ଓଲଟିଲା ବରଯାତ୍ରୀ ଗାଡ଼ି: ଡ୍ରାଇଭର ମୃତ, ୬ ଗୁରୁତର

କୋକସରା,୨୧ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ନଂ. ଜାତୀୟ ରାଜପଥର କଳାହାଣ୍ଡି ଜିଲା କୋକସରା ଥାନା ଚିଲିଗୁଡା ଗାଁ ନିକଟରେ ଶୁକ୍ରବାର ଏକ ବରଯାତ୍ରୀ ଗାଡି ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା। ଏଥିରେ ଗାଡ଼ି ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ୬ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଜୁନାଗଡ଼ ଥାନା ବରଗାଁ ଗ୍ରାମର ଭଜନ କର।
ସୂଚନା ଅନୁସାରେ ଜୁନାଗଡ଼ ବ୍ଲକ ବରଗାଁରୁ ଗୁରୁବାର ଟାଭେରା କାର୍‌ରେ ବରଯାତ୍ରୀ ଦଳ ଛତିଶଗଡ଼ ରାଜ୍ୟ କେରଣ୍ଡୁଲରୁ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ବେଳେ ଶୁକ୍ରବାର ଭୋର ୪ଟା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ କେତେଜଣ ଯୁବକ ପହଞ୍ଚତ୍ କାର୍‌ରୁ ଗୁରୁତରଙ୍କୁ ଉଦ୍ଧାର କରିବା ସହ କୋକସରା ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିବା ସହ ଗୁରୁତରଙ୍କୁ ଦମକଳ ଗାଡିରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡ୍ରାଇଭର ଭଜନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୁରୁତର ଥିବା ସୁବାସ ଖମାରି (୫୫), ବବିଲୁ ହରିଜନ (୧୭), ସୁମନ୍ତ କର (୨୫), ଧର୍ମରାଜ କର(୩୨), ଅରୁପ ଖମାରି (୨୨) ଓ ତୋଫାନ ସୁନାନୀ (୧୬)ଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣାକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ଥାନାରେ ଏକ ମାମଲା (ନଂ.୯୨/୨୫) ରୁଜୁ କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ସ୍ତ୍ରୀ ପାଇଁ ପ୍ରଥମ ସ୍ତ୍ରୀଙ୍କ ଭରଣପୋଷଣ ଅଣଦେଖା କରିପାରିବ ନାହିଁ: ହାଇକୋର୍ଟ

ଆହ୍ଲାବାଦ୍,୧୯ା୧୨: ସ୍ୱାମୀ ଯଦି ଦ୍ୱିତୀୟ ସ୍ତ୍ରୀଙ୍କୁ ଆର୍ଥିକ ସହାୟତା କରିବାରେ ସକ୍ଷମ, ତେବେ ଏହା ପ୍ରଥମ ସ୍ତ୍ରୀଙ୍କ ଭରଣପୋଷଣ ଦାବିକୁ ପ୍ରତ୍ୟାଖ୍ୟାନ କରିବାର କାରଣ ହୋଇପାରିବ...

ଆମେରିକାରେ ଲାଗିବ ନିଆଁ! ଟ୍ରମ୍ପଙ୍କ ମୁହଁ ଉପରେ ଏଭଳି ଚେତାବନୀ ଦେଲା ଚାଇନା, ବିଶ୍ୱରେ ଚହଳ

ବେଜିଂ,୧୯।୧୨: ଟ୍ରମ୍ପ ନିକଟରେ ଏକ ପଦକ୍ଷେପ ନେଇଛନ୍ତି ଯାହାକୁ ଶୁଣି ଚାଇନାର ନିଦ ହଜିଯାଇଛି। ହେଲେ ଏହାକୁ ନେଇ ଚୁପ୍‌ ବସିନି ଚାଇନା। ଏହାରି ଭିତରେ...

ବିଶ୍ୱର ଏକମାତ୍ର ବୁଲେଟ୍‌ ପ୍ରୁଫ୍‌ ପ୍ରାଣୀ, AK-47 ଗୁଳି ବି କରିବ ନାହିଁ ପ୍ରଭାବିତ, ଜାଣିଲେ…

ସାରା ବିଶ୍ୱରେ ଲକ୍ଷଲକ୍ଷ ପ୍ରଜାତିର ପ୍ରାଣୀ ଦେଖିବାକୁ ମିଳିଥାନ୍ତି। କିଛି ଜୀବ ଅନନ୍ୟ ଗଠନ ପାଇଁ ଜଣାଶୁଣା ଥିବାବେଳେ ଆଉ କିଛି ସେମାନଙ୍କର ଆକ୍ରମଣାତ୍ମକତା ପାଇଁ...

ଭାଙ୍ଗିପଡ଼ିଲେ ୟୁନୁସ: ଶୋକ ପ୍ରକାଶ କରି କହିଲେ…

ଢାକା,୧୯।୧୨: ଗତବର୍ଷ ବାଂଲାଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ହିଂସାତ୍ମକ ଆନ୍ଦୋଳନ ଆରମ୍ଭ କରିଥିବା ବିରୋଧୀ ନେତା ଉସମାନ ହାଦିଙ୍କ ସିଙ୍ଗାପୁରରେ ମୃତ୍ୟୁ ହୋଇଥିଲା।...

ଦେଶରେ ୨୦% ଖାଦ୍ୟ-ପାନୀୟ ଅପମିଶ୍ରିତ: ୫ ବର୍ଷରେ ଏତିକି ଲୋକଙ୍କୁ ମିଳିଲାନି ଦଣ୍ଡ, ୨୫୭ କୋଟି ଜରିମାନା

ଭୁବନେଶ୍ୱର,୧୯।୧୨: ଦେଶରେ ଖାଦ୍ୟ ଏବଂ ପାନୀୟ ସାମଗ୍ରୀରେ ଅପମିଶ୍ରଣର ମାତ୍ରା ଅତ୍ୟନ୍ତ ଚିନ୍ତାଜନକ ରହିଛି। ରାଜ୍ୟସଭାରେ ଉପସ୍ଥାପିତ ସରକାରୀ ତଥ୍ୟ ଅନୁଯାୟୀ, ଗତ ପାଞ୍ଚ ବର୍ଷ...

ଶନିଙ୍କ ରାଶିରେ ଗ୍ରହମାନଙ୍କର ମହାସଂଯୋଗ: ଜାନୁଆରୀରୁ ବଦଳିବ ଏହି ରାଶିଗୁଡ଼ିକର ଭାଗ୍ୟ

୨୦୨୬ ବର୍ଷର ଆରମ୍ଭ ଜ୍ୟୋତିଷ ଦୃଷ୍ଟିକୋଣରୁ ଅତ୍ୟନ୍ତ ସ୍ବତନ୍ତ୍ର ହେବାକୁ ଯାଉଛି। ଜାନୁଆରୀ ମାସ, ଏହାର ଦ୍ରୁତ ଗ୍ରହ ଗତି ଏବଂ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ସହିତ,...

ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ, ୨୦% ପର୍ଯ୍ୟନ୍ତ ବଢ଼ିପାରେ ଦାମ୍

ନୂଆଦିଲ୍ଲୀ,୧୯ା୧୨:   ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ, ଆସନ୍ତା ବର୍ଷ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଉଭୟ ପ୍ଲାନର...

ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ପ୍ରେମ ସମ୍ପର୍କକୁ ନେଇ…

ବଲାଙ୍ଗୀର,୧୯।୧୨ : ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଅନତି ଦୂରରେ ଥିବା ଏକ କୁକୁଡା ଫାର୍ମର ପଛପଟ ଏକ ଗଛରେ ଜଣେ ଯୁବକଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri