ବାଂଲାଦେଶ, ପଶ୍ଚିମବଙ୍ଗ ଢାଞ୍ଚାରେ ବଢୁଛି ବାଲ୍ୟବିବାହ

ମହାକାଳପଡ଼ା, ୨୫ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଉପକୂଳ ଅଞ୍ଚଳରେ ଦିନକୁଦିନ ବାଲ୍ୟବିବାହ ବୃଦ୍ଧିପାଉଛି। ଏଥିପ୍ରତି ବିଭାଗ ଲୋକଙ୍କୁ ସଚେତନ କରୁନାହିଁ। ଫଳରେ ସଚେତନା ଅଭାବ, ନିରକ୍ଷର ଓ ଦାରିଦ୍ର୍ୟ ବାଲ୍ୟବିବାହର କାରଣ ସାଜିଛି। ବିଶେଷକରି ଅଞ୍ଚଳର ମଠ, ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନଗୁଡ଼ିକରେ ରାତି ଅଧରେ ବ୍ରାହ୍ମଣ ଡକାଇ ମାଳା ବଦଳକରାଯାଇ ବିବାହ କରାଯାଉଛି ବୋଲି ଅଭିଯୋଗ ହେଉଛି। ଏଥିସହ ବାଂଲାଦେଶ ଓ ପଶ୍ଚିମବଙ୍ଗ ଢାଞ୍ଚାରେ ବଙ୍ଗୀୟ ସମ୍ପ୍ରଦାୟର ପାରମ୍ପରିକ ବାଲ୍ୟବିବାହ କରାଯାଉଛି। କାରଣ ବାଂଲାଦେଶ ଓ ପଶ୍ଚିମବଙ୍ଗ ଅଞ୍ଚଳର ବହୁଳ ଭାବେ ବାଲ୍ୟବିବାହ ହେଉଛି। ସେହିପରି ଉକ୍ତ ଅଞ୍ଚଳରେ ବଙ୍ଗୀୟ ପଞ୍ଚାୟତଗୁଡ଼ିକରେ ବାଲ୍ୟବିବାହ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ, ସାମାଜିକ କର୍ମୀ। ଅପରପକ୍ଷରେ କେତେଜଣ ନାବାଳିକାଙ୍କ ପରିବାରକୁ ପ୍ରଲୋଭିତକରି ସ୍ଥାନୀୟ ଦଲାଲମାନେ ସୁଦୂର ପଶ୍ଚିମବଙ୍ଗ, ବିହାର, ଉତ୍ତରପ୍ରଦେଶର ଆଦି ଅଞ୍ଚଳର ବୟସ୍କ ଲୋକଙ୍କ ସହ ବିବାହ କରାଯାଉଛି। ବିବାହର କିଛିଦିନ ମଧ୍ୟରେ ତାଙ୍କୁ ସେଠାରେ ଶାରୀରିକ, ମାନସିକ ନିର୍ଯାତନା ଯୋଗୁ ନାବାଳିକା ନିଜ ଭିଟାମାଟିକୁ ଲୁଚିକରି ଜୀବନକୁ ରକ୍ଷାକରିବାକୁ ବାଧ୍ୟହୋଇ ଫେରୁଛନ୍ତି ବୋଲି ଜଣେ ଓ୍ବାର୍ଡମେମ୍ବର ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। କଥା ସେଥିକିରେ ସରିନି ଇଟାଭାଟିରେ କାମ କରାଇବା ସହ ୨ରୁ ୩ ପୁରୁଷଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଥିବା କେତେଜଣ ମହିଳା ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ନାବାଳିକା ବିବାହ ହେବା ଦ୍ୱାରା ମାତୃତ୍ୱ ଲାଭ କରିବା ପୂର୍ବରୁ ନିଜ ଜୀବନ ପ୍ରତି ବିପଦ ଆଶଙ୍କା ଓ ରକ୍ତସ୍ରାବ ଯୋଗୁ ଉଭୟ ମା’ ଓ ଶିଶୁଙ୍କ ଜୀବନ ଯାଉଥିବା ଅଭିଯୋଗ ହେଉଛି।
କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଞ୍ଚଳର ବତିଘର , ଖରିନାସୀ ,ରାମନଗର, ପେଟଛେଲା, ବଉଳକଣି, ଜମ୍ବୁ, ସୁନୀତି, ଗଗୁଆ, ନାଞ୍ଜୁରା, କେବି ଦାଣ୍ଡୁଆ ଆଦି ବଙ୍ଗୀୟ ଅଧ୍ୟୁଷିତ ପଞ୍ଚାୟତରେ ବହୁଳ ଭାବେ ନାବାଳିକାଙ୍କ ଶାରୀରିକ, ମାନସିକ ବିକଶିତ ପୂର୍ବରୁ ଅତି ତରବରିଆ ଭାବେ ବିବାହ କରାଯାଉଛି ବୋଲି ପଞ୍ଚାୟତସ୍ତରୀୟ ଜଣେ ଲୋକ ପ୍ରତିନିଧି ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ଏହି ଅଞ୍ଚଳରେ କେତେଜଣ ନାବାଳିକାଙ୍କ ଗର୍ଭ ନଷ୍ଟ କରାଯାଉଥିବା ପୂର୍ବରୁ ବହୁସଂଖ୍ୟାରେ ଅଭିଯୋଗ ହୋଇଆସୁଛି। ଅଞ୍ଚଳର କେତେଜଣ ନକଲି ଡାକ୍ତର ଓ ଗଁା ବୈଦ୍ୟଙ୍କ ସହାୟତାରେ ନାବାଳିକାଙ୍କ ଗର୍ଭ ନଷ୍ଟ କରାଯାଉଛି। ୫ ହଜାରରୁ ୧୦ ହଜାର ଟଙ୍କା ନେଇ କାର୍ଯ୍ୟ ହାସଲ କରିଛନ୍ତି। ଏଥିପ୍ରତି ସ୍ବାସ୍ଥ୍ୟ ଓ ଶିଶୁ କଲ୍ୟାଣ ବିଭାଗ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁ ଉପକୂଳ ଅଞ୍ଚଳର ବୁଦ୍ଧିଜୀବୀ, ସାମାଜିକ କର୍ମୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ଅଞ୍ଚଳରେ ଜନସଚେତନତା ହେଉ ନ ଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ବ୍ଲକ୍‌ର ଶିଶୁ ବିକାଶ ବିଭାଗ ପକ୍ଷରୁ ଗୋଟେ ପଟେ ସଚେତନ କରାଯାଉଛି ବୋଲି ଦାବି କରୁଥିବାବେଳେ ଅପରପକ୍ଷରେ ବାଲ୍ୟବିବାହ ବଢ଼ିଚାଲିଛି।
ଏ ସଂକ୍ରାନ୍ତରେ ବ୍ଲକ୍‌ ଶିଶୁ ବିକାଶ ତଥା ବାଲ୍ୟବିବାହ ନିରାକରଣ ଅଧିକାରିଣୀ କବିତା ମଲିକଙ୍କୁ ପଚାରିବାରେ ବିଭାଗ ପକ୍ଷରୁ ସଚେତନ କରାଯାଉଛି। ପୂର୍ବ ୩ ବର୍ଷ ମଧ୍ୟରେ ୨୫ରୁ ଊର୍ଦ୍ଧ୍ୱ ବାଲ୍ୟବିବାହ ରୋକିଛୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri