ଅକ୍ଷୟ ତୃତୀୟା କାରବାର ଆଶାଜନକ

ଭୁବନେଶ୍ୱର,୧।୫: (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷର ଅକ୍ଷୟ ତୃତୀୟା କାରବାର ଘରୋଇ ବଜାରରେ ଆଶାଜନକ ରହିଥିଲାବେଳେ ପରମ୍ପରା ଅନୁଯାୟୀ ସବୁ ବର୍ଗର ଗ୍ରାହକ ଅଳ୍ପ ବହୁତେ ସୁନା କ୍ରୟ କରିଛନ୍ତି। ଏପରିକି ଓଡ଼ିଶା ବଜାରରେ ୨୦୦ କୋଟି ଟଙ୍କାର ଅକ୍ଷୟ ତୃତୀୟା କାରବାର ହୋଇଥିବା ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନଗୁଡିକ ପକ୍ଷରୁ ଆକଳନ କରାଯାଇଛି। ସେହିଭଳି ଅକ୍ଷୟ ତୃତୀୟା ପାଇଁ ଅଳଙ୍କାର ପ୍ରତିଷ୍ଠାନଗୁଡିକ ଆକର୍ଷଣୀୟ ଅଫର ଓ ରିହାତି ସାଙ୍ଗକୁ ଉପହାର ଓ ଅନ୍ୟାନ୍ୟ ବ୍ୟବସ୍ଥା ଗ୍ରାହକଙ୍କ ପାଇଁ କରିଥିଲାବେଳେ ଦରବୃଦ୍ଧି କାରବାରରେ ବାଧକ ସାଜିଥିଲା ବୋଲି ବ୍ୟବସାୟୀମାନେ ମତପ୍ରକାଶ କରିଛନ୍ତି। ସେହିପରି ବର୍ତ୍ତମାନ ସମୟରେ ବିବାହ ଋତୁ ଓ ଶୁଭ କାର୍ଯ୍ୟ ସାଙ୍ଗକୁ ଅକ୍ଷୟ ତୃତୀୟା ପାଇଁ ଗ୍ରାହକ ଆଶାଠାରୁ କମ୍‌ ପରିମାଣରେ ସୁନା କ୍ରୟ କରୁଥିବାବେଳେ ସୁନା ଦର ଓ ଅନ୍ୟାନ୍ୟ ଦରର ଅହେତୁକ ବୃଦ୍ଧି ପାଇଁ ଗ୍ରାହକ କାମ ଚଳିବା ଭଳି କାରବାର (କ୍ରୟ) କରୁଥିବା କହିଛନ୍ତି। ଅପରପକ୍ଷରେ ଓଡ଼ିଶାର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଖିମ୍‌ଜୀ ଜୁଏଲର୍ସ, ତନିସ୍କ, ରିଲାଏନ୍ସ, ମାଲାବାର, କଲ୍ୟାଣ, ଜୟଆଲୁକ୍କାସ, ଅରୁନ୍ଧତୀ, ପି ସି ଚନ୍ଦ୍ରା, ରାଧା ଗୋବିନ୍ଦ ରୟ ଗ୍ରାଣ୍ଡସନ (ଆର୍‌ଜିଜି) ଜୁଏଲର୍ସ, ନାରାୟଣୀ ଜୁଏଲର୍ସ, ଧରିତ୍ରୀ ଜୁଏଲର୍ସ,ବିଶ୍ୱମ ଜୁଏଲର୍ସ, ସ୍ମାଇଲଗୋଲ୍ଡ, ଜାଭେରୀ, ଲୋକନାଥ ଏବଂ ସେନ୍‌କୋ ପକ୍ଷରୁ ଆକର୍ଷଣୀୟ ଅଫର ଓ ସାଜସଜ୍ଜା ଗ୍ରାହକଙ୍କୁ କିଛି ପରିମାଣରେ ଆକୃଷ୍ଟ କରିବା ସହ ଆଶାଜନକ କାରବାର ହୋଇଥିବା ଉଭୟ ଘରୋଇ ଓ ଜାତୀୟ ବ୍ରାଣ୍ଡ୍‌ର ଅଳଙ୍କାର ପ୍ରତିଷ୍ଠାନଗୁଡିକ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଅକ୍ଷୟ ତୃତୀୟା ପାଇଁ ଉପରୋକ୍ତ ଅଳଙ୍କାର ପ୍ରତିଷ୍ଠାନଗୁଡିକ ପକ୍ଷରୁ ସକାଳ ୮ ଘଟିକାରୁ ଗ୍ରାହକଙ୍କ ପାଇଁ ଶୋ’ରୁମ୍‌ (ଷ୍ଟୋର) ଖୋଲିଥିଲାବେଳେ ବୁଧବାର ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୯୭,୮୭୦ ଟଙ୍କା ଥିଲାବେଳେ ୨୨ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୮୯,୮୦୦ ଟଙ୍କା ଏବଂ ୧୮ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ୭୩,୪୭୦ ଟଙ୍କାରେ କାରବାର ହେଉଥିଲା। ଅପରପକ୍ଷରେ ରୁପା କିଲୋଗ୍ରାମ ପିଛା ୧,୧୧,୦୦୦ ଟଙ୍କା ଥିଲାବେଳେ ମୂଲ୍ୟବାନ୍‌ ଧାତୁ ଓ ଅଳଙ୍କାରର ଦର ପ୍ରାୟ ୩୫,୦୦୦ରୁ ୫୫,୦୦୦ ଟଙ୍କାରେ କାରବାର ହେଉଥିଲା। ସକାଳ ୧୦ ଘଟିକାରୁ ଗ୍ରାହକଙ୍କ ଆଗମନ ସହ କାରବାର ଆରମ୍ଭ ହୋଇଥିଲାବେଳେ ଭୁବନେଶ୍ୱର ସମେତ କଟକ, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ଝାରସୁଗୁଡ଼ା, ରାଉରକେଲା, ଅନୁଗୋଳ, ଢେଙ୍କାନାଳ, ନୟାଗଡ଼, କୋରାପୁଟ, ବଲାଙ୍ଗୀର, ପୁରୀ ଏବଂ ମାଲକାନଗିରି ଭଳି ପ୍ରମୁଖ ବଜାରରେ କାରବାର ଆଶାଜନକ ଥିଲା ବୋଲି ଉପରୋକ୍ତ ଅଳଙ୍କାର ଓ ଜିଲାର ପ୍ରମୁଖ ଗହଣା ଦୋକାନଗୁଡିକ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାଜପୁର ରୋଡ଼ ନୂତନ ଏସ୍‌ଡିପି ଶରତ ଚନ୍ଦ୍ର ପାତ୍ର

ଧର୍ମଶାଳା,୨୪।୧୨: ଯାଜପୁର ରୋଡ଼ ନୂତନ ଏସ୍‌ଡିପିଓ ଭାବେ ଶରତ ଚନ୍ଦ୍ର ପାତ୍ର ଯୋଗଦେବେ। ଏ ନେଇ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଯାଜପୁର ରୋଡ...

‘ଆମେ ଗୋଟିଏରେ ସନ୍ତୁଷ୍ଟ କାହିଁକି?’ଆମେ ବି ୩-୪ ସନ୍ତାନ ପ୍ରସବ କରିବା ଦରକାର, କାହିଁକି ଏମିତି କହିଲେ ନବନୀତ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ଜନତା ପାର୍ଟିର ନେତା ନବନୀତ ରାଣା କହିଛନ୍ତି ଯେ ହିନ୍ଦୁମାନଙ୍କର ଅତି କମରେ ତିନିରୁ ଚାରିଟି ସନ୍ତାନ ହେବା ଉଚିତ। ସେ କହିଛନ୍ତି...

‘ଗେରୁଆ ପତାକା ଦେଖି ଲାଠି ଚଳାଇଥିଲା ଟିଏମସି’, ମମତାଙ୍କୁ କଡ଼ା ଟାର୍ଗେଟ କଲା ଭାଜପା

କୋଲକାତା,୨୪।୧୨: ୨୪ ଡିସେମ୍ବର, ୨୦୨୫ରେ ଭାଜପା ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ...

JDUରୁ ନିଶାନ୍ତ ହେବେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ? ଏହି ଚର୍ଚ୍ଚା ଭିତରେ RJD କଲା ଚମକାଇବା ଭଳି ଦାବି

ପାଟନା,୨୪।୧୨: ନିକଟରେ, ୨୦୨୫ ବିହାର ବିଧାନସଭା ନିର୍ବାଚନ ପରେ, ନୀତୀଶ କୁମାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଏହି ବୈଠକକୁ...

‘ନିର୍ବାଚନ ଅଟକାଇବା ପାଇଁ କରାଯାଇଛି ହତ୍ୟା’, ୟୁନୁସ ସରକାରଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଲେ ହାଦିଙ୍କ ଭାଇ

ଢାକା,୨୪।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ହତ୍ୟା ପରେ ବାଂଲାଦେଶରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। ଢାକାରେ ହାଦିଙ୍କ ମୁଣ୍ଡରେ ଗୁଳି ମାଡ଼ ହୋଇଥିଲା,...

ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...

ରତ୍ନଭଣ୍ଡାରକୁ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ: ୫ରୁ ୬ ମାସ ଭିତରେ…

ଭୁବନେଶ୍ୱର,୨୪।୧୨: ରତ୍ନଭଣ୍ଡାର ଗଣତିମଣତିକୁ ନେଇ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି, ଖୁବଶୀଘ୍ର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ...

ଧାନକିଣାରେ ଅବ୍ୟବସ୍ଥା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ କୃଷକ ମଞ୍ଚର ଧାରଣା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ଧାନକିଣା ଅବ୍ୟବସ୍ଥା ପ୍ରତିବାଦରେ ମିଳିତ କୃଷକ ମଞ୍ଚ ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାର ଚାଷୀ ସଙ୍ଗଠନ ମିଳିତ ଭାବେ ଧାରଣାରେ ବସିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri