ଓପିଟିସିଏଲ୍‌ର ସବୁ କର୍ମଚାରୀଙ୍କ ଛୁଟି ବାତିଲ: ମୁଖ୍ୟାଳୟ ଛାଡ଼ିବେନି କର୍ମଚାରୀ

ଭୁବନେଶ୍ୱର,୨୫।୫(ସୁନିତ୍‌ ମିଶ୍ର): ରାଜ୍ୟରେ ଘନ ଘନ ବିଦ୍ୟୁତ୍‌ କାଟ୍‌ ଲୋକଙ୍କୁ ଅସ୍ତବ୍ୟସ୍ତ କଲାଣି। ପ୍ରାୟ ସବୁ ଜିଲାରେ ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ବିଜୁଳି କାଟ ଏବେ ଏକ ବଡ଼ ସମସ୍ୟା ଭାବେ ଉଭାହୋଇଛି। ଏଭଳି ସ୍ଥିତିରେ ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ ଲିଃ(ଓପିଟିସିଏଲ୍‌)ର କୌଣସି କର୍ମଚାରୀ ଛୁଟି ନେଇପାରିବେ ନାହିଁ କି ମୁଖ୍ୟାଳୟ ନ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି କର୍ମଚାରୀ ମୁଖ୍ୟାଳୟ ଛାଡ଼ିବେ ତେବେ ତାଙ୍କ ଉଚ୍ଚପଦସ୍ଥ ଅଧିକାରୀଙ୍କ ଅନୁମତି ନେବା ଜରୁରୀ। ଏନେଇ ଶନିବାର ଓପିଟିସିଏଲ୍‌ ପକ୍ଷରୁ ଏକ ସର୍କୁଲାର ଜାରିକରାଯାଇଛି। ସେଥିରେ ଉଲ୍ଲେଖ କରାଯାଇଛି, ବର୍ତ୍ତମାନ ଯେଉଁଭଳି ପରିସ୍ଥିତି ଉପୁଜିଛି ଏବଂ ବିଜୁଳିର ଆବଶ୍ୟକତାରେ ବୃଦ୍ଧି ଘଟିଛି ତାକୁ ଦୃଷ୍ଟିରେ ରଖି ଯେପରି ବିଦ୍ୟୁତ୍‌ କାଟ ସମସ୍ୟା ନ ହେବ ସେଥିଲାଗି କର୍ମଚାରୀଙ୍କ ଛୁଟି ବାତିଲ କରାଯାଉଛି। ଏହି ସ୍ଥିତିରେ ଆବଶ୍ୟକ ମାନବସମ୍ବଳ ଏବଂ ସମସ୍ତଙ୍କ ମଧ୍ୟରେ ସମନ୍ବୟର ଆବଶ୍ୟକତା ରହିଛି। ମାତୃତ୍ୱ ଛୁଟି ଏବଂ ସ୍ବାସ୍ଥ୍ୟଗତ ସମସ୍ୟା ଲାଗି ନେଇଥିବା ଛୁଟିକୁ ଛାଡ଼ିଦେଲେ ଅନ୍ୟ ସବୁ ଛୁଟି ବାତିଲ କରିଦିଆଯାଇଛି। ଯେଉଁ କର୍ମଚାରୀମାନେ ଛୁଟିରେ ଅଛନ୍ତି ସେମାନେ ନିଜ କାର୍ଯ୍ୟସ୍ଥଳକୁ ଫେରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଯେଉଁସବୁ ବୈଠକ, କନ୍‌ଫରେନ୍ସ, ସେମିନାର, ଟ୍ରେନିଂ ପ୍ରୋଗ୍ରାମ, ଅଫିସିଆଲ ଟୁର୍‌ ଏବଂ ଅନ୍ୟ ସବୁ କାର୍ଯ୍ୟକ୍ରମ ଲାଗି ନିର୍ଦ୍ଦେଶ ଥିଲା ସେସବୁ ବାତିଲ କରାଯାଇଛି। ଏହିସବୁ କାର୍ଯ୍ୟକ୍ରମ ଲାଗି ଯଦି କେହି କୁଆଡ଼େ ଯାଆନ୍ତି ତେବେ ସେଥିପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ଓପିଟିସିଏଲ୍‌ ପକ୍ଷରୁ କୁହାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଣ ବିଲୁଆ ଆତଙ୍କ: ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି

ନୂଆପଡ଼ା,୧୭ା୭ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ୍‌ ବେଲଟୁକୁରି ଥାନା ଅନ୍ତର୍ଗତ ଭାଲେଶ୍ୱର ପଞ୍ଚାୟତ ଅଞ୍ଚଳରେ ବଣ ବିଲୁଆ ଆତଙ୍କ ଦେଖାଦେଇଛି। ସପ୍ତାହକ ମଧ୍ୟରେ ବିଲୁଆ କାମୁଡ଼ାରେ ୪ଜଣ…

ବିଗୁଡୁଛି ସ୍ବାସ୍ଥ୍ୟବସ୍ଥା, ହେଲେ ଜିଦ୍‌ରେ ଅଟଳ ସୋନମ; ଡାକ୍ତର ଦେଲେ ଏଭଳି ଚେତାବନୀ

ନୂଆଦିଲ୍ଲୀ,୧୭।୭: ବିଶିଷ୍ଟ ପରିବେଶବିତ୍‌ ତଥା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଦିଲ୍ଲୀର ଯନ୍ତର-ମନ୍ତରଠାରେ ତାଙ୍କର ଆମରଣ ଅନଶନ ଆଜି ୨୦…

କେସିଙ୍ଗାରେ ଶାନ୍ତିଶୃଙ୍ଖଳା ସହ ରଥଯାତ୍ରା ସମ୍ପନ୍ନ: ସହାୟତା କଲେ ବିଧାୟକ

କେସିଙ୍ଗା,୧୭।୭(ତୁମେଶ୍ୱର ସାହୁ): ତୁହାକୁ ତୁହା ବର୍ଷା ସତ୍ତ୍ୱେ କେସିଙ୍ଗା ବ୍ଳକର ୨୬ଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ଶାନ୍ତି ଶୃଙ୍ଖଳା…

ବର୍ଷା ଜଳରେ ବୁଡିଲା କେଶପୁର, ଘରୁ ବାହାରି ପାରୁନାହାନ୍ତି ଲୋକେ

କଟକ ସଦର,୧୭।୭(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ଅନ୍ତର୍ଗତ ଆୟତ୍ତପୁର ପଞ୍ଚାୟତ କେଶପୁର ଗହିରରେ ବର୍ଷା ଜଳ ଜମି ରହିଛି । ଫଳରେ ନଦୀର ଭ୍ରମ…

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ ଗାଁରେ ଶୋକାକୁଳ ପରିବେଶ

ନୂଆପଡ଼ା,୧୭ା୭ (ମକାରୁ ବେମାଲ): ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତଦେହ ଗାଁରେ ପହଞ୍ଚିଛି। ଏପରି ଏକ କରୁଣ ଚିତ୍ର ନୂଆପଡ଼ା ଜିଲା କୋମନା ଥାନା କୁରେଶ୍ୱର ପଞ୍ଚାୟତ…

ନକଲି ସୁନା ବନ୍ଧକ ଦେଇ ନେଉଥିଲେ ଋଣ, ସତ ଜଣାପଡିବା ପରେ ହେଲା…

ଦେବଗଡ,୧୭।୭(ଶଶାଙ୍କ ଶେଖର ଝାଙ୍କର): ନକଲି ସୁନା ଅଳଙ୍କାର ବନ୍ଧକ ଦେଇ ଋଣ ଟଙ୍କା ହାତେଇବା ଅଭିଯୋଗରେ ଦେବଗଡ ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହ…

୩ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା: ୧୩ ଜିଲାକୁ ରେଡ୍‌-ଅରେଞ୍ଜ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୭।୭ (ସୌମ୍ୟରଞ୍ଜନ ରାଉତ)- ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡିଶା ପଶ୍ଚିମବଙ୍ଗଠାରେ ଲଘୁଚାପ ସୃଷ୍ଟି ହୋଇଛି। ଏହା ସହିତ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ଠାରୁ…

ପାକିସ୍ତାନ ସେନା ଉପରେ BLAର ବଡ଼ ଆକ୍ରମଣ, ବଲୁଚିସ୍ତାନକୁ ସ୍ୱାଧୀନ ଦେଶ ଘୋଷଣା କରି ଦେଖାଇଲା ଶକ୍ତି!

ଇସଲାମବାଦ,୧୭।୭: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ପାଇଁ ସମସ୍ୟା କମିବାର କୌଣସି ସଙ୍କେତ ଦେଖାଯାଉନାହିଁ । ଗୋଟିଏ ପଟେ, ପିଓକେରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri