ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି।
NTA ସୂଚନା ମୁତାବକ, ସରକାର ଇଦ୍-ଉଲ୍-ଜୁହା ପାଇଁ ଛୁଟି ତାରିଖରେ ପରିବର୍ତ୍ତନ କରିଛନ୍ତି। ଏହାକୁ ବିଚାରକୁ ନେଇ, ମେ ୨୮, ୨୦୨୬ରେ ହେବାକୁ ଥିବା CUET-UGର ଉଭୟ ସିଫ୍ଟ ପରୀକ୍ଷାକୁ ସ୍ଥଗିତ କରାଯାଇଛି। ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସଂଶୋଧିତ ପରୀକ୍ଷା ତାରିଖ ଖୁବ ଶୀଘ୍ର ଘୋଷଣା ହେବ ବୋଲି NTA ପକ୍ଷରୁ ଅବଗତ କରାଯାଇଛି।

