ପାରଳାଖେମୁଣ୍ଡିରେ ମେଡିକାଲ କଲେଜ ଖୋଲିବାକୁ ଦାବି ଜଣାଇଲେ ବିଧାୟକ

ଗଜପତି,୧୮।୩ି(ଗିରିଧାରୀ ପରିଛା): ବର୍ତ୍ତମାନ ବିଧାନସଭା ଅଧିବେଶନ ଚାଲୁ ରହିଥିବା ବେଳେ ପାରଳାଖେମୁଣ୍ଡି ବିଧାୟକ ଇଂ.ରୁପେଶ କୁମାର ପାଣିଗ୍ରାହୀ ପାରଳାଖେମୁଣ୍ଡିଠାରେ ଏକ ମେଡିକାଲ କଲେଜ ଖୋଲିବାକୁ ଦାବି ଜଣାଇଛନ୍ତି। ଏଥିସହ ଗଜପତି ଜିଲାରେ ସ୍ବାସ୍ଥ୍ୟ କର୍ମଚାରୀ ଅଭାବ ସମ୍ପର୍କରେ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ରଖି ସ୍ବାସ୍ଥ୍ୟମନ୍ତ୍ରୀ ଡଃ. ମୁକେଶ ମହାଲିଙ୍ଗ କହିଛନ୍ତି ଯେ ଗଜପତି ଜିଲାରେ ୧୨୫ ଡାକ୍ତର ପଦବୀ ମଧ୍ୟରୁ ୨୯ଟି ରହିଛନ୍ତି। ୧୪୪ ନର୍ସ ମଧ୍ୟରୁ ୪୬ ମାତ୍ର ଜଣ ରହିଛନ୍ତି (ସେଥିମଧ୍ୟରୁ ବିଭିନ୍ନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଅବସ୍ଥାପିତ),୨୪ଟି ଫାର୍ମାସିଷ୍ଟରୁ ୯ ଜଣ କାର୍ଯ୍ୟରତ ଅଛନ୍ତି। ପରୀକ୍ଷାଗାର ଟେକ୍ନିସିୟାନ ପଦବୀରେ ୧୪ ଜଣରୁ ମାତ୍ର ୪ ଜଣ ଅବସ୍ଥାପିତ ହୋଇଛନ୍ତି ଏବଂ ରେଡିଓଗ୍ରାଫର ୫ଟି ପଦବୀ ଥିବା ବେଳେ କେବଳ ଜଣେ ଅଛନ୍ତି।

ଉପରୋକ୍ତ ପଦବୀ ପୂରଣ ପାଇଁ ନିଜ ଉତ୍ତରରେ ସାସ୍ଥ୍ୟ ମନ୍ତ୍ରୀ କହିଲେ ଓପିଏସ୍‌ସିକୁ ଏ ବିଷୟରେ ଅବଗତ କରାଯାଇଛି। ୫୨୪୮ ଡାକ୍ତର(ଗ୍ରୁପ ଏ-ଜେବି ପଦବୀରେ) ଆବଶ୍ୟକ ଉପରେ ଚିଠି ନଂ ୪୫୭୯ ତା-୧୨.୨.୨୫ରେ ପଠାଯାଇଛି। ଏଦିଗରେ ଓପିଏସ୍‌ସିର ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି। ଏହାଛଡା ଅନ୍ୟ ଦାବି ସଂପର୍କରେ ବିଚାର କରାଯିବ ବୋଲି ମନ୍ତ୍ରୀ ଜଣାଇଛନ୍ତି। ଏହି ଉତ୍ତରକୁ ନେଇ ବିଧାୟକ ସନ୍ତୁଷ୍ଟ ନ ଥିବା ବେଳେ ଗଜପତି ଜିଲା ସଦରମହାକୁମା ଠାରେ ଏକ ସୁପର ସ୍ପେଶାଳିଟି ହସ୍ପିଟାଲ କରିବା ସହ ମେଡ଼ିକାଲ କଲେଜ କରିବା ଦିଗରେ ସରକାର ପ୍ରାଥମିକତା ଦିଅନ୍ତୁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି...

ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...

ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ...

ଶୁଭାଙ୍ଗୀ ଦତ୍ତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଅଭିନେତ୍ରୀ ଶୁଭାଙ୍ଗୀ ଦତ୍ତଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ସେ ଅନୁପମ ଖେର୍‌ଙ୍କ ନିର୍ଦ୍ଦେଶିତ ‘ତନଭି ଦି ଗ୍ରେଟ୍‌’...

କାର୍ଯ୍ୟରୁ ମୁକ୍ତି ପାଇଁ ମୃତଦେହକୁ ଫିଙ୍ଗିଦେଲା ୟୁପି ପୋଲିସ

ମୀରଟ,୯ା୧୨: ଉତ୍ତରପ୍ରଦେଶ ପୋଲିସ କାର୍ଯ୍ୟରୁ ବର୍ତ୍ତିବା ପାଇଁ ଏକ ମୃତଦେହକୁ ଅନ୍ୟ ଫାଣ୍ଡି ଅଞ୍ଚଳରେ ଫିଙ୍ଗିଦେବା ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ...

ଟୋକନ ସମସ୍ୟା: ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଲେ ଚାଷୀ

ପଦ୍ମପୁର,୯ା୧୨(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ସୋମବାର ୧୧ ଦିନରେ ପହଞ୍ଚିଛି। ହେଲେ...

ବଳାତ୍କାର ମାମଲାରେ ଅଭିନେତା ଦିଲୀପ ଦୋଷମୁକ୍ତ

କୋଚି,୯ା୧୨: ୨୦୧୭ରେ ମାଲୟାଲମ ଚଳଚ୍ଚିତ୍ରର ଜଣେ ଅଭିନେତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ଅଭିନେତା ଦିଲୀପଙ୍କୁ ଏର୍ନାକୁଲମ୍‌ ଡିଷ୍ଟ୍ରିକ୍ଟ ଓ ପ୍ରିନ୍ସିପାଲ ସେସନ୍ସ କୋର୍ଟ ଦୋଷମୁକ୍ତ କରିଛନ୍ତି।...

ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ଜାଣନ୍ତୁ ଖେଳାଯିବ ମ୍ୟାଚ୍‌

କଟକ,୯ା୧୨(ଅନାଦି କର):ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପ୍ରଥମf ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଖେଳାଳିଙ୍କଠାରୁ ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri