Posted inଖେଳ

WPLରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ, ୨୭ା୩: ଓମେନ୍ସ ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌)ର ଗତ ୩ ବର୍ଷରେ ଜବରଦସ୍ତ ବୃଦ୍ଧି ଆସିଛି। କିନ୍ତୁ ଲିଗ୍‌ର ଦଳ ସଂଖ୍ୟାରେ ବୃଦ୍ଧି କରିବାକୁ ଏବେ କୌଣସି ଯୋଜନା ନ ଥିବା ଆଇପିଏଲ୍‌ ଚେୟାରମ୍ୟାନ ଅରୁନ ଧୁମାଲ କହିଛନ୍ତି।

ବିସିସିଆଇ ସଭାପତି ରୋଜର ବିନିଙ୍କ ନେତୃତ୍ୱାଧୀନ କମିଟିରେ ଧୁମାଲ ସଦସ୍ୟ ଅଛନ୍ତି। ପ୍ରାରମ୍ଭିକ ଭାବେ ପ୍ରଥମ ୩ ସିଜନ ପରେ ବିସିସିଆଇ ଦଳର ସଂଖ୍ୟା ବଢ଼ାଇବାକୁ ଯୋଜନା କରିଥିଲା। କିନ୍ତୁ ବର୍ତ୍ତମାନ ଲିଗ୍‌ର ସ୍ଥିତିକୁ ଆହୁରି ଦୃଢ଼ କରିବାକୁ ଚାହୁଁଛି।

ଆହୁରି ସଶକ୍ତ କରିବା ପାଇଁ ଅନ୍ୟ ଦଳକୁ ସାମିଲ କରିବା ପୂର୍ବରୁ ଆମେ ଏହାକୁ ଆହୁରି ସୁଦୃଢ଼ କରିବାକୁ ଚାହୁଁ। ଦଳ ସଂଖ୍ୟା ବଢ଼ାଇବାକୁ ନେଇ ବର୍ତ୍ତମାନ କୌଣସି ଯୋଜନା ନାହିଁ। ୩ଟି ସଂସ୍କରଣ ମଧ୍ୟରେ ଡବ୍ଲ୍ୟୁପିଏଲ୍‌ ଲୋକପ୍ରିୟ ହେବା ସହ ଷ୍ଟାଡିୟମରେ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଦେଖଣାହାରିଙ୍କ ସଂଖ୍ୟା ଖୁବ୍‌ ଉତ୍ସାହଜନକ ରହିଛି। ଏହା ମହିଳା କ୍ରିକେଟ କ୍ଷେତ୍ରରେ ନୂଆ ପ୍ରେରଣା ଯୋଗାଇଛି।

ଏଣୁ ଆମେ ଆଶା କରୁଛୁ, ଏହି ଅଭିବୃଦ୍ଧି ଜାରି ରହିବ ବୋଲି ଧୁମାଲ କହିଛନ୍ତି। ଡବ୍ଲ୍ୟୁପିଏଲ୍‌ ଏପର୍ଯ୍ୟନ୍ତ ଆଇପିଏଲ୍‌ ଭଳି ହୋମ୍‌ ଓ ଆଓ୍ବେ ଫର୍ମାଟ୍‌ରେ ଖେଳାଯାଇନାହିଁ। ବିସିସିଆଇ ଏହି ଟୁର୍ନାମେଣ୍ଟର ଗତ ସଂସ୍କରଣକୁ ବରୋଦା ଓ ଲକ୍ଷ୍ନୌ ଭଳି ଛୋଟ କେନ୍ଦ୍ର ସହ ମୁମ୍ବାଇ ଓ ବେଙ୍ଗାଲୁରୁରେ ଆୟୋଜନ କରିଥିଲା। ବୋର୍ଡ ୫ଟି ଦଳ ଯଥା ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ୟୁପି ଓ ଗୁଜରାଟକୁ ପ୍ରତିନିଧିତ୍ୱ କରୁଥିବା ଦଳର ବିକ୍ରିରୁ ୪୬୭୦ କୋଟି ଟଙ୍କା ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri