ପୁଣି ଆମ୍ବଟାକୁଆ ମୃତ୍ୟୁ ପ୍ରସଙ୍ଗ ଉଠାଇଲା କଂଗ୍ରେସ: ମାଣ୍ଡିପଙ୍କାରେ ଜାତୀୟ କଂଗ୍ରେସ କମିଟି ସମ୍ପାଦିକା

ଦାରିଙ୍ଗବାଡି, ୨୦।୩ (ଅରୁଣ ସାହୁ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ବହୁ ଚର୍ଚ୍ଚିତ ଆମ୍ବ ଟାକୁଆ ଖାଇ ଗତ ନଭେମ୍ବର ରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଏଥିରେ ଗୁରୁତର ହୋଇଥିଲେ। ଉକ୍ତ ପ୍ରସଙ୍ଗକୁ ପୁଣି ଥରେ ୫ ମାସ ପରେ କଂଗ୍ରେସ ଉଠାଇଛି। ଗୁରୁବାର ଜାତୀୟ କଂଗ୍ରେସ କମିଟିର ସମ୍ପାଦିକା ରୋଜାଲିନା ତୀର୍କୀମାଣ୍ଡିପଙ୍କା ଗସ୍ତ କରିଛନ୍ତି। ସେ ପ୍ରଥମେ ଦାରିଙ୍ଗବାଡି ଡାକ ବଙ୍ଗଳାରେ ଅପରାହ୍ନ ୨.୩୦ରେ ପହଞ୍ଚିଥିଲେ। ସେଠାରେ ବ୍ଲକ ଓ ଜିଲା କଂଗ୍ରେସ ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ଅପରାହ୍ନ ସାଢେ ୪ ଟାରେ ସେ ମାଣ୍ଡିପଙ୍କାରେ ପହଞ୍ଚିଥିଲେ। ସେଠାରେ ଆମ୍ବଟାକୁଆ ଖାଇ ମୃତ୍ୟୁବରଣ କରିଥିବା ପରିବାରଙ୍କୁ ଭେଟି ଆଲୋଚନା କରିଥିଲେ। ପରେ ସେ ଗାଁ ମୁଖିଆଙ୍କଠାରୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଅକ୍ଟୋବର ଓ ନଭେମ୍ବର ସମୟରେ କୃଷି କ୍ଷେତ୍ର ରେ ଅମଳ ହୋଇନଥିବାରୁ ଚଳିବା ମୁସ୍କିଲ ହେଉଥିବା କହିଥିଲେ ଏଥିସହ ସରକାର କ୍ଷତିପୂରଣପ୍ରଦାନ କରିବେ ବୋଲି ବିଡ଼ିଓ ପ୍ରୀତିରଞ୍ଜନ ସୂଚନା ଦେଇଥିବା ଅଞ୍ଚଳବାସୀ ଜଣାଇଥିଲେ ଏବେ ମଧ୍ୟ କିଛି ନଳକୂପରୁ ଗୋଳିଆ ପାଣି ବାହାରୁଥିବା ମହିଳାମାନେ ଜଣାଇଥିଲେ।

ଏନେଇ ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦିକା ରୋଜାଲିନ ତିର୍କୀ କହିଥିଲେ, ତାଙ୍କୁ ଏଠାକୁ ଆସିବା ପାଇଁ ରାହୁଲ ଗାନ୍ଧୀ ନିର୍ଦ୍ଦେଶ ଦେଇଥିଲେ। ସେ ଏଠି ଯେଉଁ ପରିସ୍ଥିତି ଦେଖିଲେ ସେ ସମ୍ପର୍କରେ ରାହୁଲ ଗାନ୍ଧୀଙ୍କୁ ଅବଗତ କରାଇବି ବୋଲି କହିବା ସହ ମାଣ୍ଡିପଙ୍କାରେ ଘଟଣା ଘଟିବା ପରେ ସେ ନିଜେ ଓ ରାଜ୍ୟର ନେତୃତ୍ୱମଣ୍ଡଳୀ ସେତେବେଳେ ଓଡିଶାର ରାଜ୍ୟପାଳଙ୍କୁ ଭେଟି ମାଣ୍ଡିପଙ୍କା ର ଘଟଣା ଜଣାଇବା ସହ ଲୋକଙ୍କୁ ସାହାଯ୍ୟ କରିବାକୁ କୁହାଯାଇଥିଲା। କିନ୍ତୁ କେବଳ ରେଡ଼କ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ପ୍ରଦାନ କରି ଆଉ କ୍ଷତିପୂରଣ ଦିଆଯାଇ ନ ଥିବା ଉଦବେଗଜନକ ଘଟଣା ଏବେ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇବା ଶୁଣି ୪ ଲକ୍ଷ ଲେଖାଏ କ୍ଷତିପୂରଣ ବାବଦକୁ ସହାୟତା ରାଶି ଦିଆଯିବ ବୋଲି ପ୍ରଶାସନ ତତ୍ପରତା ହେଉଛନ୍ତି ବୋଲି ସମ୍ପାଦିକା ରୋଜାଲିନ ଏବଂ ଅନ୍ୟମାନେ କହିଛନ୍ତି। ସେହିପରି ଅଙ୍ଗନାୱାଡି କେନ୍ଦ୍ର, ବିଦ୍ୟାଳୟ ଓ ଅନ୍ୟ ସାହି ରାସ୍ତା ଆଦି ଅବହେଳିତ ହୋଇରହିଥିବା ଅଭିଯୋଗ ହେଉଥିବା କହିଛନ୍ତି।

ସୂଚନାଯୋଗ୍ୟ ଯେ, ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଖାଇ ୩ ମହିଳାଙ୍କ ମୃତ୍ୟୁପରେ ସରକାର ସେଠାରେ ନିୟମିତ ସାଧାରଣ ବଣ୍ଟନ ଚାଉଳକୁ ସଠିକ ସମୟରେ ବଣ୍ଟନ କରାଯାଉଥିବା ଓ ମାଣ୍ଡିପଙ୍କା ଗ୍ରାମରେ ବଣ୍ଟନ କେନ୍ଦ୍ର ବ୍ୟବସ୍ଥା, ସୋଲାର ପମ୍ପ ଯୋଗେ ଶୁଦ୍ଧ ଜଳ ଯୋଗାଣ, ପେଭର ରାସ୍ତା ନିର୍ମାଣ, ମାଣ୍ଡିପଙ୍କା ଠାରୁ କିଛି ଦୂରରେ ନେଟୱାର୍କ ବ୍ୟବସ୍ଥା ଆଦି କରାଯାଇଥିବା ମାଣ୍ଡିପଙ୍କାର ୱାର୍ଡ ସଭ୍ୟା ମଧୁସ୍ମିତା ବେହେରା ପାତ୍ର କହିଛନ୍ତି। ପ୍ରଦେଶ କମିଟିର ସମ୍ପାଦିକାଙ୍କ ଗସ୍ତ ସମୟରେ ଦକର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ପରିଡା,ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଯାକବ ପ୍ରଧାନ, ଫୁଲବାଣୀର ପୂର୍ବତନ ବିଧାୟକ ତଥା ପୂର୍ବତନ କନ୍ଧମାଳ ଏମପି ଅଭିମନ୍ୟୁ ବେହେରା,ଯୁବ କଂଗ୍ରେସ କର୍ମୀ ଆନସ ପ୍ରଧାନ, ଅମିର ଚାନ୍ଦ ନାୟକ, ଜିଲ୍ଲାପରିଷଦ ସଦସ୍ୟା ଦୀପିକା ମାଝୀ, ସମିତିସଭ୍ୟ ରୁଦା ମଲିକ, ସରପଞ୍ଚ କୁମାରୀ ମଲିକଙ୍କ ସମେତ ବହୁ ଦଳୀୟ କର୍ମୀ ମାଣ୍ଡିପଙ୍କା ଗସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

କେଏସୟୁବି କଲେଜ ପରିଦର୍ଶନ କଲେ ଏନସିସି ସିଓ, କ୍ୟାଡେଟ ମାନଙ୍କ ସୁବିଧା…

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ)-ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ଆର୍ମି ୱିଂଙ୍ଗ ବ୍ରହ୍ମପୁର ବାଟାଲିୟନର କମାଣ୍ଡିଂଙ୍ଗ ଅଫିସର(ସିଓ) ସମିର କର ଗୁରୁବାର ଗଞ୍ଜାମ ଜିଲା ଭଞ୍ଜନଗର କବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri