Posted inଜାତୀୟ

ଭତ୍ତା ପାଇଁ ଶାଶୁଙ୍କୁ ୯ କି.ମି. ପିଠିରେ ବୋହିଲେ ବୋହୂ

ଅମ୍ବିକାପୁର,୨୫ା୫: ଛତିଶଗଡ଼ର ସୁର୍ଗୁଜା ଜିଲାରେ ଜଣେ ମହିଳା ତାଙ୍କ ୯୦ ବର୍ଷୀୟା ଶାଶୁଙ୍କ ଭତ୍ତା ଟଙ୍କା ଉଠାଇବା ପାଇଁ ପିଠିରେ ୯ କି.ମି. ବୋହି ବ୍ୟାଙ୍କକୁ ଯିବା ଘଟଣା ଭାଇରାଲ ହୋଇଛି। ବୃଦ୍ଧାଙ୍କ ଓଜନରେ ନଇଁ ପଡ଼ୁଥିବା ମହିଳା ଜଣକ ଜଙ୍ଗଲ ରାସ୍ତା ଓ ପଥୁରିଆ ଭୂଇଁ ଦେଇ ପ୍ରଚଣ୍ଡ ଖରାରେ ଚାଲି ଚାଲି ଯାଉଥିବାର ଦୃଶ୍ୟ ଅନେକଙ୍କୁ ବିଚଳିତ କରିଛି। ଛତିଶଗଡ଼ର ଦୁର୍ଗମ ଅଞ୍ଚଳରେ ଭତ୍ତା ଟଙ୍କା ପାଇବା ପାଇଁ ଏହା ଏକ ସଂଘର୍ଷପୂର୍ଣ୍ଣ କାହାଣୀ। ମୈନପାଟ ଅଞ୍ଚଳର ଏହି ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ବହୁ ସଂଖ୍ୟାରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଗ୍ରାମୀଣ ଭାରତରେ କଲ୍ୟାଣକାରୀ ଯୋଜନାର ସୁଫଳ ପାଇବାର ବାସ୍ତବତାକୁ ନେଇ ପ୍ରଶ୍ନ ଉଠିଛି।
ସୁଖମନିଆ ବାଈ ନାମ୍ନୀ ମହିଳା ତାଙ୍କ ବୃଦ୍ଧା ଶାଶୁଙ୍କୁ ୯ କି.ମି. ପିଠିରେ ବୋହିଥିଲେ, ଯେପରି ବୃଦ୍ଧା ଜଣକ ବ୍ୟାଙ୍କରୁ ଭତ୍ତା ଟଙ୍କା ଉଠାଇପାରିବେ। ଜଙ୍ଗଲ ଅଞ୍ଚଳରେ ଗମନାଗମନ ସୁବିଧା ନ ଥିବାରୁ ଲୋମାନଙ୍କୁ ମୌଳିକ ସେବା ପାଇବା ପାଇଁ ଦୀର୍ଘ ଦୁର୍ଗମ ପଥ ପାଦରେ ଚାଲି ଅତିକ୍ରମ କରିବାକୁ ପଡ଼ିଥାଏ ବୋଲି ସ୍ଥାନୀୟ ଅଧିବାସୀ କହିଛନ୍ତି। ଭତ୍ତା ପାଇବା ପାଇଁ ଅଙ୍ଗୁଳି ଛାପ କିମ୍ବା ପରିଚୟ ଯାଞ୍ଚ ଆବଶ୍ୟକ ଥିବାରୁ ହିତାଧିକାରୀ ବ୍ୟାଙ୍କରେ ଉପସ୍ଥିତ ରହିବା ଜରୁରୀ ବୋଲି ପେନ୍‌ସନ ନିୟମ ରହିଛି। ସେଥିପାଇଁ ସୁଖମନିଆ ଅନେକ ମାସ ହେଲା ଶାଶୁଙ୍କୁ ଏଭଳି ନେଇଆସୁଛନ୍ତି। ତେବେ ଏଥର ଜଣେ ବ୍ୟକ୍ତି ସେମାନଙ୍କର ଭିଡିଓ ପ୍ରସ୍ତୁତ କରିବା ସହ ମହିଳା କ’ଣ ପାଇଁ ବୃଦ୍ଧାଙ୍କୁ ଏତେଦୂର ପିଠିରେ ବୋହୁଛନ୍ତି ବୋଲି ସ୍ଥାନୀୟ ଭାଷାରେ ପ୍ରଶ୍ନ କରିଥିଲେ। ବ୍ୟାଙ୍କକୁ ବୃଦ୍ଧାଙ୍କୁ ନେଲେ ଯାଇ ୧,୫୦୦ ଟଙ୍କା ଭତ୍ତା ମିଳିବ ବୋଲି ମହିଳା ଜଣକ କହିଥିଲେ। ଯାତାୟାତ ସୁବିଧା ନ ଥିବାରୁ ଖାଲଖମାପୂର୍ଣ୍ଣ ଜଙ୍ଗଲ ରାସ୍ତା ଓ ଝରଣା ଅତିକ୍ରମ କରି ଯିବାକୁ ପଡ଼ିଥାଏ। ବ୍ୟାଙ୍କରେ ପହଞ୍ଚତ୍ବା ପରେ ପରିବାରକୁ ୧,୫୦୦ ଟଙ୍କା ଭତ୍ତା ମିଳିଥାଏ। ବେଳେବେଳେ ଏକାଧିକ ମାସର ଭତ୍ତା ଏକାଠି ମିଳିଥାଏ ବୋଲି ମହିଳା ଜଣକ କହିଥିଲେ। ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ଭତ୍ତା ଦିଆଯାଉଥିଲା ଓ ହିତାଧିକାରୀ ସୁବିଧାରେ ପହଞ୍ଚତ୍ପାରୁଥିଲେ। ଏବେ ସେହି ବ୍ୟବସ୍ଥା ବନ୍ଦ ହୋଇଯାଇଥିବା ମହିଳା କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଇରାନକୁ ଧମକ ଦେଲେ ଟ୍ରମ୍ପ! ଡିଲ ଉପରେ ସସପେନ୍ସକୁ ନେଇ ପଠାଇଲେ…

ଓ୍ବାଶିଂଟନ,୨୫।୫: ଇରାନ ଏବଂ ଆମେରିକା ମଧ୍ୟରେ ସମ୍ଭାବ୍ୟ ଚୁକ୍ତିକୁ ନେଇ ସସପେନ୍ସ ଜାରି ରହିଛି। ଏହା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଏକ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ଟ୍ରମ୍ପ ତାଙ୍କ ସ୍ବତନ୍ତ୍ର ପ୍ରତିନିଧି ସର୍ଗିଓ ଗୋରଙ୍କୁ ଫୋନ ମାଧ୍ୟମରେ କ’ଣ ନିର୍ଦ୍ଦେଶ ଦେଇଥିଲେ? ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୫: ଆମେରିକାର ସ୍ବାଧୀନତା ଘୋଷଣାର ୨୫୦ତମ ବାର୍ଷିକୀ ପାଳନ ପାଇଁ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର ଏବଂ ଆମେରିକାର ବୈଦେଶିକ ସଚିବ…

ଶୀଥିଳ ହୋଇପଡ଼ିଛି ଧାନ ବିକ୍ରି-ଉଠାଣ ପ୍ରକ୍ରିୟା: ଚାଲିଲା ଛାନଭିନ୍‌, ଫସରଫାଟିଲା ଫଲ୍ସ ଏଣ୍ଟ୍ରି

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ରବିବାର ୨ସପ୍ତାହ ପୂରି ଯାଇଛି। ହେଲେ ଏବେ ମଧ୍ୟ କେତେକ ମିଲର୍ସ ନିୟମିତ ଭାବେ ଆସୁ ନ…

ଘରୋଇ ବିବାଦୀୟ ଜମିରେ ଗୋଷ୍ଠୀ ସାଂସ୍କୃତିକ କେନ୍ଦ୍ର ନିର୍ମାଣ: ବିଡିଓ ଦୃଷ୍ଟିଦେବାକୁ ଦାବି

ମହାକାଳପଡ଼ା, ୨୫ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କେବି ଦାଣ୍ଡୁଆ ପଞ୍ଚାୟତ ବଗଗହଣ ଗ୍ରାମରେ ବିକଶିତ ଗାଁ ବିକଶିତ ଓଡ଼ିଶା ପ୍ରକଳ୍ପ ଯୋଜନାରେ ଷୋଳ…

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ଡାଇବେଟିସ୍‌ ଥିଲେ ରୁହନ୍ତୁ ସତର୍କ, ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ…

ବର୍ତ୍ତମାନ ଏଭଳି ସମୟ ଆସିଛି, ଯେତେବେଳେ ଆମେ ନିଜ ସ୍ବାସ୍ଥ୍ୟ ପ୍ରତି ଅଧିକ ସଚେତନ ରହିବା ନିହାତି ଦରକାର। ଯଦି ଆପଣଙ୍କର ଡାଇବେଟିସ୍‌ କିମ୍ବା ରକ୍ତଚାପ ପରି…

ବ୍ରିକ୍ସ: ସାମର୍ଥ୍ୟ ଅଛି ଶକ୍ତି ନାହିଁ

ବ୍ରିକ୍ସ କ୍ରମଶଃ ପ୍ରତିଷ୍ଠା ଲାଭ କଲେ ମଧ୍ୟ ଅନ୍ତର୍ଜାତୀୟ ଆହ୍ବାନଗୁଡିକୁ ମୁକାବିଲା କରିବାରେ ସଫଳ ହୋଇପାରୁନାହିଁ। ସେଥିପାଇଁ ଚଳିତ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ…

ନକଲି ଆଇନଜୀବୀ

ଦେଶରେ ଥିବା ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଲାଗି ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ପକ୍ଷରୁ ୨୦୨୫ ଜାନୁଆରୀରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri