ପୌର ପରିଷଦ ବୈଠକକୁ ଆସିଲେନି ୧୪ ବିଭାଗର ଅଧିକାରୀ: ଶାସକ ଭାଜପା ନେତାଙ୍କ ଚାପ ଚର୍ଚ୍ଚା

ବରଗଡ଼,୨୪।୨(ପ୍ରେମାନନ୍ଦ ଖମାରୀ)-ବରଗଡ଼ ପୌର ପରିଷଦର କାଉନସିଲ ବୈଠକ ସୋମବାର ରହିଥିଲା। ନିର୍ଦ୍ଧାରିତ ସମୟରେ ବୈଠକକୁ ପୌରାଧ୍ୟକ୍ଷା କଳ୍ପନା ମାଝୀ, ଉପାଧ୍ୟକ୍ଷ ରାଜେଶ ଅଗ୍ରୱାଲଙ୍କ ସମେତ ସମସ୍ତ କାଉନସିଲରବୃନ୍ଦ ଏବଂ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବାନନ୍ଦ ସାହୁ ପହଞ୍ଚିଥିଲେ। କିନ୍ତୁ ଉକ୍ତ ବୈଠକରେ ଯୋଗଦେବା ପାଇଁ ଜିଲାର ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ବିଦ୍ୟୁତ, ଯୋଗାଣ ଆଦି ୧୪ବିଭାଗର ଅଧିକାରୀଙ୍କୁ ଯୋଗଦେବା ପାଇଁ ପୌର ପରିଷଦ ପକ୍ଷରୁ ଚିଠି କରାଯାଇଥିଲା। ମାତ୍ର ପୌର ପରିଷଦର ସେହି ଚିଠିକୁ ଅଣଦେଖା କରି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ କୌଣସି ବିଭାଗର ଅଧିକାରୀ ଯୋଗ ନ ଦେବା ଚର୍ଚ୍ଚାର ବିଷୟ ହୋଇଛି। ଦୀର୍ଘ ସମୟ ଅପେକ୍ଷା ସତ୍ତ୍ୱେ ଅଧିକାରୀମାନେ ନ ଆସିବାରୁ କାଉନସିଲରମାନେ ଉଠିଯାଇ ବୈଠକକୁ ବର୍ଜନ କରିଥିଲେ। ଉକ୍ତ ପୌର ପରିଷଦ ବିଜେଡି ଦଖଲରେ ଥିବାବେଳେ ଏବେ ରାଜ୍ୟର ଶାସକ ଦଳ ଅର୍ଥାତ୍‌ ଭାଜପା ନେତାଙ୍କ ଚାପରେ ଅଧିକାରୀମାନେ ବୈଠକକୁ ଆସି ନ ଥିବା ନେଇ ସାଧାରଣରେ ଆଲୋଚନା ହେଉଛି। ଅନ୍ୟପଟେ ଭାଜପା ଜିଲା ସଭାପତି ଡା. ଅରୁପାନନ୍ଦ ସାହୁଙ୍କୁ ପଚାରିବାରୁ ତାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ସୋମବାର ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ରହିଥିଲା। ସେଠାରେ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଯେହେତୁ ପ୍ରତି ସୋମବାର ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରହିଥାଏ, ପୌର ପରିଷଦର କାଉନସିଲ ବୈଠକ ଅନ୍ୟଦିନ ରଖାଯିବାର ଥିଲା। କାଉନସିଲ ବୈଠକରେ ଯୋଗ ନ ଦେବା ପାଇଁ କୌଣସି ଅଧିକାରୀଙ୍କୁ ଭାଜପା ପକ୍ଷରୁ ଚାପ ପ୍ରୟୋଗ କରାଯାଇ ନାହିଁ ବୋଲି ଡା. ସାହୁ କହିଥିଲେ।
ସୂଚନା ଅନୁଯାୟୀ, ପ୍ରତି ୨/୩ ମାସ ବ୍ୟବଧାନରେ ପୌର ପରିଷଦର କାଉନସିଲ ବୈଠକ ହୋଇଥାଏ। ଏଥିରେ ପୌର ପରିଷଦର ପୌରାଧ୍ୟକ୍ଷ, ଉପାଧ୍ୟକ୍ଷ, କାଉନସିଲରବୃନ୍ଦ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ଜିଲାର ପ୍ରମୁଖ ବିଭାଗଗୁଡ଼ିକର ପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହିଥାନ୍ତି। କାଉନସିଲରବୃନ୍ଦ ମଧ୍ୟ ସେମାନଙ୍କ ୱାର୍ଡର ସମସ୍ୟା, ଲୋକଙ୍କ ଅଭିଯୋଗ ବୈଠକରେ ଉପସ୍ଥାପନ କରିଥାନ୍ତି। ତାକୁ ଦୃଷ୍ଟିରେ ରଖି ପୌରାଞ୍ଚଳର ବିକାଶ ତଥା ଅଞ୍ଚଳବାସୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ପ୍ରସ୍ତାବ ନିଆଯାଇ ସେଗୁଡ଼ିକୁ ଗୃହୀତ କରାଯାଇଥାଏ। ଏହି କ୍ରମରେ କାଉନସିଲ ବୈଠକ ପାଇଁ ଗତ ୧୭ତାରିଖରୁ ପ୍ରସ୍ତାବ ଗୃହୀତ ହୋଇଥିଲା ଏବଂ ସୋମବାରର କାଉନସିଲ ବୈଠକ କରିବାକୁ ନିଷ୍ପତ୍ତି ହୋଇଥିଲା। ବୈଠକରେ ଯୋଗଦେବା ପାଇଁ ଜିଲାର ୧୪ବିଭାଗର ଅଧିକାରୀଙ୍କୁ ପୌର ପରିଷଦ ପକ୍ଷରୁ ଚିଠି କରାଯାଇଥିଲା। ଏହି କ୍ରମରେ ବୈଠକକୁ ପୌରାଧ୍ୟକ୍ଷା, ଉପାଧ୍ୟକ୍ଷ, କାଉନସିଲରବୃନ୍ଦ ଏବଂ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଆସିଥିଲେ। କିନ୍ତୁ ବୈଠକକୁ କୌଣସି ବିଭାଗର ଅଧିକାରୀମାନେ ଆସି ନ ଥିଲେ। ବହୁ ବିଳମ୍ବରେ କେବଳ ପଶୁ ସମ୍ପଦ ଏବଂ ଯୋଗାଣ ବିଭାଗର କର୍ମଚାରୀ ପହଞ୍ଚିଥିଲେ। ତେବେ ପୌର ପରିଷଦର କାଉନସିଲ ବୈଠକକୁ ଅଧିକାରୀଙ୍କ ସେଭଳି ଅଣଦେଖାକୁ ନେଇ ଗୃହରେ ଉଦ୍‌ବେଗ ପ୍ରକାଶ ପାଇଥିଲା ଏବଂ ଶେଷରେ କାଉନସିଲରମାନେ ବୈଠକରୁ ଉଠି ଚାଲି ଯାଇଥିଲେ।
ଏ ସମ୍ପର୍କରେ ପୌରାଧ୍ୟକ୍ଷା କହିଛନ୍ତି, ବୈଠକ ନେଇ ବହୁ ପୂର୍ବରୁ ସମସ୍ତ ବିଭାଗକୁ ଚିଠି କରାଯାଇଥିଲା। ଆଗରୁ ବୈଠକଗୁଡ଼ିକୁ ଅଧିକାରୀମାନେ ଆସୁଥିଲେ। କିନ୍ତୁ ଆଜି ଯେଭଳି ପରିସ୍ଥିତି ଉପୁଜିଛି, ତାହା କେବେ ଦେଖାଯାଇ ନ ଥିଲା। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ନିଆଯାଇ ତାକୁ ଗୃହୀତ କରାଯାଏ। ଆଗକୁ ଗ୍ରୀଷ୍ମ ଆସୁଛି। ପାନୀୟଜଳ ଏବଂ ବିଦ୍ୟୁତ ସମସ୍ୟା ଯେଭଳି ଦେଖା ନ ଯିବ, ତାକୁ ଏହି ବୈଠକରେ ପ୍ରାଥମିକତା ଦେଇ ଆଲୋଚନା କରାଯିବାର ଥିଲା। କିନ୍ତୁ ଅଧିକାରୀମାନେ ଆସିଲେ ନାହିଁ। ଜିଲାପାଳଙ୍କୁ ଫୋନ୍‌ ଯୋଗେ ଜଣାଇ ସାରିଛି। ବୈଠକକୁ ଆସି ନ ଥିବା ଅଧିକାରୀଙ୍କ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯିବ ଏବଂ ଜିଲାପାଳ ନିଶ୍ଚିତଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଆଶା କରୁଛି ବୋଲି ପୌରାଧ୍ୟକ୍ଷା ମାଝି କହିଛନ୍ତି। ସେହିପରି ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସାହୁ କହିଛନ୍ତି, ୧୭ତାରିଖରୁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ବୈଠକରେ ଉପସ୍ଥିତ ରହିବା ପାଇଁ ଚିଠି କରାଯାଇଥିଲା। ସମସ୍ତେ ଚିଠି ଗ୍ରହଣ ମଧ୍ୟ କରିଥିଲେ। କିନ୍ତୁ ସେମାନେ କାହିଁକି ଆସିଲେ ନାହିଁ, ସେ ଉପରେ କହି ପାରିବି ନାହିଁ। ଏ ନେଇ ଜିଲାପାଳଙ୍କୁ ଜଣାଇବି ଏବଂ କାଉନସିଲ ବୈଠକରେ ଯାହାକିଛି ନିଷ୍ପତ୍ତି ନିଆଯିବ ବୋଲି ସେ କହିଥିଲେ। ୱାର୍ଡ ନଂ-୧୪ର କାଉନସିଲର ମିତୁ ମାହାଣା କହିଛନ୍ତି, ନୂଆଁ ସରକାର ଆସିବା ପରେ ମିଳିମିଶି କାମ କରିବା ବୋଲି କହିଥିଲେ। କିନ୍ତୁ ଏବେ ଏଭଳି ଜରୁରୀ ବୈଠକକୁ ଅଧିକାରୀମାନେ ନ ଆସିବା ଦୁର୍ଭାଗ୍ୟଜନକ। ବୈଠକରେ ଉପସ୍ଥାପନ କରିବା ପାଇଁ ମୁଁ ଲୋକଙ୍କ ଅନେକ ସମସ୍ୟା ଧରି ଆସିଥିଲି। ହେଲେ ଏବେ ଲୋକଙ୍କୁ କ’ଣ ଉତ୍ତର ଦେବି, ତାହା ଭାବିପାରୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

୩୦ ବର୍ଷ ପରେ ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ, ଏହି ୪ରାଶିରେ ପଡିବ ଖରାପ ପ୍ରଭାବ, ଅଡୁଆରେ ପଡି ଫସିବେ…

ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ 2025, ଯାହା ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ କନ୍ୟା ରାଶିରେ ପ୍ରବେଶ ସହିତ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ବର୍ତ୍ତମାନ କନ୍ୟା ରାଶିରେ ଅଛନ୍ତି...

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

୨୦୨୬ରେ କେମିତି ରହିବ ତୁଳା ରାଶିର ଭାଗ୍ୟ, ବୃହସ୍ପତିଙ୍କ ଚଳନ, ଟଙ୍କାରେ ପୋତି ହେବେ…

ବର୍ଷ ୨୦୨୬ ତୁଳା ରାଶି ପାଇଁ ସେମାନଙ୍କ ଅଧ୍ୟୟନ ଏବଂ କ୍ୟାରିୟର ଉଭୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବର୍ଷର ମଧ୍ୟଭାଗରେ ବୃହସ୍ପତିଙ୍କ ପ୍ରଭାବ ଆପଣଙ୍କୁ ସ୍ଥଗିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri