ଜିଲାପାଳଙ୍କ ନିର୍ଦ୍ଦେଶକୁ ଅଣଦେଖା, ଦିନରାତି ଜଳୁଛି ଇଟାଭାଟି

ରସୁଲପୁର,୨୫ା୫(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ବେଆଇନ ଇଟାଭାଟି ଜଳୁଛି। ବାୟୁମଣ୍ଡଳ ତାପମାତ୍ରା ୪୨ଂ ଉପରେ ରହୁଥିବାବେଳେ ଅସାଧୁ ଇଟା ବ୍ୟବସାୟୀ ବେଧଡ଼କ ଇଟାଭାଟିରେ ନିଆଁ ଲଗାଇ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛନ୍ତି। ମାତ୍ର ଏଥିପ୍ରତି ତହସିଲ ପ୍ରଶାସନର ନିଘା ରହୁନାହିଁ। ଏପରି କି ଯାଜପୁର ଜିଲାପାଳ ଅମ୍ବର କୁମାର କର ବେଆଇନ ଇଟାଭାଟିକୁ ବନ୍ଦ କରିବାକୁ ଦେଇଥିବା ନିର୍ଦ୍ଦେଶକୁ ଅଣଦେଖା କରାଯାଉଛି। ଉକ୍ତ ବ୍ଲକ୍‌ ଅନ୍ତର୍ଗତ ଭୋଟକା ପଞ୍ଚାୟତରେ ବେଆଇନ ଇଟାଭାଟି ବନ୍ଦ ପାଇଁ ଜିଲାପାଳଙ୍କ ନିକଟରେ ହୋଇଥିବା ଅଭିଯୋଗରୁ ଏହାସ୍ପଷ୍ଟ ହୋଇଛି। ଭୋଟକା ଗ୍ରାମର ଜଣେ ବ୍ୟକ୍ତି ଛିଣ୍ଡା ଖରସ୍ରୋତା ନଦୀପଠାରେ ଇଟାଭାଟି ଜାଳୁଛନ୍ତି ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଯାଜପୁର ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅଭିଯୋଗ କରାଯାଇଛି।
୧୮ା୦୩ା୨୦୨୬ରେ ଅଭିଯୋଗ ପଞ୍ଜୀକୃତ ହୋଇଛି। ଉକ୍ତ ଅଭିଯୋଗ ଆଧାରରେ ଜିଲାପାଳ ରସୁଲପୁର ତହସିଲଦାରଙ୍କୁ ବେଆଇନ ଇଟାଭାଟି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାରି ଭିତରେ ସପ୍ତାହ ବିତିବାକୁ ବସିଲାଣି, ହେଲେ ତହସିଲ ପ୍ରଶାସନ ପକ୍ଷରୁ ଇଟାଭାଟି ମାଲିକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ପ୍ରଶାସନର ଢିଲାପଣ ଯୋଗୁ ଇଟାଭାଟି ମାଲିକ ଦୁଇଦିନ ତଳେ ଆଉ ଏକ ନୂଆ ଇଟାଭାଟିରେ ନିଆଁ ଲଗାଇଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ବେଆଇନ ଇଟାଭାଟି ବନ୍ଦ ଦିଗରେ ଜିଲା ପ୍ରଶାସନ ତ୍ୱରିତ ପଦକ୍ଷେପ ଗ୍ରହଣ ନ କଲେ ଗ୍ରାମବାସୀ ମାନବାଧିକାର କମିଶନଙ୍କ ଦ୍ୱରାସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି।
ଇଟାଭାଟି ଚତୁଃପାର୍ଶ୍ୱରେ ଜନବସତି, ବ୍ୟବସାୟିକ ପ୍ରତିଷ୍ଠାନ, ସ୍କୁଲ, ମନ୍ଦିର, ପଞ୍ଚାୟତ କାର୍ଯ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର ଆଦି ରହିଛି। ପ୍ରଚଣ୍ଡ ରୌଦ୍ରତାପ ଓ ଗରମ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ଇଟାଭାଟିର ଧୂଆଁ ଓ ଉତ୍ତାପରେ ଲୋକେ ଅସ୍ତବ୍ୟସ୍ତ ହୋଇପଡିଲେଣି। ମାତ୍ର ବାୟୁମଣ୍ଡଳର ତାପମାତ୍ରାକୁ ବହୁଗୁଣିତ କରୁଥିବା ଜଳନ୍ତା ଇଟାଭାଟିକୁ ବନ୍ଦ କରିବାକୁ ପ୍ରଶାସନ ପଛଘୁଞ୍ଚା ଦେବା ଘଟଣା ତହସିଲ ପ୍ରଶାସନର ଭୂମିକାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏନେଇ ମଧୁବନ ରାଜସ୍ବ ସର୍କଲର ରାଜସ୍ବ ନିରୀକ୍ଷକ ଲକ୍ଷ୍ମୀପ୍ରିୟା ପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ଜିଲାପାଳଙ୍କ ପ୍ରକୋଷ୍ଠରେ ହୋଇଥିବା ଅଭିଯୋଗ ଆଧାରରେ ସେ ଘଟଣାସ୍ଥଳକୁ ଯାଇ ଇଟାଭାଟିରେ ନିଆଁ ଲଗାଇବା ବନ୍ଦ କରିବାକୁ ମାଲିକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ମାଲିକ ତାଙ୍କ କଥା ନ ଶୁଣି ଇଟାଭାଟିରେ ନିଆଁ ଲଗାଇଥିଲେ ବୋଲି ସେ ଜାଣିବାକୁ ପାଇଥିଲେ। ଏହାପରେ ରାଜସ୍ବ ନିରୀକ୍ଷକ ତହସିଲଦାରଙ୍କୁ ୩ଦିନ ହେଲା ଲିଖିତ ଭାବରେ ରିପୋର୍ଟ କରିଛନ୍ତି। ହେଲେ ତାଙ୍କ ରିପୋର୍ଟ ଆଧାରରେ ତହସିଲଦାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏ ସମ୍ପର୍କରେ ରସୁଲପୁର ତହସିଲଦାର ସିଦ୍ଧାର୍ଥ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ବେଆଇନ ଇଟାଭାଟି ବନ୍ଦ ପାଇଁ ଇଟା ବ୍ୟବସାୟୀଙ୍କୁ ନିର୍ଦ୍ଦେଶ ଦିଆଯାଉଛି। ହେଲେ ସେମାନେ ପ୍ରଶାସନ କଥା ମାନୁନାହାନ୍ତି। ରାଜସ୍ବ ନିରୀକ୍ଷକଙ୍କଠାରୁ ରିପୋର୍ଟ ତଲବ କରାଯାଇଛି। ରିପୋର୍ଟ ଆଧାରରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏବେ ଦେଖିବାକୁ ଅପେକ୍ଷା କେବେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

ଅଢ଼େଇ ବର୍ଷ ଯାଏ କଲବଲ କରିବେ ଶନି! ୩ ରାଶିରେ ସାଢେ ସାତ ଚାଲି; ଭାରି ଖରାପ…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମ ଏବଂ ନ୍ୟାୟର କାରକ ଗ୍ରହ ବୋଲି ଧରାଯାଏ। ଶନିଙ୍କ ଗତି ଧୀମା ହୋଇଥିବାରୁ କୌଣସି ରାଶିରେ ତାଙ୍କର ଗୋଚର (ଚଳନ) ଦୀର୍ଘ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri