ଜିପିଏଫ୍‌ ପାଇଁ ଆଉ ଦୌଡ଼ିବାକୁ ପଡ଼ିବ ନାହିଁ

ଭୁବନେଶ୍ୱର, ୨୯।୮ (ବ୍ୟୁରୋ): ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଅବସର ପରେ ନିଜର ଜିପିଏଫ୍‌ (ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ) ପ୍ରାପ୍ୟ ପାଇବାରେ ଆଉ ଅସୁବିଧା ହେବ ନାହିଁ। ଏଣିକି ଏସବୁ ଇଲେକ୍ଟ୍ରୋନିକ(ଇ)-ଅଥରିଟି ମାଧ୍ୟମରେ ସମ୍ପାଦନ ହେବ। ପ୍ରଚଳିତ ପୁରୁଣା ମାନୁଆଲ ପଦ୍ଧତି ଉଠିଯିବ। ଚାକିରି ପରେ କର୍ମଚାରୀମାନେ ଘରେ ବସି ନିଜର ଚୂଡାନ୍ତ ଜିପିଏଫ୍‌ର ଷ୍ଟାଟସ୍‌ ଜାଣିପାରିବେ। ଆଉ କାଗଜପତ୍ର ଯୋଗାଡ଼ କରିବାକୁ ପଡିବ ନାହିଁ କିମ୍ବା ଏଜି ଅଫିସକୁ ବାରମ୍ବାର ଦୌଡ଼ିବାକୁ ପଡିବ ନାହିଁ। ଇ-ଅଥରିଟି କାର୍ଯ୍ୟକାରୀ କରିବା ପୂର୍ବରୁ କର୍ମଚାରୀମାନଙ୍କର ସମସ୍ତ ବିବରଣୀ ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ(ଏଜି)ଙ୍କ ନିକଟକୁ ପଠାଇବାକୁ ଅର୍ଥ ବିଭାଗ ସମସ୍ତ ବିଭାଗକୁ ଚିଠି ଲେଖି ଜଣାଇ ଦେଇଛି।
କର୍ମଚାରୀମାନଙ୍କର ଚୂଡ଼ାନ୍ତ ଜିପିଏଫ୍‌ ଇଲେକ୍ଟ୍ରୋନିକ୍‌ ଟ୍ରାନ୍ସଫର ବ୍ୟବସ୍ଥା ଦ୍ୱାରା କରାଯିବ। ଇ-ଅଥରିଟି ଏଜିଙ୍କ ଦ୍ୱାରା ପ୍ରସ୍ତୁତ ହେବ। ସୂଚନା ପ୍ରଯୁକ୍ତି ଆଇନ-୨୦୦୦ ଅନୁଯାୟୀ ଇ-ଅଥରିଟିରେ ଏଜି କାର୍ଯ୍ୟାଳୟର କ୍ଷମତା ସମ୍ପନ୍ନ ଅଧିକାରୀଙ୍କ ଡିଜିଟାଲ ଦସ୍ତଖତ ରହିବ। ଏହାକୁ ଇଣ୍ଟିଗ୍ରେଟେଡ ଫାଇନାନ୍ସିଆଲ ମ୍ୟାନେଜମେଣ୍ଟ ସିଷ୍ଟମ(ଆଇଏଫ୍‌ଏମ୍‌ଏସ୍‌) ଓଡ଼ିଶାରେ ଅପଲୋଡ୍‌ କରାଯିବ। ଏହାଦ୍ୱାରା ଚୂଡାନ୍ତ ଜିପିଏଫ୍‌ ଇ-ଅଥରିଟି ସମ୍ପୃକ୍ତ (ଡ୍ରଇଂ ଆଣ୍ଡ ଡିସ୍‌ବର୍ସିଂ ଅଫିସର) ଡିଡିଓ ଏବଂ ଟ୍ରେଜେରି ନିକଟରେ ଉପଲବ୍ଧ ହେବ। ଇ-ଅଥରିଟି ଡାଉନଲୋଡ୍‌ କରିବା ପରେ ଡିଡିଓ ଚୂଡାନ୍ତ ଜିପିଏଫ୍‌ ବିଲ୍‌ ଅନ୍‌ଲାଇନ୍‌ ମାଧ୍ୟମରେ ପ୍ରସ୍ତୁତ କରିବେ। ଏହାକୁ ସେ ଟ୍ରେଜେରିକୁ ପଠାଇବେ। ଫଳରେ ଜିପିଏଫ୍‌ ଅର୍ଥ ସିଧାସଳଖ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଯିବ। ଜିପିଏଫ୍‌ ପାଇବା ନେଇ ଦେଖାଦେଉଥିବା ସମସ୍ୟା ଦୂର ହୋଇପାରିବ।
ସୂଚନାଯୋଗ୍ୟ, ରାଜ୍ୟ ସରକାରୀ କର୍ମଚାରୀ ପେନସନ୍‌ ରୁଲ୍‌ ୧୯୯୨ ଅନୁଯାୟୀ ଜିପିଏଫ୍‌ ପରିସରଭୁକ୍ତ ହୋଇଛନ୍ତି। ଏହି ପାଣ୍ଠି ଜିପିଏଫ୍‌ ରୁଲ୍‌ସ-୧୯୩୮ ଦ୍ୱାରା ପରିଚାଳିତ ହେଉଛି। ଚାକିରିରୁ ଅବସର କିମ୍ବା ମୃତ୍ୟୁହେଲେ ଚୂଡ଼ାନ୍ତ ଜିପିଏଫ୍‌ ମିଳିଥାଏ। ପେନସନ୍‌ ପ୍ରଦାନ କରୁଥିବା କର୍ତ୍ତୃପକ୍ଷ (ପିଆଇଏ)ଙ୍କ ଦ୍ୱାରା ଜିପିଏଫ୍‌ ସାଙ୍କଶନ୍‌ ହେଉଥିଲା। ପିଆଇଏଙ୍କଠାରୁ ଡିଡିଓଙ୍କ ପାଖକୁ ଯାଉଥିଲା। ଶେଷ ଦରମା ପାଇଥିବା ନେଇ ଡିଡିଓ ଜଣାଇବା ପରେ ଜିପିଏଫ୍‌ ଚୂଡାନ୍ତ ହେଉଥିଲା। ଏହା ମାନୁଆଲ ଢଙ୍ଗରେ ହେଉଥିବାରୁ ସମୟ ସାପେକ୍ଷ ହେଉଥିଲା। ଇ-ଅଥରିଟି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଚୂଡାନ୍ତ ଜିପିଏଫ୍‌ ମିଳିବା ସହଜ ହେବ ଓ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଶୀଘ୍ର ମିଳି ପାରିବ ବୋଲି ଅର୍ଥ ବିଭାଗର ଜଣେ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ୧୦ ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ୩

ଭୁବନେଶ୍ୱର, ୧ା୫ (ଅସମାପିକା ସାହୁ):ପ୍ରବଳ ଖରାରେ ଜଳୁଛି ସାରା ଓଡ଼ିଶା। ଘରୁ ବାହାରିଲେ ତାତି ସହିତ ଝାଞ୍ଜି ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଗତ ୧୬ଦିନ...

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

ହାଇକୋର୍ଟରେ କେନ୍ଦ୍ର ସରକାରଙ୍କର ୪୦ ଓକିଲ, ତଥାପି ଶୁଣାଣିରେ ଅନୁପସ୍ଥିତ

କଟକ,୩୦ା୪ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ...

୪୬ଡିଗ୍ରୀ ଉପରେ ୨ସହର, ରେକର୍ଡ ଭାଙ୍ଗିଲା ବାରିପଦା

ଭୁବନେଶ୍ୱର,୩୦।୪: ପ୍ରବଳ ଖରାରେ ଜଳୁଛି ସାରା ଓଡିଶା। ଘରୁ ବାହାରିଲେ ମୁହଁ ପୋଡି ଯାଉଛି। ମଙ୍ଗଳବାର ରାଜ୍ୟର ୨ଟି ସହର ୪୬ ଡିଗ୍ରୀ ଉପରେ ରହିଥିବାବେଳେ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri