ବିକାଶ ଡିଗ୍ରୀ କଲେଜର ସଫଳତା

ବରଗଡ଼,୮।୫(ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ଯୁକ୍ତତିନି କଳା, ବିଜ୍ଞାନ ଏବଂ ବାଣିଜ୍ୟ ଶେଷବର୍ଷ ପରୀକ୍ଷାରେ ବିକାଶ ହାୟର ଏଜୁକେଶନାଲ ଇନଷ୍ଟିଚ୍ୟୁଶନ ବିକାଶ ଡିଗ୍ରୀ କଲେଜର ୨୦ଛାତ୍ରୀଛାତ୍ର ସମ୍ବଲପୁର ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ଦଶ ତାଲିକାରେ ରହିଛନ୍ତି। ପ୍ରାଣୀ ବିଜ୍ଞାନ ବିଭାଗରେ ଅର୍ପିତା ଚୌଧୁରୀ ୯.୭୧, ଉଦ୍ଭିଦ ବିଜ୍ଞାନ ବିଭାଗରେ ଇତିଶ୍ରୀ ମିଶ୍ର ୯.୬୪, ମନୋବିଜ୍ଞା ସମ୍ମାନରେ ଶିବରାଜ ବେହେରା ୯.୩୫ସିଜିପିଏ ରଖି ପ୍ରଥମ ଦଶଜଣଙ୍କ ମଧ୍ୟରେ ଅଛନ୍ତି। ସେହିପରି ବିପୁଳ ପ୍ରଧାନ ପ୍ରାଣୀ ବିଜ୍ଞାନ ବିଭାଗରେ ୯.୫୨ସିଜିପିଏ ରଖି ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ପଦାର୍ଥ ବିଜ୍ଞାନରେ ହିତେଶ ବିଶି ୯.୩୫ସିଜିପିଏ ରଖି ତୃତୀୟ ସ୍ଥାନରେ ଅଛନ୍ତି। ଉଦ୍ଭିଦ ବିଜ୍ଞାନରେ ରାହୁଳ ସାହୁ ୯.୩୧ସିଜିପିଏ ରଖି ଚତୁର୍ଥ, ଅନ୍ବେଷା ପ୍ରିୟଦର୍ଶିନୀ ବାରିକ ୯.୭୧ସିଜିପିଏ ରଖି ସପ୍ତମ, ଶୁଭଶ୍ରୀ ସୋନାଲିକା ପ୍ରଧାନ ୯.୧୬ସିଜିପିଏ ରଖି ଅଷ୍ଟମ, ସୁପ୍ରିତି ସୌମ୍ୟା ଷଡ଼ଙ୍ଗୀ ୯.୧୫ସିଜିପିଏ ରଖି ନବମ ସ୍ଥାନ ଅଧିକାର କରିଛନ୍ତି। ଗଣିତ ସମ୍ମାନରେ ସୋନାଲି ପ୍ରଧାନ ୮.୯୫ସିଜିପିଏ ରଖି ଚତୁର୍ଥ, ହିତେଶ ଗର୍ତ୍ତିଆ ୮.୮୪ସିଜିପିଏ ରଖି ସପ୍ତମ ସ୍ଥାନରେ ରହିଛନ୍ତି। ସେହିପରି ପଦାର୍ଥ ବିଜ୍ଞାନରେ ରିତେଶ ବାରିକ, ଅଙ୍କିତା ମହାପାତ୍ର, ବାଣିଜ୍ୟ ବିଭାଗରେ ବୋଡ୍‌ଡୁ ଧରଣୀ, ଆଶିର୍ବାଦ ଦାଶ, ଅରବିନ୍ଦ ବଡ଼ପଣ୍ଡା ପ୍ରଥମ ୧୦ଜଣଙ୍କ ମଧ୍ୟରେ ଅଛନ୍ତି। କଳା ବିଭାଗର ମନୋବିଜ୍ଞାନରେ ଶିବରାଜ ବେହେରା ୯.୩୫ସିଜିପିଏ ରଖି ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ କିରନ ପାଢ଼ୀ ୮.୯୫ସିଜ୍‌ିପିଏ ରଖି ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ଇଂରାଜୀ ସମ୍ମାନ ବିଭାଗରେ ଅମିତା ରାଣୀ ବାଗ, ଭାବାତ୍ମକ ପାଢ଼ୀ, ଅର୍ଥଶାସ୍ତ୍ର ସମ୍ମାନରେ ଜଗମୋହନ ସାହୁ ପ୍ରଥମ ୧୦ଜଣଙ୍କ ମଧ୍ୟରେ ରହିଛନ୍ତି। ଉକ୍ତ କଲେଜର ୧୯୨ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ୧୪ଜଣ ୯ସିଜିପିଏ, ୬୭ଜଣ ୮ସିଜିପିଏ, ୭୦ଜଣ ୭ସିଜିପିଏ, ୩୦ଜଣ ସିଜିପିଏରୁ ଊର୍ଦ୍ଧ୍ୱ ନମ୍ବର ରଖିଥିବାବେଳେ ସଫଳତା ହାର ୯୫ପ୍ରତିଶତ ରହିଛି। ଏହି ସଫଳତା ପାଇଁ ଲକ୍ଷ୍ମୀ ବିକାଶ ଗ୍ରୁପର ଚେୟାରମ୍ୟାନ ଡି. ନାଗେଶ୍ୱର ରାଓ ଛାତ୍ରୀଛାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହିତ ବିକାଶ ଉଚ୍ଚଶିକ୍ଷା ବିଭାଗର ଉଚ୍ଚକୋଟିର ଶିକ୍ଷା ପଦ୍ଧତି, ଅଧ୍ୟାପିକା, ଅଧ୍ୟାପକଙ୍କ ବିଧିବଦ୍ଧ ମାର୍ଗଦର୍ଶନ ଯୋଗୁ ଏହି ସଫଳତା ମିଳିଥିବା ସେ କହିଛନ୍ତି। ସେହିପରି ଉକ୍ତ ଶିକ୍ଷାନୁଷ୍ଠାନର ଚିଫ୍‌ ଏଡ଼ମିନିଷ୍ଟ୍ରେଟିଭ ଅଫିସର ଇଂ ଅଜୟ କୁମାର ମହାପାତ୍ର, ବରିଷ୍ଠ ଅଧିକାରୀ, ଡିନ୍‌, ଅଧ୍ୟକ୍ଷ, ଉପାଧ୍ୟକ୍ଷ ପ୍ରମୁଖ ଛାତ୍ରୀଛାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri