ପାରାଦୀପ,୧୭।୨(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ସନ୍ତୋଷୀ ପ୍ଲାଜା ନାମକ ଏକ ଘରୋଇ ଅତିଥି ଭବନରେ ସୋମବାର ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ହେଲେ ପଶ୍ଚିମବଙ୍ଗ ସୁମନ କନ୍ନର। ଏହି ଘଟଣାରେ ପାରାଦୀପ ଆଦର୍ଶ ଥାନା ପୋଲିସ ୨ଜଣକୁ ଅଟକ ରଖି ତଦନ୍ତ ଚଳାଇଛି। ମୃତଦେହ ଅଠରବାଙ୍କି ବିଜୁ ମେମୋରିଆଲ ହସ୍ପିଟାଲରେ ରହିଛି।
ସୂଚନା ଯୋଗ୍ୟ, ମୃତ ଯୁବକଙ୍କ ଆଣ୍ଠୁ ତଳେ ଲାଗିଥିବାରୁ ତାଙ୍କୁ କେହି ହତ୍ୟା କରି ଝୁଲାଇ ଦେଇଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ ତାଙ୍କ ୨ ସହଯୋଗୀଙ୍କୁ ଅଟକ ରଖାଯାଇଛି।


