁନୀତା ଏବଂ ଶିଶୁପୁତ୍ର ନିଶାନ୍‌(୩ବର୍ଷ) ଅଛନ୍ତି। ଗତ ଡିସେମ୍ବର ମାସରେ ଧନୁଯାତ୍ରା ଚାଲିଥିବାବେଳେ ଦେଢ଼ମାସର ଛୁଟି ନେଇ ସେ ଘରକୁ ଆସିଥିଲେ। ପୁଣି ଆସିବା ପାଇଁ ସେ ଛୁଟି ମାଗିଥିଲେ ଏବଂ ଶନିବାର(୧୦।୫।୨୦୨୫) ଘରକୁ ଆସିବାର ଥିଲା। ମାତ୍ର ଭାରତ-ପାକିସ୍ଥାନ ଉତ୍ତେଜନା ମଧ୍ୟରେ ତାଙ୍କ ଛୁଟି ବାତିଲ୍‌ ହୋଇ ଯାଇଥିଲା। ଗତ ୪ଦିନ ତଳେ ସୀମାବର୍ତ୍ତୀ ଅଞ୍ଚଳରେ ଉଡ଼ୁଥିବା ପାକିସ୍ଥାନ ଝଣ୍ଡାକୁ ଓଲଟାଇ ଦେଇଥିଲୁ ଏବଂ ଯୁଦ୍ଧକ୍ଷେତ୍ରରେ ପାକିସ୍ଥାନ ବହୁତ ପଛରେ ଅଛି ବୋଲି ବୋଲି ଶୁକ୍ରବାର ଫୋନ୍‌ଯୋଗେ ସାନଭାଇ ନିଲାଞ୍ଚଳ ତାଙ୍କୁ କହିଥିଲେ ବୋଲି ସିଲୁ ପ୍ରକାଶ କରିଛନ୍ତି।
ସେହିପରି ବଡ଼ଭାଇ ରଞ୍ଜନ ୨୦୧୭ ମସିହାରୁ ସଶସ୍ତ୍ର ସୀମାବଳ(ଏସଏସବି)ରେ ଯୋଗ ଦେଇଛନ୍ତି। ଉତ୍ତର ପ୍ରଦେଶର ଗୋରେଖପୁରରେ ସେ ପ୍ରଥମେ ଅବସ୍ଥାପିତ ଥିଲେ। ଏବେ ବିହାରର ମୁଜାଫରନଗରରେ କାର୍ଯ୍ୟରତ ଅଛନ୍ତି। ଡାକରା ଆସିଲେ ଯୁଦ୍ଧକ୍ଷେତ୍ରକୁ ଯିବା ଲାଗି ପ୍ରସ୍ତୁତ ବୋଲି ରଞ୍ଜନ ତାଙ୍କୁ କହିଥିବା ସିଲୁ କହିଛନ୍ତି। ରଞ୍ଜନଙ୍କ ସ୍ତ୍ରୀ ରେଶ୍ମା ଓ ଶିଶୁପୁତ୍ର ଆୟୁଷ୍ମାନ(୫ବର୍ଷ) ଏଠାରେ ଅଛନ୍ତି। ତେବେ ଦୁଇ ଭାଇଙ୍କ ପାଇଁ ବହୁତ ଗର୍ବ ଅନୁଭବ କରିଥାଉ। ତେବେ ଯୁଦ୍ଧ ବନ୍ଦ ହେବା ଖବର ପାଇଁ ଖୁସି ଲାଗୁଛି ବୋଲି ସିଲୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତରଙ୍କ ମରୁଡି, କାମରେ ଆସୁନି …

ମୋହନା,୧। ୧(ମନ୍ମଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ...

ନାତୁଣୀଙ୍କୁ ଦୁର୍ବବ୍ୟହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନ୍ୟାସୀ ଗୌଡ଼(୬୫)ଙ୍କୁ ଗୁରୁବାର ସକାଳ...

ଗଞ୍ଜାମ ଜିଲା ଭାଜପା  ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍‌ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ

ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...

ରାଜଧାନୀରେ ମଦର ମାହୋଲ: ୭ ଦିନରେ ୩୨ କୋଟି ଟଙ୍କାର ମଦ ପିଇଲେ ଭୁବନେଶ୍ୱରବାସୀ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ସ୍ୱାଗତ ଉତ୍ସବକୁ ନେଇ ସାରା ରାଜଧାନୀ ଚଳଚଞ୍ଚଳ ଥିବାବେଳେ, ମଦ ବିକ୍ରି କ୍ଷେତ୍ରରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଅବକାରୀ ବିଭାଗର...

ନୂଆବର୍ଷର ପ୍ରଥମ ଦିନରେ ଦୁର୍ଘଟଣା, ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ

ପଟ୍ଟାଙ୍ଗି୧/୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଦେଓଫଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମା ସ୍ଥିତ ଚିଲିଗୁଡା ସଲପଗୁଡା ଛକ ନିକଟରେ ଦୁଇ ମୋଟର...

୧୩ ସରକାରୀ ଯୋଜନା ବିଷୟରେ ଜାଣିବେ ଯୋଗ୍ୟ ହିତାଧିକାରୀ, ଓ୍ବାର୍ଡକୁ ଓ୍ବାର୍ଡ ବୁଲି…

କୋରାପୁଟ,୧ା୧(ଅମିତାଭ ବେହେରା): ଗୁରୁବାର କୋରାପୁଟ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ସହଯୋଗ ଭ୍ରାମ୍ୟମାଣ ସହାୟତା କେନ୍ଦ୍ର ବା ସଚେତନତା ରଥ ଉଦ୍‌ଘାଟିତ ହୋଇଯାଇଛି। କୋରାପୁଟ ବିଧାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri