ଲେଙ୍ଗୁ ମିଶ୍ର ଛକ-ଜୀରାବ୍ରିଜ୍‌ ରାସ୍ତା ଜବରଦଖଲ: ଉଚ୍ଛେଦ ପାଇଁ ମାପଚୁପ ଆରମ୍ଭ, ଘର ଖାଲି କରିବାକୁ ନିର୍ଦ୍ଦେଶ

ବରଗଡ,୧୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରର ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ଅଭିଯାନ ପୁଣି ଆରମ୍ଭ ହୋଇଛି। ଗୁରୁବାରରୁ ପୁଣି ଏହି ରାସ୍ତାରେ ମାପଚୁପ ଆରମ୍ଭ ହୋଇଛି। ମାପଚୁପରେ ଏହି ରାସ୍ତାର ଜବରଦଖଲ ଅଂଶ ଚିହ୍ନଟ କରାଯାଉଛି। ପୌର ପ୍ରଶାସନର ଉପସ୍ଥିତିରେ ରାଜସ୍ବ ବିଭାଗ କର୍ମଚାରୀମାନେ ଚିହ୍ନଟ ପ୍ରକ୍ରିୟାରେ ସାମିଲ ଅଛନ୍ତି। ଚିହ୍ନଟ ଅଂଶକୁ ଲାଲ ରଙ୍ଗରେ ସୂଚାଇ ଦିଆଯାଉଛି। ମାପଚୁପରେ ଯେଭଳି ତଥ୍ୟ ସାମ୍ନାକୁ ଆସୁଛି, ତାହା ସହରବାସୀଙ୍କୁ ବିସ୍ମିତ କରି ପକାଉଛି। ରାସ୍ତାର କିଛି ସ୍ଥାନରେ ୬୦ଫୁଟ ପର୍ଯ୍ୟନ୍ତ ଜବରଦଖଲ ହୋଇ ସେଠାରେ କୋଠାବାଡ଼ି ଗଢି ଉଠିଥିବା ପରିଲକ୍ଷିତ ହୋଇଛି। ଚିହ୍ନିତ ଅଂଶକୁ ଉଚ୍ଛେଦ କରାଯିବ ବୋଲି ବିଭାଗୀୟ କର୍ମଚାରୀମାନେ ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଜବରଦଖଲକାରୀଙ୍କୁ ପୌର ପ୍ରଶାସନ ନୋଟିସ କରିଛି। ନୋଟିସ ପାଇବାର ୧୫ଦିନ ମଧ୍ୟରେ ଜବରଦଖଲରେ ରହିଥିବା ଦୋକାନ, କୋଠାବାଡ଼ି ଘର ଖାଲି କରିବା ପାଇଁ ଜବରଦଖଲକାରୀଙ୍କୁ ପୌର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଉଚ୍ଚ ନ୍ୟାୟାଳୟ ମଧ୍ୟ ୧୫ଦିନର ରହିତାଦେଶ ଦେଇଥିବା ସୂଚନା ମିଳିଛି। ୧୫ଦିନ ପରେ ଜବରଦଖଲରେ ରହିଥିବା ଚିହ୍ନିତ ଅଂଶକୁ ସମୁଦାୟ ଉଚ୍ଛେଦ କରାଯିବ ନା ଆଂଶିକ ଉଚ୍ଛେଦ କରି ବିଭିନ୍ନ ଆଳରେ ପୁଣି ସମୟ ଗଡ଼ିବ, ସେଥିପ୍ରତି ସଭିଙ୍କ ନଜର ରହିଛି।
ସୂଚନା ଅନୁଯାୟୀ, ଏକଦା ବରଗଡ଼ ସହରର ଲେଙ୍ଗୁ ମିଶ୍ର ଛକ- ପୁରୁଣା ଜୀରାବ୍ରିଜ ରାସ୍ତା ଜାତୀୟ ରାଜପଥଭାବେ ରହିଥିଲା। ଅନ୍ୟ ବାଟ ଦେଇ ଜାତୀୟ ରାଜପଥ ଯିବା ପରେ ସମୟାନୁକ୍ରମେ ସେହି ପୁରୁଣା ଜାତୀୟ ରାଜପଥରେ ଘରଦ୍ବାର, କୋଠାବାଡ଼ି ଗଢି ଉଠିଥିଲା। ତତ୍କାଳୀନ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ସେଥିପ୍ରତି ଆଖି ବୁଜି ଦେଇଥିଲେ। ଫଳରେ ଉକ୍ତ ରାସ୍ତା ସଂକୁଚିତ ହୋଇପଡ଼ିବା ସହିତ ଏଠାରେ ଟ୍ରାଫିକ ସମସ୍ୟା ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଏହି ଦୃଷ୍ଟିରୁ ଉକ୍ତ ରାସ୍ତାରେ ଜବରଦଖଲ ହଟାଇବା ସହିତ ରାସ୍ତା ପ୍ରଶସ୍ତୀକରଣ ପାଇଁ ଦୀର୍ଘଦିନରୁ ଦାବି ହୋଇ ଆସୁଛି। ୨୦୨୩ରୁ ଏଠାରେ ଜବରଦଖଲ ଉଚ୍ଛେଦ ଦାବି ଜୋର୍‌ ଧରି ଆସିଛି। ଜିଲା ଓକିଲ ସଂଘ ନେତୃତ୍ୱରେ ସ୍ଥାନୀୟ ସମଲେଶ୍ୱରୀ ସଂଘ ସମେତ ବିଭିନ୍ନ ଅନୁଷ୍ଠାନର ଦୃଢ଼ ଦାବି ପରେ ପ୍ରଶାସନ ସେତେବେଳେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲା। ମାତ୍ର ଉଚ୍ଛେଦ ପ୍ରକ୍ରିୟାରେ ପ୍ରଭାବିତ ଲୋକେ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପରେ ସେ ନେଇ ବିଚାର ପ୍ରକ୍ରିୟାରେ ସମୟ ଗଡ଼ିଥିଲା। ମାତ୍ର ଉଚ୍ଚ ନ୍ୟାୟାଳୟ ଥରେ ନୁହେଁ, ୩ଥର ଉଚ୍ଛେଦ ସପକ୍ଷରେ ରାୟ ପ୍ରଦାନ କରି ସାରିଛନ୍ତି। ଏହାସତ୍ତ୍ୱେ ସମ୍ପୃକ୍ତ ଜବରଦଖଲକୁ ପ୍ରଶାସନ ଏ ଯାଏ ହଟାଇ ନ ଥିଲା । ଫଳରେ ଗତ ମାର୍ଚ୍ଚ ୨୨ତାରିଖ ସ୍ଥାନୀୟ ସମଲେଶ୍ବରୀ ସଂଘର ଆହ୍ବାନରେ ନାଗରିକ ବୈଠକ ହୋଇଥିଲା। ଏଥିରେ ଜିଲା ଓକିଲ ସଂଘ ସମେତ ବିଭିନ୍ନ ରାଜନୈତିକ ଏବଂ ସାମାଜିକ ଅନୁଷ୍ଠାନର ପ୍ରତିନିଧି ଏବଂ ସହରର ସଚେତନ ନାଗରିକମାନେ ଉପସ୍ଥିତ ଥିଲେ। ବୈଠକରେ ଉଚ୍ଛେଦ ନେଇ ଦୃଢ ଦାବି ହୋଇଥିବା ବେଳେ ସେଥିରେ ପ୍ରଶାସନିକ ଅପାରଗତାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇବା ସହିତ ଆନ୍ଦୋଳନ ନିଷ୍ପତ୍ତି ହୋଇଥିଲା। ଏହି ପରିପ୍ରେକ୍ଷୀରେ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଉଚ୍ଛେଦ କରା ନ ଗଲେ ଆନ୍ଦୋଳନ ପାଇଁ ସ୍ମାରକପତ୍ରରେ ଚେତାବନୀ ଦିଆଯାଇଥିଲା। ଏହି ଆନ୍ଦୋଳନ ଚେତାବନୀ ପରେ ପ୍ରଶାସନର ଚେତା ପଶିଥିଲା ଏବଂ ଗତ ମାର୍ଚ୍ଚ ୩୦ତିରିଖ ଉଚ୍ଛେଦ ଆରମ୍ଭ ହୋଇଥିଲା। ସେହିଦିନ ସକାଳୁ ବୋଲଡୋଜର ଜବରଦଖଲରେ ରହିଥିବା ଗୋଟିଏ ପରେ ଗୋଟିଏ ଘରକୁ ମାଡି ବସିଥିଲା। ସେହିଦିନ କେବଳ ୯ଟି ଘରକୁ ଆଂଶିକ ଭଙ୍ଗା ଯାଇଥିଲା। ସେତିକିରେ ଉଚ୍ଛେଦ ଅଟକି ଯାଇଥିଲା। ଏହାକୁ ନେଇ ପୁଣି ଜନ ଅସନ୍ତୋଷ ତେଜି ଉଠିଥିଲା। ଫଳରେ ଗତ ୪ତାରିଖ ବରଗଡ଼ ନାଗରିକ ମଞ୍ଚ ଓ ସମଲେଶ୍ବରୀ ସଂଘ ନେତୃତ୍ୱରେ ଶତାଧିକ ଲୋକ ପୌର ପରିଷଦ କାର୍ଯ୍ୟାଳୟକୁ ଯାଇ ଉଚ୍ଛେଦ ଅଭିଯାନରେ ଉଦାସୀନତାର ଦୃଢ଼ ପ୍ରତିବାଦ କରିଥିଲେ। ତେବେ ମାପଚୁପ ପୁଣି ଆରମ୍ଭ ହୋଇଥିବା ଯୋଗୁ ଆଗକୁ ଉଚ୍ଛେଦ ଆଶା ସଞ୍ଚାର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri