Posted inଖେଳ

ରାଗରେ ଏମିତି କାମ କରିଦେଲେ କୋହଲି: ଆଚରଣକୁ କଡ଼ା ସମାଲୋଚନା, ଦେଖନ୍ତୁ Video

ନୂଆଦିଲ୍ଲୀ,୨୩।୫: ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ରୟାଲ ଚ୍ୟାଲେଞ୍ଜର୍ସକୁ ୫୫ ରନରେ ପରାସ୍ତ କରିଥିଲା। ମ୍ୟାଚ ସମୟରେ ବିରାଟ କୋହଲି ଏବଂ ଟ୍ରାଭିସ ହେଡ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଉଭୟଙ୍କ ମଧ୍ୟରେ ଝଗଡା କୋହଲି ବ୍ୟାଟିଂ କରୁଥିବାବେଳେ ହୋଇଥିଲା। ମ୍ୟାଚ ପରେ ମଧ୍ୟ କୋହଲିଙ୍କ ଅଷ୍ଟ୍ରେଲିୟ ଖେଳାଳିଙ୍କ ପ୍ରତି ରାଗ ଶାନ୍ତ ହୋଇ ନ ଥିଲା। ସେ ହାତ ମିଳାଇବାକୁ ମନା କରିଥିଲେ ଏବଂ ତାଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରିଥିଲେ। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଅନେକ ଲୋକ ଭାରତୀୟ ଖେଳାଳିଙ୍କ ଆଚରଣକୁ କଡ଼ା ସମାଲୋଚନା କରୁଛନ୍ତି।
ଉଲ୍ଲେଖନୀୟ ଯେ, ଟସ ଜିତିବା ପରେ ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଇଶାନ କିଷାନ (୭୯), ଅଭିଷେକ ଶର୍ମା (୫୬) ଏବଂ ହେନରିଚ କ୍ଲାସେନଙ୍କ ବିସ୍ଫୋରକ ଇନିଂସ ଦ୍ୱାରା SRH ୨୫୫ ରନର ଏକ ବିଶାଳ ସ୍କୋର କରିଥିଲା। ଜବାବରେରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କେବଳ ୨୦୦ ରନ କରିପାରିଥିଲା।
ମ୍ୟାଚ ଶେଷ ହେବା ପରେ ମଧ୍ୟ କୋହଲିଙ୍କ କ୍ରୋଧ ଥଣ୍ଡା ହୋଇ ନ ଥିଲା। ସେ ତାଙ୍କ ଦଳ ସହିତ ସନରାଇଜର୍ସ ହାଇଦ୍ରାବାଦ ଖେଳାଳିମାନଙ୍କୁ ହାତ ମିଳାଇବାକୁ ପାଖକୁ ଯାଇଥିଲେ। ସେ ପ୍ୟାଟ କମିନ୍ସଙ୍କ ସହ ହାତ ମିଳାଇଲେ; ପରବର୍ତ୍ତୀ ସ୍ଥାନରେ ଟ୍ରାଭିସ ହେଡ ଥିଲେ ଏବଂ ତାଙ୍କୁ ସ୍ବାଗତ କରିବା ପାଇଁ ହାତ ବଢ଼ାଇଲେ। କୋହଲି ତାଙ୍କୁ ହାତ ନ ମିଶାଇ ତାଙ୍କୁ ଅତିକ୍ରମ କରି ଚାଲିଯାଇଥିଲେ, ଜାଣିଶୁଣି ତାଙ୍କୁ ଅଣଦେଖା କଲେ।

ଟାର୍ଗେଟର ପିଛା କରୁଥିବା ସମୟରେ, ବିରାଟ କୋହଲି ଏବଂ ଭେଙ୍କଟେଶ ଆୟର RCB ପାଇଁ ଇନିଂସ ଆରମ୍ଭ କରିଥିଲେ। ଆୟର ମାତ୍ର ୧୯ ବଲରେ ୪୪ ରନର ବିସ୍ଫୋରକ ଇନିଂସ ଖେଳିଲେ। ତାଙ୍କୁ ଇଶାନ ମାଲିଙ୍ଗା ଆଉଟ କରିଥିଲେ। ଯାହା ପରେ କୋହଲି ମଧ୍ୟ ସାକିବ ହୁସେନଙ୍କ ବୋଲିଂରେ କ୍ୟାଚ ଆଉଟ ହେଲେ। ସେ ୧୧ ବଲରେ ୧୫ ରନ କରିଥିଲେ। ଅଧିନାୟକ ରଜତ ପାଟିଦାର ୩୯ ବଲରେ ୫୬ ରନ କରିଥିଲେ। ବେଙ୍ଗାଲୁରୁ ଦଳ ୫୬ ରନ ପାଇଁ ଲକ୍ଷ୍ୟଠାରୁ ପଛରେ ପଡ଼ିଗଲା।

ଡିଫେଣ୍ଡିଂ ଚାମ୍ପିଅନ RCB ଚଳିତ ବର୍ଷ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ସୁରକ୍ଷିତ କରିଛି। ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଦଖଲ କରୁଥିବା GT ଏବଂ SRH ମଧ୍ୟ ୧୮ ପଏଣ୍ଟ ପ୍ରତ୍ୟେକେ ହାସଲ କରିଛନ୍ତି। ବେଙ୍ଗାଲୁରୁ ତିନୋଟି ଦଳ ମଧ୍ୟରେ ସର୍ବୋତ୍ତମ ନେଟ ରନ ରେଟ (+0.783) ହାସଲ କରିଛି। ବେଙ୍ଗାଲୁରୁ ଏବେ କ୍ୱାଲିଫାୟର୍‌ ୧ରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳିବ। ଏହି ମ୍ୟାଚ ୨୬ ମେ’ରେ ଧର୍ମଶାଳାରେ ଅନୁଷ୍ଠିତ ହେବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?