ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ: ବହୁ ଚର୍ଚ୍ଚିତ କଟାମୁଣ୍ଡ ମାମଲାରେ ଆସିଲା ବଡ଼ ରାୟ

ପାରଳାଖେମୁଣ୍ଡି, ୧୮।୦୫ (ଗିରିଧାରୀ ପରିଛା): ଗଜପତି ଜିଲାର କାଶୀନଗର ଥାନା ଅନ୍ତର୍ଗତ ସାରା ଗ୍ରାମର ୨୦୨୩ ମସିହାର ବହୁ ଚର୍ଚ୍ଚିତ ବିଭତ୍ସ ହତ୍ୟାକାଣ୍ଡ ମାମଲାର ଶୁଣାଣି କରି ସୋମବାର ମାନ୍ୟବର ଜିଲା ଦୌରା ଜଜ ଜଗଦୀଶ ପ୍ରସାଦ ମହାନ୍ତି ମୁଖ୍ୟ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ମାମଲାରେ କାଶୀନଗର ଥାନା ଅନ୍ତର୍ଗତ ସାରା ଗ୍ରାମର ଚନ୍ଦ୍ରଶେଖର କାର୍ଜି ଓରଫ ମୁନା (୩୯)ଙ୍କୁ ଧାରା ୩୦୨ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ୧୫ ହଜାର ଟଙ୍କା ଜରିମାନା ଶୁଣାଯାଇଛି। ସେହିପରି ପ୍ରମାଣ ନଷ୍ଟ କରିବା ଅପରାଧରେ ଧାରା ୨୦୧ ଅନୁଯାୟୀ ଦୁଇ ବର୍ଷର ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ନିଦ୍ଦେର୍ଶ ମଧ୍ୟ ଦିଆଯାଇଛି। ଜରିମାନା ଅଦାୟ ନ ହେଲେ ଅତିରିକ୍ତ ଦୁଇ ମାସ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ନ୍ୟାୟାଧୀଶ ରାୟରେ ଉଲ୍ଲେଖ କରିଛନ୍ତି।

ସରକାର ପକ୍ଷରୁ ଭାରପ୍ରାପ୍ତ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ମାମଲାଟିର ପରିଚାଳନା କରିଥିଲେ। ତାଙ୍କୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଏମ୍. ଲୋକନାଦମ ଓ ଗୌରହରି କରସୁଧା ପଟ୍ଟନାୟକ ସହଯୋଗ କରିଥିଲେ।

ସୂଚନାଯୋଗ୍ୟ ଯେ, ୨୦୨୩ ମେ ୨୫ ତାରିଖରେ ଏତଲାକାରୀ ଯୁବରାଜ ସାହୁ (୬୦) ନିଜ ଜମିକୁ ଯାଇଥିବା ବେଳେ ତାଙ୍କ ଝିଅ ଲାବନ୍ୟା ଘର ଆଗରେ ବସିଥିଲେ। ସେତେବେଳେ ଅଭିଯୁକ୍ତ ଚନ୍ଦ୍ରଶେଖର କାର୍ଜି ଗୋଟିଏ ବ୍ୟାଗ ଆଣି ଲାବନ୍ୟାଙ୍କ ସମ୍ମୁଖରେ ରଖି ବ୍ୟାଗ ଖୋଲିବାକୁ କହିଥିଲେ। ବ୍ୟାଗ ଖୋଲିବା ପରେ ସେଥିରେ ଗୋଟିଏ କଟା ମୁଣ୍ଡ ଦେଖି ଲାବନ୍ୟା ଭୟଭୀତ ହୋଇ ପଡ଼ିଥିଲେ। ପରେ ଜଣାପଡ଼ିଥିଲା ଯେ ସେହି କଟା ମୁଣ୍ଡଟି ଅଭିଯୁକ୍ତଙ୍କ ସ୍ତ୍ରୀ ଉର୍ମିଳା କାର୍ଜିଙ୍କର ଥିଲା।

ଏହାପରେ ଲାବନ୍ୟା ଚିତ୍କାର କରିବାରୁ ଗ୍ରାମବାସୀମାନେ ଏକାଠି ହୋଇ ଅଭିଯୁକ୍ତଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ। ଅଭିଯୁକ୍ତ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଓ ବ୍ୟାଗକୁ ଲୁଚାଇ ଦେଇଥିବା ବେଳେ ପରେ ପୋଲିସ ହେପାଜତରେ ଦୋଷ ସ୍ୱୀକାର କରି ଲୁଚାଇଥିବା ରକ୍ତଲଗା ଟାଙ୍ଗିଆକୁ ଦେଖାଇଥିଲେ।

ପୋଲିସ କାଶୀନଗର ଥାନାରେ ମାମଲା ନମ୍ବର ୬୦/୨୩ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତତ୍କାଳୀନ ସବ୍-ଇନ୍ସପେକ୍ଟର ସିନ୍ଧୁ ସାରକା ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କୁ କୋର୍ଟକୁ ଚାଲାଣ କରିଥିଲେ।

ଏହି ମାମଲାରେ ୨୦ ଜଣ ସାକ୍ଷୀଙ୍କ ବଳିଷ୍ଠ ସାକ୍ଷ୍ୟ ଓ ଦଲିଲପତ୍ରକୁ ଆଧାର କରି ନ୍ୟାୟାଳୟ ଏହି ରାୟ ଦେଇଛନ୍ତି। ଅନ୍ୟ ଜଣେ ଅଭିଯୁକ୍ତଙ୍କ ଶୁଣାଣି ସମୟରେ ମୃତ୍ୟୁ ହୋଇଥିବାରୁ କେବଳ ମୁଖ୍ୟ ଅଭିଯୁକ୍ତଙ୍କୁ ଏହି ସଜା ଦିଆଯାଇଛି।

ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ କରି ଏପରି ଭୟାବହ କାଣ୍ଡ ଘଟାଇଥିବା କଥା ଅଭିଯୁକ୍ତ ଗ୍ରାମବାସୀଙ୍କ ସମ୍ମୁଖରେ ମାନିଥିଲେ। ତତ୍କାଳୀନ ସବ୍-ଇନ୍ସପେକ୍ଟର ସିନ୍ଧୁ ସାରକା ଉକ୍ତ ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କୁ କୋର୍ଟକୁ ଚାଲାଣ କରିଥିଲେ।

ଆଜି ୨୦ ଜଣ ବଳିଷ୍ଠ ସାକ୍ଷୀଙ୍କ ସାକ୍ଷ୍ୟ ଓ ଦସ୍ତାବିଜକୁ ଆଧାର କରି ଜିଲ୍ଲା ଦୌରା ଜଜ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡର ସଜା ଶୁଣାଇଛନ୍ତି।
ମାମଲାର ଅନ୍ୟ ଜଣେ ଅଭିଯୁକ୍ତଙ୍କ ଶୁଣାଣି ସମୟରେ ମୃତ୍ୟୁ ଘଟିଥିବାରୁ କେବଳ ମୁଖ୍ୟ ଅଭିଯୁକ୍ତଙ୍କୁ ଏହି ସଜା ଦିଆଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri