ଶିମ୍‌ଲା ଚୁକ୍ତି କ’ଣ, ଯାହାକୁ ବାତିଲ୍‌ କଲା ପାକିସ୍ତାନ

ନୂଆଦିଲ୍ଲୀ/ଇସ୍‌ଲାମାବାଦ, ୨୫ା୪:ପହଲଗାମ୍‌ ଆକ୍ରମଣରେ ଜର୍ଜରିତ ଭାରତ ପାକିସ୍ତାନ ସହ କୂଟନୈତିକ ସମ୍ପର୍କ ଛିନ୍ନ କରିବାର ଦିନକ ପରେ ଗୁରୁବାର ଇସ୍‌ଲାମାବାଦ ‘ଯେସାକୁ ତେସା’ ନୀତି ଆପଣାଇ ଶିମ୍‌ଲା ଚୁକ୍ତିକୁ ବାତିଲ କରିଦେଇଛି। ଶିମ୍‌ଲା ଚୁକ୍ତିର ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି କଶ୍ମୀରରେ ନିୟନ୍ତ୍ରଣରେଖା (ଏଲ୍‌ଓସି) ନିର୍ଦ୍ଧାରଣ। ପାକିସ୍ତାନ ପଟୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ, ସୀମାପାର ଗୁଳିଗୋଳା ବର୍ଷଣ ଏବଂ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ନେଇ ଏଲ୍‌ଓସିରେ ଅନେକ ସମୟରେ ଦୁଇଦେଶ ମଧ୍ୟରେ ଉତ୍ତେଜନା ଲାଗିରହିଥାଏ। ଶିମ୍‌ଲା ଚୁକ୍ତି ବାତିଲ ଫଳରେ ଏହା ଅଧୀନରେ ଏଲ୍‌ଓସିର ବୈଧତା ନ ରହିଲେ ଦୁଇଦେଶର ସେନା ମଧ୍ୟରେ ଶତ୍ରୁଭାବ ବୃଦ୍ଧି ପାଇବା ସହ ଆଞ୍ଚଳିକ ଅସ୍ଥିରତା ସୃଷ୍ଟି ହେବ ବୋଲି ସୁରକ୍ଷା ବିଶେଷଜ୍ଞମାନେ ମତ ଦେଉଛନ୍ତି।

ଶିମ୍‌ଲା ଚୁକ୍ତି କ’ଣ

୧୯୭୧ ମୁକ୍ତି ଆନ୍ଦୋଳନରେ ଭାରତର ହସ୍ତକ୍ଷେପ ଯୋଗୁ ପଶ୍ଚିମ ପାକିସ୍ତାନରୁ ପୂର୍ବ ପାକିସ୍ତାନ ପୃଥକ୍‌ ହେବା ସହ ବାଂଲାଦେଶର ଗଠନ ହୋଇଥିଲା। ସେହି ସମୟରେ ଭାରତ-ପାକିସ୍ତାନ ଯୁଦ୍ଧ ପରେ ଦୁଇଦେଶ ମଧ୍ୟରେ କୂଟନୈତିକ ଓ କ୍ଷେତ୍ରୀୟ ସମ୍ପର୍କକୁ ପରିଭାଷିତ କରିବା ପାଇଁ ଶିମ୍‌ଲା ଶାନ୍ତି ଚୁକ୍ତି ଏକ ଆଧାରଶୀଳା ଥିଲା। ୧୯୭୨ ଜୁଲାଇ ୨ରେ ହିମାଚଳ ପ୍ରଦେଶ ରାଜଧାନୀ ଶିମ୍‌ଲାରେ ଦୁଇଦେଶ ମଧ୍ୟରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ପାକିସ୍ତାନ ରାଷ୍ଟ୍ରପତି ଜୁଲ୍‌ଫିକର ଅଲୀ ଭୁଟ୍ଟୋ ଏଥିରେ ସ୍ବାକ୍ଷର କରିଥିଲେ। ସେହିବର୍ଷ ଅଗଷ୍ଟ ୪ରେ ଏହା ଲାଗୁ ହୋଇଥିଲା। ଚୁକ୍ତିର ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି କଶ୍ମୀରରେ ନିୟନ୍ତ୍ରଣରେଖା (ଏଲ୍‌ଓସି) ନିର୍ଦ୍ଧାରଣ। ଦୁଇଦେଶକୁ ବିଭାଜିତ କରିଥିବା ସୀମାରେଖାରୁ ସୈନ୍ୟ ଅପସାରଣ, ପରସ୍ପରର ଯୁଦ୍ଧବନ୍ଦୀଙ୍କୁ ପ୍ରତ୍ୟର୍ପଣ, ଭବିଷ୍ୟତରେ ଦ୍ୱିପାକ୍ଷିକ ଆଲୋଚନା ଜରିଆରେ ବିବାଦର ସମାଧାନ କରିବାକୁ ଏହି ଚୁକ୍ତିରେ ସହମତି ପ୍ରକାଶ ପାଇଥିଲା। ଶିମ୍‌ଲା ଚୁକ୍ତି ରଦ୍ଦ କରିବାର ତାତ୍ପର୍ଯ୍ୟ ହେଉଛି ଏଲ୍‌ଓସିର ବୈଧତା ଉପରେ ପ୍ରଶ୍ନବାଚୀ।


Enter your email to get our daily news in your inbox.

All Right Reserved By Dharitri.Com

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା...

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

ଭୟରେ ଥରହର ଅର୍ପିତା ଚୌଧୁରୀ: କଲେ ଏମିତି କାମ

କଟକ,୩୧।୧୨(କାର୍ତ୍ତିକ ସାହୁ):ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ...

ନୂଆବର୍ଷରେ ପ୍ରବଳ ଶୀତ: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଚାଇନାକୁ ଜୋରଦାର ଝଟ୍‌କା ଦେଲା ଭାରତ: ୩ ବର୍ଷ ଯାଏ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ଚାଇନାରୁ ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨ ପ୍ରତିଶତ...

ଚମକିଲେ କୁନି ଝିଅ: ଇଫ୍ରାତ୍‌ ଜୋଏଲ୍‌ଙ୍କୁ ଲିଟିଲ ମିସ୍‌ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ଟାଇଟଲ୍‌

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗ୍‌ଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ସୋମବାର ଆୟୋଜିତ ଲିଟିଲ ମିସ୍‌ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀରର କୁନି ଝିଅ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri