Posted inଜାତୀୟ

୧୪ ବର୍ଷ ଝିଅର କଥା ଶୁଣି ଚୁପ୍‌ଚାପ୍‌ ଏମିତି କାମ କରିଦେଲେ ମୁଖ୍ୟମନ୍ତ୍ରୀ ବିଜୟ: ଚାରିଆଡ଼େ ଚର୍ଚ୍ଚା

ଚେନ୍ନାଇ,୧୮।୫: ଅଭିନେତାରୁ ରାଜନେତା ହୋଇଥିବା ଥଲାପତି ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରଠାରୁ ଚର୍ଚ୍ଚାରେ ଅଛନ୍ତି। ସେ ପୁଣି ଥରେ ଏପରି ଏକ ପଦକ୍ଷେପ ନେଇଛନ୍ତି ଯାହା ସାଧାରଣ ଲୋକଙ୍କଠାରୁ ପ୍ରଶଂସା ପାଇଛି। ବିଶେଷକରି ବିଜୟ ତାଙ୍କ ଭିଆଇପି ଚେୟାର ପଛରେ ପଡିଥିବା ଧଳା ଟାଓ୍ବେଲ୍‌କୁ କାଢ଼ି ଦେଇଛନ୍ତି। ସରକାରୀ କାର୍ଯ୍ୟାଳୟରେ ଭିଆଇପି ଚେୟାର ଉପରେ ଧଳା ଟାଓ୍ବେଲ୍‌ ପଡିବା ଏକ ସାଧାରଣ କଥା। ଏହି ଧଳା ଗାମୁଛା ପୂର୍ବରୁ ବିଜୟଙ୍କ ଚେୟାରରେ ମଧ୍ୟ ଥିଲା; କିନ୍ତୁ ସେ ଏବେ ଚୁପଚାପ ଏହାକୁ କାଢ଼ି ଦେଇଛନ୍ତି। ଜଣେ ୧୪ ବର୍ଷୀୟା ଝିଅ ଦ୍ୱାରା କରାଯାଇଥିବା ଅନୁରୋଧର ଜବାବରେ ସେ ଏହି ପଦକ୍ଷେପ ନେଇଛନ୍ତି।

ଏହା ଉଲ୍ଲେଖନୀୟ ଯେ, ଲିସିପ୍ରିୟା କାଙ୍ଗୁଜାମ ଜଣେ ଜଳବାୟୁ କର୍ମୀ। ମାତ୍ର ୧୪ ବର୍ଷୀୟା କାଙ୍ଗୁଜାମ ବିଜୟଙ୍କୁ ଏକ ନିର୍ଦ୍ଦିଷ୍ଟ ନିବେଦନ କରିଥିଲେ। କାଙ୍ଗୁଜାମ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଥିଲେ। ଏଥିଷର ସେ ବିଜୟଙ୍କୁ ଟ୍ୟାଗ୍‌ କରିଥିଲେ। ତାଙ୍କ ପୋଷ୍ଟରେ ସେ ଲେଖିଛନ୍ତି, ନମସ୍ତେ @TVKVijayHQ ମହାଶୟ, ଆମେ କ’ଣ ଭାରତରେ ଏହି ‘ଟାୱେଲ ସଂସ୍କୃତି’ – ଭିଆଇପି ଚେୟାରରେ ଟାୱେଲ ରଖିବାର ଅଭ୍ୟାସକୁ ବନ୍ଦ କରିପାରିବା? ଲୋକମାନେ ପୂର୍ବରୁ ଜାଣନ୍ତି ଯେ ଭାରତରେ ମୁଖ୍ୟମନ୍ତ୍ରୀ ଭିଆଇପି। ଏହି ‘ଟାୱେଲ ସଂସ୍କୃତି’କୁ ମନ୍ତ୍ରୀ, ବ୍ୟୁରୋକ୍ରାଟ ଏବଂ ଏପରିକି କନିଷ୍ଠ ଅଧିକାରୀମାନେ ଅନୁକରଣ କରୁଛନ୍ତି। ମହାଶୟ ଆପଣ ସମସ୍ତଙ୍କ ପାଇଁ ପ୍ରେରଣା। ଏହି ପରିବର୍ତ୍ତନ ଆରମ୍ଭ କରିବାର ଶକ୍ତି ଆପଣଙ୍କ ପାଖରେ ଅଛି।

କାଙ୍ଗୁଜାମଙ୍କ ନିବେଦନର ୨୪ ଘଣ୍ଟା ମଧ୍ୟରେ ଥଲାପତି ବିଜୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ। କୌଣସି ସରକାରୀ ଘୋଷଣା ବିନା, ସେ ଚୁପଚାପ ତାଙ୍କ ଚେୟାରରୁ ଧଳା ଟଓ୍ବେଲ୍‌ଟିକୁ ହଟାଇ ଦେଇଥିଲେ। କଙ୍ଗୁଜାମ ପରବର୍ତ୍ତୀ ସମୟରେ ଏହି ପଦକ୍ଷେପ ନେବା ପାଇଁ ବିଜୟଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ। ସେ ଆଉ ଏକ ଟୁଇଟ୍‌ କରି ଲେଖିଛନ୍ତି, ଧନ୍ୟବାଦ, ବିଜୟ ମହାଶୟ। ଆପଣଙ୍କର ଏହି ପଦକ୍ଷେପ ପ୍ରମାଣ କରେ ଯେ ଆପଣ ସାଧାରଣ ଲୋକଙ୍କ ସ୍ବର ଶୁଣୁଛନ୍ତି। ଆମେ ଏହାକୁ ପସନ୍ଦ କରୁ କି ନ କରୁ କିନ୍ତୁ ପରିବର୍ତ୍ତନ ଆସୁଛି।

ମୁଖ୍ୟମନ୍ତ୍ରୀ ବିଜୟଙ୍କ ଏହି ପଦକ୍ଷେପକୁ ବର୍ତ୍ତମାନ ତାମିଲନାଡୁ ରାଜନୀତିରେ ଏକ ନୂତନ କାର୍ଯ୍ୟଶୈଳୀର ସଙ୍କେତ ଭାବରେ ଦେଖାଯାଉଛି। ସୋସିଆଲ ମିଡିଆରେ ଅନେକ ଲୋକ ଏହାକୁ ‘ଭିଆଇପି ସଂସ୍କୃତି’ ଠାରୁ ଦୂରେଇ ରହିବା ପାଇଁ ଏକ ସକାରାତ୍ମକ ପଦକ୍ଷେପ ଭାବରେ ପ୍ରଶଂସା କରିଛନ୍ତି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?