Posted inଖେଳ

Champions Trophyର ସେମିଫାଇନାଲକୁ ଗଲେ ଏହି ୪ ଟିମ୍‌, ଏବେ କାହା ସହ କାହାର ହେବ ଟକ୍କର?

କରାଚି,୧।୩: ୨୦୨୫ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ ପାଇଁ ଲାଇନ-ଅପ୍‌ ସ୍ଥିର ହୋଇଛି। ପୂର୍ବରୁ ଭାରତ ଏବଂ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ପହଞ୍ଚି ସାରିଥିବାବେଳେ ଅଷ୍ଟ୍ରେଲିଆ ମଧ୍ୟ ଗୋଟିଏ ଦିନ ପୂର୍ବରୁ ଯୋଗ୍ୟତା ହାସଲ କରିଥିଲା। ଏବେ ଦକ୍ଷିଣ ଆଫ୍ରିକା ଚତୁର୍ଥ ଦଳ ଭାବରେ ଅନ୍ତିମ-୪ରେ ଏଣ୍ଟ୍ରି କରିଛି। ଇଂଲଣ୍ଡ ବିପକ୍ଷରେ ଶେଷ ମ୍ୟାଚ୍‌ରେ ଫଳାଫଳ ଘୋଷଣା ହେବା ପୂର୍ବରୁ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ପ୍ରବେଶ କରିଛି। ତେବେ ଟୁର୍ନାମେଣ୍ଟରେ ଆଫଗାନିସ୍ତାନର ଆଶା ମଉଳି ଯାଇଛି।

ଆଫଗାନିସ୍ତାନ କ୍ରିକେଟ ଦଳ ଏବଂ ଏହାର ପ୍ରଶଂସକଙ୍କ ନଜର ଶନିବାର ୧ ମାର୍ଚ୍ଚ କରାଚୀରେ ଗ୍ରୁପ୍‌ ବିର ଏହି ଶେଷ ମ୍ୟାଚ ଉପରେ ରହିଥିଲା। ଗୋଟିଏ ଦିନ ପୂର୍ବରୁ ବର୍ଷା ଯୋଗୁ ଅଷ୍ଟ୍ରେଲିଆ ବିପକ୍ଷରେ ଏହାର ମ୍ୟାଚ୍‌ ବାତିଲ ହୋଇଯାଇଥିଲା। ଏହି କାରଣରୁ ଦଳର ସେମିଫାଇନାଲରେ ପହଞ୍ଚିବା ଆଶାକୁ ଧକ୍କା ଲାଗିଛି।

ଏହି ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନର ୩-୩ ପଏଣ୍ଟ ଥିଲା କିନ୍ତୁ ନେଟ ରନ ରେଟ ଦୃଷ୍ଟିରୁ ଦକ୍ଷିଣ ଆଫ୍ରିକା ବହୁତ ଆଗରେ ଥିଲା। ଏପରି ପରିସ୍ଥିତିରେ, ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ପହଞ୍ଚିବା ପ୍ରାୟ ନିଶ୍ଚିତ ଥିଲା। ଆଫଗାନିସ୍ତାନ ଯଦି ଇଂଲଣ୍ଡ ବିପକ୍ଷରେ ଶେଷ ମ୍ୟାଚ୍‌ ୨୦୭ କିମ୍ବା ତା’ଠାରୁ ଅଧିକ ରନ ବ୍ୟବଧାନରେ ହାରିଥାନ୍ତା, ତେବେ ସେମିଫାଇନାଲ ଖେଳିବାର ସୁଯୋଗ ପାଇପାରିଥାନ୍ତା। କିନ୍ତୁ ଦକ୍ଷିଣ ଆଫ୍ରିକା ଏହାକୁ ହେବାକୁ ଦେଲା ନାହିଁ ଏବଂ ଇଂଲଣ୍ଡକୁ ଏକ ବଡ଼ ସ୍କୋର କରିବାରୁ ରୋକିନେଇଛି।

ଏବେ ପ୍ରଶ୍ନ ହେଉଛି ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା କାହାକୁ ଭେଟିବ? ତେଣୁ ଏହାର ନିଷ୍ପତ୍ତି ରବିବାର ୨ ମାର୍ଚ୍ଚରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ ଫଳାଫଳ ଉପରେ ନିର୍ଭର କରିବ। ଯଦି ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍‌ରେ ଇଂଲଣ୍ଡକୁ ପରାସ୍ତ କରେ, ତେବେ ଏହା ୫ ପଏଣ୍ଟ ସହିତ ଗ୍ରୁପ୍‌ ବିରେ ପ୍ରଥମ ସ୍ଥାନ ସୁରକ୍ଷିତ କରିବ ଏବଂ ତା’ପରେ ମାର୍ଚ୍ଚ ୫ରେ ଦ୍ୱିତୀୟ ସେମିଫାଇନାଲରେ ପ୍ରବେଶ କରିବ। ଯଦି ଦଳ ଏହି ମ୍ୟାଚ ହାରିଯାଏ, ତେବେ ଏହା ମାତ୍ର ୩ ପଏଣ୍ଟ ସହିତ ଅଷ୍ଟ୍ରେଲିଆ ପରେ ଦ୍ୱିତୀୟ ସ୍ଥାନରେ ରହିବ। ଏହି ପରିସ୍ଥିତିରେ, ଏହାକୁ ମାର୍ଚ୍ଚ ୪ ତାରିଖରେ ପ୍ରଥମ ସେମିଫାଇନାଲରେ ଗ୍ରୁପ A ର ଶ୍ରେଷ୍ଠ ଦଳ ସହିତ ମୁକାବିଲା କରିବାକୁ ପଡିବ। କିନ୍ତୁ ଏସବୁ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ପରେ ହିଁ ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri