ପେଟ୍ରୋଲ ପମ୍ପ ଉପରେ ଅଚାନକ ଚଢାଉ କଲେ ଜିଲାପାଳ, ଏସପି: କହିଲେ ଜିଲାରେ ଆହୁରି ଏତେ ଲିଟର ତେଲ ଗଚ୍ଛିତ

ଭବାନୀପାଟଣା,୧୮।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ତୈଳ ଯୋଗାଣ ବିତରଣରେ ଅନିୟମିତତା ହେଉଥିବାର ଅଭିଯୋଗ ଆସିଛି। ଯାହାକୁ ନେଇ ସୋମବାର ଜିଲାପାଳ ପାୱାର ସଚିନ ପ୍ରକାଶ,ଏସପି ନାଗରାଜ ଦେବରକୋଣ୍ଡା ଓ ଯୋଗାଣ ଅଧିକାରୀ ଅଜୟ କୁମାର ମଲ୍ଲିକ ମିଳିତ ଭାବରେ ଜିଲାର ମୁଖ୍ୟାଳୟ ଭବାନୀପାଟଣା ସହରର ବିଭିନ୍ନ ପେଟ୍ରୋଲ ପମ୍ପ ଉପରେ ଅଚାନକ ଚଢାଉ କରିଥିଲେ । ଚଢାଉ ସମୟରେ ପଣ୍ଡା ଫୁଏଲସରେ ୧୨,୮୯୧ ଲିଟର ଡିଜେଲ ଏବଂ ୧୩୨୪୫ ଲିଟର ପେଟ୍ରୋଲ ଗଚ୍ଛିତ ଥିବା ଜଣା ପଡିଥିଲା। ସେହିପରି ପ୍ରଧାନ ଫୁଏଲସରେ ୫୦୩୮ ଲିଟର ଡିଜେଲ ଏବଂ ୬୮୮୦ ଲିଟର ପେଟ୍ରୋଲ ଗଚ୍ଛିତ ଥିବା ଜଣାପଡିଥିଲା । ବର୍ତ୍ତମାନ ସୁଦ୍ଧା ଜିଲାରେ ୪,୫୦,୮୨୫ ଲିଟର ଡିଜେଲ ଏବଂ ୬,୧୩,୯୭୮ ଲିଟର ପେଟ୍ରୋଲ ଗଚ୍ଛିତ ଅଛି । ଯଥେଷ୍ଟ ପରିମାଣରେ ପେଟ୍ରୋଲ ଓ ଡିଜେଲ ମହଜୁଦ ଥିବା ଓ ନିୟମିତ ଯୋଗାଣ ଜାରି ରହିଥିବାରୁ ଜିଲାପାଳ, ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ । ଆତଙ୍କିତ ନ ହୋଇ ପେଟ୍ରୋଲ ପମ୍ପମାନଙ୍କରେ ଭିଡ ନ ଜମାଇବା ପାଇଁ ଲୋକଙ୍କୁ ଜିଲାପାଳ ଅନୁରୋଧ କରିଥିଲେ। ଅନ୍ୟପକ୍ଷରେ, ତୈଳ ମହଜୁଦକାରୀ ଓ କଳାବଜାରୀ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଆଇନ – ୧୯୫୫ ଅନୁଯାୟୀ କଠୋର କାର୍ଯାନୁଷ୍ଠାନ ନେବାକୁ ଜିଲା ଯୋଗାଣ ଅଧିକାରୀ, ସମସ୍ତ ବିଡିଓ ଓ ତହସିଲଦାରଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିବାବେଳେ ହତ୍ୟା: ବ୍ୟବଚ୍ଛେଦ ପାଇଁ ଖଟିଆରେ ବୁହା ହୋଇ ଆସିଲା ମୃତଦେହ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୫ା୭(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ନିରାକାର ପରିଡ଼ାଭ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କଣ୍ଟିପାଳ ପଞ୍ଚାୟତ ପଇତାପାଣି ଗ୍ରାମରେ ଗତ ଜୁଲାଇ ୩ ତାରିଖ ରାତିରେ ଶୋଇଥିବାବେଳେ ଏକ…

ଡ୍ରେନେଜ ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ: ଅସମ୍ପୁର୍ଣ୍ଣ କାମ ସାରିବାକୁ ନିର୍ଦ୍ଦେଶ

ବରଗଡ଼,୫।୭(ପ୍ରେମାନନ୍ଦ ଖମାରୀ): ଲଗାଣ ବର୍ଷା ଯୋଗୁ ବରଗଡ଼ ସହରସ୍ଥିତ ସରକାରୀ ବସଷ୍ଟାଣ୍ଡ ସମେତ ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇ ପଡ଼ିଥିଲା। ଡ୍ରେନେଜ ଅବ୍ୟବସ୍ଥା ଯୋଗୁ ପ୍ରଥମ ବର୍ଷାରେ…

ବଉଳା କୁମ୍ଭୀରଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ: ମା’ ଅଣ୍ଡାଦାନସ୍ଥଳରେ ଜଗି ରହିଥିବାବେଳେ ପୁରୁଷ କୁମ୍ଭୀର…

ମହାକାଳପଡ଼ା,୫ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ମହାନଦୀ ତ୍ରିକୋଣଭୂମି ଅବବାହିକା ଶାଖା ନଦୀ, ନାଳ ଘେରାରେ ବଉଳା କୁମ୍ଭୀରଙ୍କ ଅଣ୍ଡାଦାନ ପ୍ରକ୍ରିୟା…

ପୁଣି ଅଡୁଆରେ ଜଳସମ୍ପଦ ବିଭାଗ :ବ୍ରିଜ ନିର୍ମାଣରେ ତ୍ରୁଟି ଅଭିଯୋଗ, ତେଜିଲା ଅସନ୍ତୋଷ

ବରଗଡ଼,୫।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜଳସମ୍ପଦ ବିଭାଗର ବିବାଦ ପିଛା ଛାଡୁନାହିଁ। ବରଗଡ଼-ଭେଡ଼େନ କେନାଲରେ ବକ୍ସ କଣ୍ଡୁଇଟ୍‌ (କେନାଲ ସୌନ୍ଦର୍ଯ୍ୟକରଣ ପାଇଁ ତିଆରି ହୋଇଥିବା କାର୍ଯ୍ୟ) ନିର୍ମାଣରେ ଅନିୟମିତତା…

ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର: ବାଇକ୍‌ରେ ଗଲା ମୃତଦେହ

ଲଇକେରା, ୫।୭ (ରଞ୍ଜନ କୁମାର ମେହେର): ଝାରସୁଗୁଡ଼ା ଜିଲା ଲଇକେରା ବ୍ଲକ ଅନ୍ତର୍ଗତ ଭାତଲଇଡା ପଞ୍ଚାୟତର ଉଡ଼ିଆପାଲି ଗ୍ରାମରୁ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଏକ ହୃଦୟବିଦାରକ ଓ ଲଜ୍ଜାଜନକ…

ବିଶିଷ୍ଟ ଲୋକ ଗାୟିକା ତୀଜନ ବାଈଙ୍କ ପରଲୋକ: ୭୦ ବର୍ଷ ବୟସରେ ଏମ୍ସ ରାୟପୁରରେ ଛାଡିଲେ ଶେଷ ନିଶ୍ୱାସ…

ନୂଆଦିଲ୍ଲୀ,୫/୭: ଖ୍ୟାତନାମା ଲୋକ ଗାୟିକା ତୀଜନ ବାଈଙ୍କର ପରଲୋକ ହୋଇଯାଇଛି। ୭୦ ବର୍ଷ ବୟସରେ ସେ ରାୟପୁର ଏମ୍ସ (AIIMS)ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି…

ଦାରିଙ୍ଗବାଡି ଅଞ୍ଚଳରେ ଲଗାଣ ବର୍ଷା: ସିମନବାଡି–ତିଲୋରୀ ଯାତାୟାତ ଠପ୍

ଦାରିଙ୍ଗବାଡି, ୫।୭ (ଅରୁଣ ସାହୁ): କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକରେ ଗତ କିଛିଦିନ ଧରି ଲଗାଣ ବର୍ଷା ଜାରି ରହିଥିବାରୁ ଜନଜୀବନ ବେହାଲ ହୋଇପଡ଼ିଛି। ଲଗାଣ ବର୍ଷା…

ବର୍ଷା ପାଇଁ ଭଞ୍ଜନଗର ୱାଟର ପାର୍କବନ୍ଦ: ଜଳଭଣ୍ଡାରର ଜଳସ୍ତର ବୃଦ୍ଧି

ଭଞ୍ଜନଗର, ୫।୭ (ବାବୁଲା ପ୍ରଧାନ): ମୌସୁମୀ ବର୍ଷା ଆରମ୍ଭ ହେବା ସହ ଭଞ୍ଜନଗର ୱାଟର ପାର୍କରେ ପର୍ଯ୍ୟଟକଙ୍କ ସଂଖ୍ୟା ଯଥେଷ୍ଟ କମିଯାଇଛି। ଅନ୍ୟପକ୍ଷରେ ପରିଚାଳନା ଖର୍ଚ୍ଚ ବଢ଼ିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri