ବ୍ଳକ ପ୍ରଶାସନ ବିରୋଧରେ ସରପଞ୍ଚ ସଂଘର ରଣ ହୁଙ୍କାର: ଆନ୍ଦୋଳନ ପାଇଁ ଦେଲେ ଚେତାବନୀ, ବିଧାୟକ,ଏମ୍‌ପିଙ୍କୁ..

ଦିଗପହଣ୍ଡି,୧୮।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା -ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟରେ ଅବସ୍ଥାପିତ ପ୍ରଶାସନିକ ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ , ସମିତିସଭ୍ୟ, ଜିଲା ପରିଷଦ ସଦସ୍ୟ ଏପରିକି ସାଧାରଣଜନତା ଦୁର୍ବ୍ୟବହାରର ଶିକାର ହେଉଥିବା ନେଇ ସାଙ୍ଘାତିକ ଅଭିଯୋଗ ହୋଇଛି। କିଛି ନିର୍ଦ୍ଦିଷ୍ଟ ଅଧିକାରୀ ପଞ୍ଚାୟତିରାଜ ନିୟମର ଉଲଂଘନ କରି ମନଇଛା କାର୍ଯ୍ୟ କରୁଛନ୍ତି। ପ୍ରତିବାଦରେ ସୋମବାର ଦିଗପହଣ୍ଡି ବ୍ଳକ ସରପଞ୍ଚ ସଂଘ ପକ୍ଷରୁ ପଦ୍ମନାଭପୁର ଗ୍ରାମସ୍ଥିତ ଶ୍ରୀ ନୀଳକଣ୍ଠେଶ୍ବର ଶୈବପୀଠ ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ସରପଞ୍ଚ ସଂଘ ବ୍ଲକ ସଭାପତି ତଥା କରପଡା ପଞ୍ଚାୟତ ସରପଞ୍ଚ ଫନିନ୍ଦ୍ର ଚନ୍ଦ୍ର ଗୋସ୍ବାମୀ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଉପସ୍ଥିତ ବହୁ ସଂଖ୍ୟକ ସରପଞ୍ଚ ସେମାନଙ୍କ ସମସ୍ୟା ନେଇ ସଂଘ ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ନିର୍ଦ୍ଦିଷ୍ଟ ପ୍ରଶାସନିକ ଅଧିକାରୀଙ୍କ ହାମବଡା ନୀତିକୁ ତୀବ୍ର ସମାଲୋଚନା କରିବା ସହ ଏଠାରୁ ତାଙ୍କୁ ଶୀଘ୍ର ବଦଳି କରିବାକୁ ଦାବି କରିଥିଲେ। ପରେ ସରପଞ୍ଚ ସଂଘ ପକ୍ଷରୁ ପ୍ରସ୍ତୁତ ୮ ଦଫା ଦାବି ପୂରଣ ନେଇ ସ୍ଥାନୀୟ ବିଧାୟକ , ବ୍ରହ୍ମପୁର ଏମ.ପି ଙ୍କୁ ଅନଲାଇନ ମାଧ୍ୟମରେ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରେରଣ କରାଯାଇଥିଲା । ବ୍ଳକ କାର୍ଯ୍ୟାଳୟର ବିଭିନ୍ନ ପ୍ରଶାସନିକ କାର୍ଯ୍ୟରେ ସରକାରୀ ନୀତି ନିୟମକୁ ଅଣଦେଖା କରାଯାଉଛି। ପ୍ରତିବାଦ କଲେ ଜନ ପ୍ରତିନିଧିଙ୍କୁ ଅପମାନ କରାଯାଉଥିବା ସରପଞ୍ଚ ସଂଘ ପକ୍ଷରୁ ସ୍ମାରକପତ୍ରରେ ଦର୍ଶାଯାଇଛି। ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଇଁ ହିତାଧିକାରୀ ଚୟନ , ରାଶନ କାର୍ଡ ସମେତ ଗ୍ରାମସଭାରେ ପାରିତ ଅନ୍ତୋଦୟ ଗୃହ ଯୋଜନାରେ ହିତାଧିକାରୀଙ୍କ ତାଲିକାକୁ ସରପଞ୍ଚମାନଙ୍କ ସୁପାରିଶରେ ପ୍ରଶାସନିକ ମଞ୍ଜୁରୀ କରାଯିବା , ବିଏଫଓମାନଙ୍କୁ ବ୍ଳକ କାର୍ଯ୍ୟାଳୟରୁ ସାମୁହିକ ବଦଳି କରାଯିବା, ସରପଞ୍ଚଙ୍କ ବିନା ସୁପାରିଶରେ ପଞ୍ଚାୟତ ନିର୍ବାହୀ ଅଧିକାର ଅଧିକାରୀଙ୍କ ଛୁଟି ମଞ୍ଜୁର କରାନଯିବା , ବିଡ଼ିଓଓ କାର୍ଯ୍ୟାଳୟର ନିର୍ଦ୍ଦିଷ୍ଟ ଅଧିକାରୀମାନଙ୍କ ପକ୍ଷରୁ ହେଉଥିବା ଦୁର୍ବ୍ୟବହାର ବନ୍ଦ କରାଯିବା ଆଦି ରହିଛି। ସେହିପରି ବହୁ ପ୍ରତିକ୍ଷୀତ ଛେଳିଗଡ ଜଳସେଚନ ଯୋଜନା ଓ ଘୋଡାହାଡ ଡ୍ୟାମରୁ ଚାଲିଥିବା ମେଗା ଜଳଯୋଗାଣ ପ୍ରକଳ୍ପକୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରାଯିବା, ଗୋପାଳପୁର ଠାରୁ ଭାୟା ଦିଗପହଣ୍ଡି ,ଭୀଷ୍ମଗିରି ଦେଇ ରାୟଗଡ଼ା ନୂତନ ରେଳ ଲାଇନର ପୂର୍ବ ସର୍ଭେକୁ କାର୍ଯ୍ୟକାରୀ କରିବା, ଗ୍ରାମସଭାର ବିନା ଅନୁମୋଦନରେ ଭିବିରାମଜି ଯୋଜନାରେ ସାମିଲ ଶ୍ରମିକଙ୍କୁ ତାଲିକାରୁ ବାଦ ଦିଆନଯିବା, ବିଭିନ୍ନ ପ୍ରସ୍ତାବିତ ପ୍ରକଳ୍ପ ଅନୁମୋଦନ ପୂର୍ବରୁ ସରପଞ୍ଚଙ୍କ ମତାମତକୁ ପ୍ରାଧାନ୍ୟ ଦେବା ପ୍ରଭୃତି ସରପଞ୍ଚ ସଂଘ ପକ୍ଷରୁ ଦାବି କରାଯାଇଛି । ଏହି ବୈଠକରେ ସରପଞ୍ଚ ମନୋରଞ୍ଜନ ଗୈାଡ , ରଞ୍ଜନ କୁମାର ସାହୁ , ଲିଙ୍ଗରାଜ ଦୋରା , ବିଜୟ କୁମାର ପ୍ରଧାନ , ସୀତାରାମ ସେଠୀ , ଦୀନବନ୍ଧୁ ସେଠୀ , ରଶ୍ମୀତା ପ୍ରଧାନ , ଗିତାଞ୍ଜଳୀ ଜାନୀ , ବି. ସନ୍ଧ୍ୟାରାଣୀ ସୁବୁଦ୍ଧି , ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ ପ୍ରଧାନ, ଚିତ୍ରସେନ ଗୌଡ , ରବିଚନ୍ଦ୍ର ଗୌଡ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବିଡ଼ିଓ ଅନାମିକା ପାଣ୍ଡେଙ୍କୁ ଏନେଇ ପଚାରିବାରୁ ସେ ସମସ୍ତ ଅଭିଯୋଗ ଗୁଡ଼ିକୁ ଅସ୍ବୀକାର କରିଛନ୍ତି। ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଇଁ ହିତାଧିକାରୀ ବୃନ୍ଦ ଅନଲାଇନରେ ଆବେଦନ କରୁଛନ୍ତି। ପଞ୍ଚାୟତରେ ଭତ୍ତା ପାଉଥିବା କୌଣସି ହିତାଧିକାରୀ ମୃତ୍ୟୁବରଣ କଲେ ସେହି ପଞ୍ଚାୟତର ଦରଖାସ୍ତ କରିଥିବା ହିତାଧିକାରୀଙ୍କୁ ଡେଥ ଭେକେନସି ଅନୁଯାୟୀ ଭତ୍ତା ପାଇଁ ଚୟନ କରାଯାଉଛି। ତେଣୁ ସରପଞ୍ଚ ବୃନ୍ଦ ତାଙ୍କ ପଞ୍ଚାୟତରେ ୧୦ ଜଣଙ୍କୁ ଭତ୍ତା ଦେବା ପାଇଁ ସୁପାରିଶ କଲେ ତାହା ସମ୍ଭବ ନୁହେଁ।ବିଭିନ୍ନ ପ୍ରକଳ୍ପ ପାଇଁ ଗ୍ରାମସଭାର ଅନୁମୋଦନ କରାଯାଉଛି।ତେଣୁ ସରପଞ୍ଚମାନଙ୍କ ମତାମତ କୁ ହିଁ ଗ୍ରାମସଭାରେ ଅଗ୍ରାଧିକାର ଦିଆଯାଉଛି । କୌଣସି ନିର୍ବାଚିତ ଜନ ପ୍ରତିନିଧିମାନଙ୍କୁ ବ୍ଲକ କାର୍ଯ୍ୟାଳୟରେ ଅଣଦେଖା କିମ୍ବା ଅପମାନିତ ,ଦୁର୍ବ୍ୟବହାର କରାଯିବା ଅଭିଯୋଗ ନୀରାଧାର ଓ ଅସତ୍ୟ । କିଛି ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପ ତାଙ୍କ ଦୃଷ୍ଟିକୁ ଆସିନାହିଁ।ତେଣୁ ନିର୍ଦ୍ଦିଷ୍ଟ ଅଭିଯୋଗ ମିଳିଲେ ସେ ତଦନ୍ତ କରି ଆବଶ୍ୟକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର

ମୁମ୍ବାଇ,୬।୧୦: ଭାରତର ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଏବେ ମୁମ୍ବାଇର ରଣଜୀ…

ୱାଇଡ ବଲ୍‌ରେ ସିଧା ଛକା! କ୍ରିକେଟ୍‌ରେ ଘଟିଲା ଅଜବ ଘଟଣା, ଦେଖନ୍ତୁ Video

ନୂଆଦିଲ୍ଲୀ,୫।୧୦: କ୍ରିକେଟ୍‌ରେ ୱାଇଡ ବଲ ବାଉଣ୍ଡାରୀ ପାର କରିବା ଦୃଶ୍ୟ ଦର୍ଶକମାନେ ଅନେକ ଥର ଦେଖିଛନ୍ତି। ବିଶେଷକରି ଉଇକେଟକିପରଙ୍କ ପହଞ୍ଚରୁ ଦୂରକୁ ଯାଇଥିବା ୱାଇଡ ବଲ ବାଉଣ୍ଡାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?