Posted inଜାତୀୟ

ଆକାଶରେ ‘ବାହୁବଳୀ’ ହେବ ଭାରତ, ପ୍ରତିରକ୍ଷା ମନ୍ତ୍ରଣାଳୟର ବଡ଼ ଯୋଜନା

ନୂଆଦିଲ୍ଲୀ,୧୨।୩: ଭାରତୀୟ ବାୟୁସେନା ଆଗାମୀ ୫ ରୁ ୧୦ବର୍ଷ ମଧ୍ୟରେ ଏହାର ବିମାନ ବାହିନୀରେ ୧୧୪ଟି ଯୁଦ୍ଧ ବିମାନ ଯୋଡିବ। ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ଉଚ୍ଚସ୍ତରୀୟ କମିଟି ଏହି ଯୋଜନାରେ ସମ୍ମତି ପ୍ରଦାନ କରିଛି। ଆଗାମୀ ବର୍ଷଗୁଡ଼ିକରେ ଏହି ଯୁଦ୍ଧ ବିମାନଗୁଡ଼ିକ ଅବସର ନେଉଥିବା ଯୁଦ୍ଧ ବିମାନଗୁଡ଼ିକୁ ବଦଳାଇବ।
ସୂତ୍ର ଅନୁସାରେ, ଆଗାମୀ ଚାରିରୁ ପାଞ୍ଚ ବର୍ଷ ମଧ୍ୟରେ ଭାରତୀୟ ବାୟୁସେନା ବିଶ୍ୱସ୍ତରୀୟ ଟେଣ୍ଡର ମାଧ୍ୟମରେ ଯୁଦ୍ଧ ବିମାନ ସାମିଲ କରିବ। ୧୧୪ଟି ଯୁଦ୍ଧ ବିମାନ ସାମିଲ ହେବା ଦ୍ୱାରା ବାୟୁସେନା ଆଗାମୀ ୧୦ ବର୍ଷ ପାଇଁ ଏହାର ସ୍କ୍ବାର୍ଡନ ଶକ୍ତି ବଜାୟ ରଖିବ। ପ୍ରକୃତରେ, ୨୦୩୭ ସୁଦ୍ଧା ୧୦ଟି ସ୍କ୍ବାର୍ଡନ ଲଢ଼ୁଆ ବିମାନ ଅବସର ନେବାକୁ ଯାଉଛି। ଏହାର ଅର୍ଥ ହେଉଛି ୧୦ ରୁ ୧୨ ବର୍ଷ ମଧ୍ୟରେ ଭାରତୀୟ ବାୟୁସେନାରୁ ଅନେକ ଲଢ଼ୁଆ ବିମାନ ହଟାଇ ଦିଆଯିବ। ଏଥିରେ ଜାଗୁଆର, ମିରାଜ-୨୦୦୦ ଏବଂ ମିଗ-୨୯ ଭଳି ଯୁଦ୍ଧ ବିମାନ ଅନ୍ତର୍ଭୁକ୍ତ। ଦେଶର ବାୟୁ ଶକ୍ତିରେ କୌଣସି କମ୍‌ ନହେବା ପାଇଁ, ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ବିମାନଗୁଡ଼ିକୁ ବଦଳାଇବା ଦିଗରେ ଆଗକୁ ବଢ଼ୁଛି।
ସୂତ୍ର ଅନୁଯାୟୀ, ଟେଣ୍ଡରରେ ସାମିଲ ହୋଇଥିବା ବିମାନଗୁଡ଼ିକ ମଧ୍ୟରେ ରାଫେଲ, ଗ୍ରୀପେନ, ୟୁରୋଫାଇଟର ଟାଇଫୁନ, ମିଗ-୩୧ ଏବଂ ଏଫ-୧୬ ଯୁଦ୍ଧ ବିମାନ ଅନ୍ତର୍ଭୁକ୍ତ। ଏହି ବିମାନଗୁଡ଼ିକ ୧୨୬ଟି ଲଢ଼ୁଆ ବିମାନ ପାଇଁ ପୂର୍ବ ଟେଣ୍ଡରରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ଏହା ମଧ୍ୟ ଖବର ଅଛି ଯେ ଭାରତୀୟ ବାୟୁସେନା ୨୦୪୭ ସୁଦ୍ଧା ଏହାର ସ୍କ୍ବାର୍ଡନର ସଂଖ୍ୟା ୬୦କୁ ବୃଦ୍ଧି କରିବାକୁ ଚାହୁଁଛି। ସୂଚନାଯୋଗ୍ୟ, ଏହି ସମୟ ମଧ୍ୟରେ ୧୧୪ଟି ଲଢ଼ୁଆ ବିମାନ ବ୍ୟତୀତ, ସ୍ବଦେଶୀ ଯୁଦ୍ଧ ବିମାନ ‘ତେଜସ’ର ବିଭିନ୍ନ ସଂସ୍କରଣ ଯେପରିକି ମାର୍କ-୧ଏ ଏବଂ ମାର୍କ-୨ ମଧ୍ୟ ବାୟୁସେନା ଫ୍ଲିଟରେ ସାମିଲ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Shubman Gill: ଟିମ୍ ଇଣ୍ଡିଆର ବଡ଼ ନିଷ୍ପତ୍ତି, ପ୍ଲେଇଂ ଇଲେଭେନରୁ ବିଦା ହେଲେ ଶୁଭମନ ଗିଲ୍

ନୂଆଦିଲ୍ଲୀ,୧୭ା୧୨: ଭାରତୀୟ କ୍ରିକେଟ୍ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟି-୨୦ ପାଇଁ ଶୁଭମନ ଗିଲଙ୍କୁ ପ୍ଲେଇଂ ଇଲେଭେନରୁ...

ବନ୍ଧୁକ ଦେଖାଇ ସୃଷ୍ଟି କରୁଥିଲେ ଆତଙ୍କ: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଭବାନୀପାଟଣା,୧୭ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜୁନାଗଡ଼ ପୋଲିସ ଏକ ଡକାୟତି ମାମଲାରେ ୩ ଜଣଙ୍କୁ ଗିରଫ କରି ବୁଧବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି। ଗିରଫ...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ବେଆଇନ ବାଲି ଉତ୍ତୋଳନକୁ ନେଇ ତୁମୁଳକାଣ୍ଡ, ମାଫିଆଙ୍କ ଆକ୍ରମଣରେ ୨ ଆହତ

ପାଟଣା,୧୭ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଟାଙ୍ଗରପଡ଼ା ପଞ୍ଚାୟତ ନୂଆପଡ଼ା ବୈତରଣୀ ନଦୀଘାଟରୁ ମଙ୍ଗଳବାର ରାତ୍ରି ବେଆଇନ ବାଲି ଉତ୍ତୋଲାନକୁ ନେଇ ତୁମୁଳ କାଣ୍ଡ...

ସାଇନ୍‌ବୋର୍ଡ ପଡ଼ି ଛାତ୍ର ମୃତ୍ୟୁ ଘଟଣାରେ ଉତ୍ତେଜନା

କୋଟପାଡ଼,୧୭ା୧୨(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ଧାମନାହାଣ୍ଡି ପଞ୍ଚୟତର ୬୩ ନଂ ଜାତୀୟ ରାଜପଥ ୬୩ ପାର୍ଶ୍ୱ ଗାନ୍ଧୀନଗରର ଆବାସିକ ବିଦ୍ୟାଳୟ ପରିସରରେ ପୁରାତନ ୩...

ହସ୍ପିଟାଲରେ ଭର୍ତ୍ତି ହେଲେ ଯଶସ୍ବୀ ଜୟସ୍ବାଲ, ହଠାତ୍ କଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ,୧୭ା୧୨: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲଙ୍କୁ ପୁଣେର ଆଦିତ୍ୟ ବିର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହରିୟାଣା ବିପକ୍ଷରେ ସୟଦ ମୁସ୍ତାକ ଅଲି ଟ୍ରଫି...

ଇଥିଓପିଆରେ ମୋଦି ମ୍ୟାଜିକ, ପ୍ରଧାନମନ୍ତ୍ରୀ ଆବି ଅହମଦ ଅଲି ବ୍ୟକ୍ତିଗତ ଭାବେ କାର ଚଲାଇ ବିମାନବନ୍ଦରରେ ଛାଡିଲେ

ଆଦିସ ଅବାବା,୧୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଦିନିଆ ତିନୋଟି ଦେଶ ଗସ୍ତରେ ଅଛନ୍ତି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ଇଥିଓପିଆରେ ପହଞ୍ଚିଥିଲେ, ଯେଉଁଠାରେ ଇଥିଓପିଆ ପ୍ରଧାନମନ୍ତ୍ରୀ...

ନବଜାତ ଶିଶୁପତ୍ର, ପ୍ରସୂତିଙ୍କ ମୃତ୍ୟୁର ହେବ ତଦନ୍ତ, ଅଧିକାରୀ କହିଲେ…

କେସିଙ୍ଗା,୧୭ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ପଦାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ ପ୍ରସୂତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri