ବରଗଡ଼ ଜିଲାରେ ପାସ୍‌ହାର ୯୭ ପ୍ରତିଶତ: ବବିତା ରଥ ଟପ୍ପର

ବରଗଡ଼,୨ା୫(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନ ହାଇସ୍କୁଲ ସାର୍ଟିଫିକେଟ୍‌(ମାଟ୍ରିକ) ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ବରଗଡ଼ ଜିଲା ରାଜ୍ୟରେ ତ୍ରୟୋଦଶ(୧୩ତମ) ସ୍ଥାନରେ ରହିଛି। ଜିଲାର ପାସ୍‌ ହାର ୯୭.୦୯ପ୍ରତିଶତ ରହିଛି। ଜିଲାରେ୧୬ହଜାର ୯୩୫ଜଣ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୧୬ହଜାର ୨୫୩ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୩ଜଣ ଏ-୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ୩୮୩ଜଣ ଏ-୨, ୧୪୭୦ ବି-୧, ୩୧୮୨ ବି-୨, ୪୪୨୭ଜଣ ସି, ୪୫୯୮ଜଣ ଡି, ୨୧୫୦ଜଣ ଇ ଏବଂ ୪୮୨ଜଣ ଏଫ୍‌ ଗ୍ରେଡ୍‌ରେ ସଫଳ ହୋଇଛନ୍ତି।

ବରଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବବିତା ରଥ ୫୮୪ମାର୍କ(୯୭.୩୩ ପ୍ରତିଶତ) ରଖି ଜିଲା ଟପ୍ପର ହୋଇଛନ୍ତି। ସେହିପରି ବରପାଲି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ରାଜଶ୍ରୀ ସାହୁ ୫୭୬(୯୬ପ୍ରତିଶତ) ରଖି ଦ୍ୱିତୀୟ ଏବଂ ଭେଡ଼େନ ବ୍ଲକ ସାଲନା ପଞ୍ଚାୟତ ହାଇସ୍କୁଲର ଶ୍ରେୟସ କୁମାର ଦାଶ ୫୭୧ମାର୍କ(୯୫.୧୬ପ୍ରତିଶତ) ରଖି ତୃତୀୟ ହୋଇଛନ୍ତି।

ବରପାଲି ବ୍ଲକ କନବାର ପିଏମଶ୍ରୀ ସରକାରୀ ହାଇସ୍କୁଲର ନିତିକ ପ୍ରଧାନ ୫୬୯(୯୪.୮୩ ପ୍ରତିଶତ), ରାଜବୋଡ଼ାସମ୍ବର ବ୍ଲକ ପଦ୍ମପୁର ସ୍ବରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଗଜେନ୍ଦ୍ର ମହାରଣା ୫୬୬(୯୪.୩୩ ପ୍ରତିଶତ), ଭେଡ଼େନ ବ୍ଲକ ସାଲନା ପଞ୍ଚାୟତ ହାଇସ୍କୁଲର ଅବିନାଶ ହୋତା ୫୬୫(୯୪.୧୬ ପ୍ରତିଶତ), ବରଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଆର୍ୟ୍ୟନ ସାହୁ ୫୬୨(୯୩.୬୭ ପ୍ରତିଶତ), ସୋହେଲା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ନୈମେଶ କୁମାର ସାହୁ ୫୬୦(୯୩.୩୩ ପ୍ରତିଶତ), ବରଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଜାମିନୀ ଦାଶ ୫୬୦(୯୩.୩୩ ପ୍ରତିଶତ), ବରପାଲି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଚିନ୍ମୟୀ ମେହେର ୫୬୦(୯୩.୩୩ ପ୍ରତିଶତ), ବରପାଲି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ସୁଦୀକ୍ଷା ବଢ଼େଇ ୫୫୯(୯୩.୧୬ ପ୍ରତିଶତ), ଅତାବିରା ବ୍ଲକ ସରଣ୍ଡା ପଞ୍ଚାୟତ ହାଇସ୍କୁଲର ଅଦ୍ୟାଶା ବାରିକ୍‌ ୫୫୯(୯୩.୧୬ ପ୍ରତିଶତ), କୁଲିତା ଟୁକୁରା ହାଇସ୍କୁଲର ଅନ୍ବେଷା ସାହୁ ୫୫୯(୯୩.୧୬ ପ୍ରତିଶତ), ବିଜେପୁର ବ୍ଲକ ସାଇପାଲି ସରକାରୀ ହାଇସ୍କୁଲର ଲିପୁନ ସାହୁ ୫୫୮(୯୩ପ୍ରତିଶତ), ବରଗଡ଼ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅନ୍ବେଷା ପ୍ରିୟଦର୍ଶିନୀ ୫୫୮(୯୩ପ୍ରତିଶତ) ନମ୍ବର ରଖି ଜିଲାର ପ୍ରଥମ ୧୦ସ୍ଥାନ ମଧ୍ୟରେ ରହିଛନ୍ତି।

ଡାକ୍ତର ହେବାକୁ ବବିତାଙ୍କ ଲକ୍ଷ୍ୟ
ପଢ଼ିବା ପାଇଁ ସେଭଳି ସମୟ ଚୂଡ଼ାନ୍ତ କରି ନଥିଲି। ହେଲେ ପ୍ରତ୍ୟେକ ଦିନ ସବୁ ବିଷୟ ପ୍ରତି ଧ୍ୟାନ ଦେଉଥିଲି। ପ୍ରତ୍ୟେକ ବିଷୟ ଉପରେ ପଢ଼ିବା ପାଇଁ ନିୟମିତ ଏକ ଟାର୍ଗେଟ୍‌ ରଖୁଥିଲି ଏବଂ ତାହା ସରିବା ପର୍ଯ୍ୟନ୍ତ ପଢୁଥିଲି। ଆଗରୁ ଉଭୟ ତୃତୀୟ ଓ ପଞ୍ଚମ ଶ୍ରେଣୀରେ ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି। ସେହିପରି ପଠାଣୀ ସାମନ୍ତ, ବ୍ରହ୍ମଗୁପ୍ତ ପରୀକ୍ଷାରେ ମଧ୍ୟ କୃତକାର୍ଯ୍ୟ ହୋଇଛି। ସଂସ୍କୃତ ବିଷୟରେ ଶତ ପ୍ରତିଶତ ମାର୍କ ପାଇବି ବୋଲି ଆଶା ରଖିଥିଲି। କିନ୍ତୁ ୯୮ମାର୍କ ରଖିଛି। ବାପା ସନ୍ତୋଷ ଏକ ବହି ଦୋକାନ କରିଥିବା ବେଳେ ମା ରୀନା ଗୃହିଣୀ। ଆଗକୁ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛି ବୋଲି ବବିତା ରଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri