Posted inଖେଳ

କୋର୍ଟ ଯିବେ ଆଝାରୁଦ୍ଦିନ

ନୂଆଦିଲ୍ଲୀ,୨୧ା୪: ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମର ଉତ୍ତର ଷ୍ଟାଣ୍ଡରୁ ଆଝାରୁଦ୍ଦିନଙ୍କ ନାମ ହଟାଇବାକୁ ହାଇଦ୍ରାବାଦ୍‌ କ୍ରିକେଟ୍‌ ଆସୋସିଏଶନ (ଏଚ୍‌ସିଏ)ର ଓମ୍ବୁଡସ୍‌ମ୍ୟାନ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଉପରେ ରହିତାଦେଶ ଜାରି କରିବା ଲାଗି ଭାରତର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ତେଲଙ୍ଗାନା ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ଯୋଜନା କରୁଛନ୍ତି।

ଏଚ୍‌ସିଏର ସଦସ୍ୟ ଲଡର୍‌ସ କ୍ରିକେଟ କ୍ଲବ ପକ୍ଷରୁ ଦାଖଲ କରାଯାଇଥିବା ଆବେଦନ ଆଧାରରେ ଏଚ୍‌ସିଏର ଏଥିକ୍ସ ଅଧିକାରୀ ଥିବା ଅବସରପ୍ରାପ୍ତ ଜଷ୍ଟିସ ଭି. ଈଶ୍ୱରେୟା ଏଭଳି ନିଷ୍ପତ୍ତି ନେଇଛନ୍ତି। ଲଡର୍‌ସ କ୍ରିକେଟ କ୍ଲବ ପକ୍ଷରୁ କରାଯାଇଥିବା ଆବେଦନରେ ଦର୍ଶାଯାଇଥିଲା, ୨୦୧୯ ଡିସେମ୍ବରରେ ଷ୍ଟାଡିୟମର ଉତ୍ତର ଷ୍ଟାଣ୍ଡକୁ ଆଝାରୁଦ୍ଦିନଙ୍କ ନାମରେ ନାମିତ କରିବା ଲାଗି ନିଷ୍ପତ୍ତି ନିଆଗଲା ବେଳେ ଭାରତର ପୂର୍ବତନ ଅଧିନାୟକ ଏଚ୍‌ସିଏର ପୂର୍ବତନ ସଭାପତି ଭାବେ କାର୍ଯ୍ୟକାରୀ ପରିଷଦରେ ବସିଥିଲେ। ଏଥିଯୋଗୁ ସେ ଏଚ୍‌ସିଏର ନିୟମ ଭଙ୍ଗ କରିଥିଲେ।

ମୁଁ ନିଶ୍ଚିତ ଭାବେ ଆଇନର ବାଟ ଆପଣେଇବି ଏବଂ ଓମ୍ବୁଡସ୍‌ମ୍ୟାନଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ ଲାଗି ହାଇକୋର୍ଟରେ ଆବେଦନ କରିବି। ଭାରତର ଅଧିନାୟକଙ୍କ ନାମ ଷ୍ଟାଣ୍ଡରୁ ହଟାଇବାକୁ ନିର୍ଦ୍ଦେଶ ଦେବା ଏକ ଲଜ୍ଜାର ବିଷୟ ବୋଲି ଆଝାରୁଦ୍ଦିନ କହିଛନ୍ତି।

ଏତଦ୍‌ବ୍ୟତୀତ ସେ ଓମ୍ବୁଡସ୍‌ମ୍ୟାନଙ୍କ ନିର୍ଦ୍ଦେଶର ବୈଧତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଆସୋସିଏଶନର ସମ୍ବିଧାନ ଅନୁଯାୟୀ, ଓମ୍ବୁଡସ୍‌ମ୍ୟାନ ବା ଏଥିକ୍ସ ଅଧିକାରୀଙ୍କ କାର୍ଯ୍ୟକାଳ ୧ ବର୍ଷ। ଏହି ଘଟଣାରେ ଓମ୍ବୁଡସ୍‌ମ୍ୟାନଙ୍କ କାର୍ଯ୍ୟକାଳ ୨୦୨୫ ଫେବୃଆରୀ ୧୮ ତାରିଖରେ ଶେଷ ହୋଇଯାଇଛି। ଏହି ତାରିଖ ପରେ ତାଙ୍କ ଦ୍ୱାରା ପାରିତ ସମସ୍ତ ନିର୍ଦ୍ଦେଶ ମୂଲ୍ୟହୀନ। ତାଙ୍କ କାର୍ଯ୍ୟକାଳରେ ବୃଦ୍ଧି କରାଯାଇ ନାହିଁ। ତାଙ୍କ କାର୍ଯ୍ୟକାଳରେ ବୃଦ୍ଧି କେବଳ ଏଜିଏମ୍‌ରେ କରାଯାଇପାରିବ, ଯାହା କି ଏପର୍ଯ୍ୟନ୍ତ ହୋଇନାହିଁ। ଏଣୁ ସେ କେଉଁ ଭଳି ନିର୍ଦ୍ଦେଶ ଜାରି କଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri