ପେଟ୍ରୋଲ, ଡିଜେଲ ଉପରୁ ଭାଟ୍‌ ହ୍ରାସ ଦାବିକଲେ ବିରୋଧୀ

ଭୁବନେଶ୍ୱର, ୨୪।୫(ସୁନିତ୍‌ ମିଶ୍ର): ରାଜ୍ୟରେ ତେଲ ଦର ବାରମ୍ବାର ବୃଦ୍ଧି ପାଇବାରେ ଲାଗିଛି। ଗତ ୧୦ ଦିନ ମଧ୍ୟରେ ତେଲ ଦର ୩ ଥର ବୃଦ୍ଧି ପାଇବାକୁ ନେଇ ଖାଉଟିଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଆଗକୁ ତେଲ ଦରରେ ଆହୁରି ବୃଦ୍ଧି ହେବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ତେଲ ଦର ବାରମ୍ବାର ବୃଦ୍ଧିହେବା ପରେ ପେଟ୍ରୋଲ ଏବଂ ଡିଜେଲ ଉପରୁ ରାଜ୍ୟ ସରକାର ଆଦାୟ କରୁଥିବା ଭାଟ୍‌ ହ୍ରାସ କରିବାକୁ ବିରୋଧୀ ଦାବି କରିଛନ୍ତି। ଏହାକୁ ନେଇ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି, ପେଟ୍ରୋଲ, ଡିଜେଲ ଦର ଯଦି ବୃଦ୍ଧି ପାଉଛି ତେବେ ରାଜ୍ୟ ସରକାର ଏହା ଉପରେ ନେଉଥିବା ଭାଟ୍‌ ବର୍ତ୍ତମାନ ସମୟରେ ହ୍ରାସକରନ୍ତୁ। ଯଦି ଖାଉଟିମାନଙ୍କ ସମସ୍ୟା ପ୍ରତି ରାଜ୍ୟ ସରକାର ଚିନ୍ତିତ ଅଛନ୍ତି ତେବେ ଭାଟ୍‌ ହ୍ରାସ କରିବାରେ କିଛି ସମସ୍ୟା ନାହିଁ। ଏହାଦ୍ୱାରା ସାଧାରଣ ଲୋକଙ୍କୁ ସାହାଯ୍ୟ ହେବ ବୋଲି ଗଣେଶ୍ୱର କହିଛନ୍ତି।
ସୂଚନାଯୋଗ୍ୟ, ଗତ ମେ ୧୫ ତାରିଖରେ ପେଟ୍ରୋଲ ଦର ୩ ଟଙ୍କା ୧୫ ପଇସା ଏବଂ ଡିଜେଲ ଦର ଉପରେ ୩ ଟଙ୍କା ୧୯ ପଇସା ବୃଦ୍ଧି ହୋଇଥିଲା। ଏହାପରେ ଗତ ୧୯ ତାରିଖରେ ପେଟ୍ରୋଲରେ ୯୩ ପଇସା ଏବଂ ଡିଜେଲ ଉପରେ ୯୬ ପଇସା ବୃଦ୍ଧି ହେଇଥିଲା। ଶନିବାର ପେଟ୍ରୋଲରେ ୯୨ ଏବଂ ଡିଜେଲରେ ୯୭ ପଇସା ବୃଦ୍ଧି ହୋଇଛି। ଏହାକୁ ନେଇ ଅନେକ ସ୍ଥାନରେ ସାଧାରଣ ଲୋକମାନେ କହିଛନ୍ତି, ରୋଜଗାର ବୃଦ୍ଧି ହେଉନାହିଁ ମାତ୍ର ଦର ବୃଦ୍ଧି ହୋଇଚାଲିଛି। ବର୍ତ୍ତମାନ ରାଜ୍ୟରେ ପେଟ୍ରୋଲର ମୂଳ ଦର ୬୮ ଟଙ୍କା ୩୧ ପଇସା ରହିଛି। ଏହା ଉପରେ ୧୧ ଟଙ୍କା ୯୦ ପଇସାର ଏକ୍ସାଇଜ ଡ୍ୟୁଟି, ଭାଟ୍‌ ୨୨ ଟଙ୍କା ୩୮ ପଇସା ଏବଂ ଡିଲର ମାର୍ଜିନ ୩ ଟଙ୍କା ୭୭ ପଇସା ନିଆଯାଉଛି। ସେହିପରି ଡିଜେଲର ମୂଳ ଦର ୬୯ ଟଙ୍କା ୩୧ ପଇସା ରହିଛି। ଏହା ଉପରେ ଏକ୍ସାଇଜ ଡ୍ୟୁଟି ୭ ଟଙ୍କା ୮୦ ପଇସା, ଭାଟ୍‌ ୧୮ ଟଙ୍କା ୪୫ ପଇସା ଏବଂ ଡିଲର ମାର୍ଜିନ ୨ ଟଙ୍କା ୩୬ ପଇସା ନିଆଯାଉଛି। ରାଜ୍ୟ ସରକାର ପେଟ୍ରୋଲ ଉପରେ ୨୮ ଏବଂ ଡିଜେଲ ଉପରେ ୨୪ ପ୍ରତିଶତ ଭାଟ୍‌ ଲଗାଇଛନ୍ତି।
ଭାଜପା ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା କହିଛନ୍ତି, ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ୍‌ ପାଇଁ ଭାରତକୁ ଅନ୍ତର୍ଜାତୀୟ ବଜାର ଉପରେ ନିର୍ଭର କରିବାକୁ ପଡ଼ିଥାଏ। ଏବେ ଯେଉଁ ଦରବୃଦ୍ଧି ଘଟୁଛି ତାକୁ ନଜରରେ  ରଖି ଯଦି ଭାଟ୍‌ ହ୍ରାସ କରାଯିବ ତେବେ ରାଜ୍ୟ ସରକାର ଆର୍ଥିକ ଦୃଷ୍ଟିରୁ ଚିନ୍ତାକରି ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଣ ବିଲୁଆ ଆତଙ୍କ: ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି

ନୂଆପଡ଼ା,୧୭ା୭ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ୍‌ ବେଲଟୁକୁରି ଥାନା ଅନ୍ତର୍ଗତ ଭାଲେଶ୍ୱର ପଞ୍ଚାୟତ ଅଞ୍ଚଳରେ ବଣ ବିଲୁଆ ଆତଙ୍କ ଦେଖାଦେଇଛି। ସପ୍ତାହକ ମଧ୍ୟରେ ବିଲୁଆ କାମୁଡ଼ାରେ ୪ଜଣ…

ବିଗୁଡୁଛି ସ୍ବାସ୍ଥ୍ୟବସ୍ଥା, ହେଲେ ଜିଦ୍‌ରେ ଅଟଳ ସୋନମ; ଡାକ୍ତର ଦେଲେ ଏଭଳି ଚେତାବନୀ

ନୂଆଦିଲ୍ଲୀ,୧୭।୭: ବିଶିଷ୍ଟ ପରିବେଶବିତ୍‌ ତଥା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଦିଲ୍ଲୀର ଯନ୍ତର-ମନ୍ତରଠାରେ ତାଙ୍କର ଆମରଣ ଅନଶନ ଆଜି ୨୦…

କେସିଙ୍ଗାରେ ଶାନ୍ତିଶୃଙ୍ଖଳା ସହ ରଥଯାତ୍ରା ସମ୍ପନ୍ନ: ସହାୟତା କଲେ ବିଧାୟକ

କେସିଙ୍ଗା,୧୭।୭(ତୁମେଶ୍ୱର ସାହୁ): ତୁହାକୁ ତୁହା ବର୍ଷା ସତ୍ତ୍ୱେ କେସିଙ୍ଗା ବ୍ଳକର ୨୬ଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ଶାନ୍ତି ଶୃଙ୍ଖଳା…

ବର୍ଷା ଜଳରେ ବୁଡିଲା କେଶପୁର, ଘରୁ ବାହାରି ପାରୁନାହାନ୍ତି ଲୋକେ

କଟକ ସଦର,୧୭।୭(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ଅନ୍ତର୍ଗତ ଆୟତ୍ତପୁର ପଞ୍ଚାୟତ କେଶପୁର ଗହିରରେ ବର୍ଷା ଜଳ ଜମି ରହିଛି । ଫଳରେ ନଦୀର ଭ୍ରମ…

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ ଗାଁରେ ଶୋକାକୁଳ ପରିବେଶ

ନୂଆପଡ଼ା,୧୭ା୭ (ମକାରୁ ବେମାଲ): ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତଦେହ ଗାଁରେ ପହଞ୍ଚିଛି। ଏପରି ଏକ କରୁଣ ଚିତ୍ର ନୂଆପଡ଼ା ଜିଲା କୋମନା ଥାନା କୁରେଶ୍ୱର ପଞ୍ଚାୟତ…

ନକଲି ସୁନା ବନ୍ଧକ ଦେଇ ନେଉଥିଲେ ଋଣ, ସତ ଜଣାପଡିବା ପରେ ହେଲା…

ଦେବଗଡ,୧୭।୭(ଶଶାଙ୍କ ଶେଖର ଝାଙ୍କର): ନକଲି ସୁନା ଅଳଙ୍କାର ବନ୍ଧକ ଦେଇ ଋଣ ଟଙ୍କା ହାତେଇବା ଅଭିଯୋଗରେ ଦେବଗଡ ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହ…

୩ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା: ୧୩ ଜିଲାକୁ ରେଡ୍‌-ଅରେଞ୍ଜ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୭।୭ (ସୌମ୍ୟରଞ୍ଜନ ରାଉତ)- ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡିଶା ପଶ୍ଚିମବଙ୍ଗଠାରେ ଲଘୁଚାପ ସୃଷ୍ଟି ହୋଇଛି। ଏହା ସହିତ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ଠାରୁ…

ପାକିସ୍ତାନ ସେନା ଉପରେ BLAର ବଡ଼ ଆକ୍ରମଣ, ବଲୁଚିସ୍ତାନକୁ ସ୍ୱାଧୀନ ଦେଶ ଘୋଷଣା କରି ଦେଖାଇଲା ଶକ୍ତି!

ଇସଲାମବାଦ,୧୭।୭: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ପାଇଁ ସମସ୍ୟା କମିବାର କୌଣସି ସଙ୍କେତ ଦେଖାଯାଉନାହିଁ । ଗୋଟିଏ ପଟେ, ପିଓକେରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri